କୋଭିଡ୍ ମହାମାରୀ ପରେ ଡିଜିଟାଲ ପେମେଣ୍ଟର ପ୍ରଚଳନ ବହୁତ ଜୋରସୋରରେ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ଲୋକ ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଛନ୍ତି। ମହାମାରୀ ସମୟରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅପ୍ସନ ଏବଂ ଟଚ୍ ଲେସ୍ ଟ୍ରାନଜାକସନ୍ ରେ ଲେଣଦେଣ କରିବାରେ ବହୁତ ସାହାଯ୍ୟ ମିଳିଥିଲା। ଏହାପରେ ହିଁ ଡିଜିଟାଲ ପେମେଣ୍ଟକୁ ନେଇ ଅନେକ ଖବର ଆସିଲା। ସାଧାରଣତଃ ଆମେ କିଣାକିଣି କରିବା ପାଇଁ ଡିଜିଟାଲ ପେମେଣ୍ଟର ସାହାରା ନେଉଛନ୍ତି। କାହିଁକିନା ମୋବାଇଲ ଫୋନ୍ ସାହାଯ୍ୟରେ ୟୁପିଆଇ ପେମେଣ୍ଟ କରିବା ସହଜ ହୋଇଥାଏ। UPI ପେମେଣ୍ଟ ପ୍ରଚଳନ ଆରମ୍ଭ ହେବା ଠାରୁ ପକେଟରେ ଟଙ୍କା ରଖିବାକୁ ଯେମିତି ଭୁଲିଗଲେଣି ଲୋକେ।
ନିଜ ସ୍ମାର୍ଟଫୋନରୁ ହିଁ ଆପଣ ବଡ-ବଡ ମଲ୍ ଠାରୁ ନେଇ ଛୋଟ ଦୋକାନ ପର୍ଯ୍ୟନ୍ତ ସବୁଠି ୟୁପିଆଇ ପେମେଣ୍ଟ ଜରିଆରେ ଟଙ୍କା ପୈଠ କରିପାରୁଛନ୍ତି। ଏମିତିରେ ଯଦି ଆପଣଙ୍କ ମୋବାଇଲ କେଉଁଠି ହଜିଯାଏ ତାହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ବି ହୋଇପାରେ। ତେଣୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଫୋନ୍ ଚୋରୀ ହୋଇଗଲେ କିମ୍ବା ହଜିଗଲେ UPI ଆକାଉଣ୍ଟକୁ ଆପଣ ସହଜରେ କେମିତି ଡି-ଆକ୍ଟିଭେଟ୍ କରିପାରିବେ। ତାହେଲେ ଜାଣନ୍ତୁ ଡି-ଆକ୍ଟିଭେଟ୍ କରିବାର ପ୍ରୋସେସ୍।
- ଫୋନ୍ ଚୋରୀ ହୋଇଗଲେ କିମ୍ବା ହଜିଗଲେ ସର୍ବପ୍ରଥମେ ନିଜ ମୋବାଇଲ ନେଟଓ୍ଵାର୍କର କଷ୍ଟମର କେୟାର ଏକ୍ସିକ୍ୟୁଟିଭଙ୍କୁ ଫୋନ୍ କରି ତୁରନ୍ତ ନିଜ ମୋବାଇଲ ନମ୍ବର ଏବଂ ସିମ୍ ବ୍ଲକ କରିବାକୁ କୁହନ୍ତୁ।
- ତାପରେ ଏମାନେ ଆପଣଙ୍କ ମୋବାଇଲ ନମ୍ବରକୁ ୟୁଜ୍ କରି ୟୁପିଆଇ ପିନ୍ ଜେନେରେଟ୍ କରିବା ଠାରୁ ରୋକନ୍ତୁ।
- ସିମ୍ ବ୍ଲକ କରିବା ପାଇଁ କଷ୍ଟମର କେୟାର ଏକ୍ସଜିକ୍ୟୁଟିଭ୍ ଆପଣଙ୍କ ଡିଟେଲ୍ସ ଯେମିତିକି ପୂରା ନାମ, ବିଲିଙ୍ଗ ଆଡ୍ରେସ, ଲାଷ୍ଟ ରିଚାର୍ଜ ଡିଟେଲ୍ସ, ଇମେଲ ଆଇଡି ଆଦିର ବିବରଣୀ ମାଗିପାରନ୍ତି।
- ଏହାପରେ ଆପଣଙ୍କୁ ନିଜ ବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ କଲ୍ କରି ସେମାନଙ୍କ ଠାରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ଳକ କରିବା ଏବଂ UPI ସେବାକୁ ବନ୍ଦ କରିବା ପାଇଁ କହିବାକୁ ହେବ।
- ଏହାପରେ ଆପଣଙ୍କ ଫୋନ୍ ହଜିଯିବାର ଏଫଆଇଆର କପି ଦେବାକୁ ହେବ। ଏହାର ଉପଯୋଗ କରି ପରେ ଆପଣ ସିମ୍ ଏବଂ ବ୍ୟାକିଙ୍ଗ୍ ସେବାକୁ ପୁଣି ଥରେ ଆରମ୍ଭ କରିପାରିବେ।
ମୋବାଇଲର ଉପଯୋଗ କରି ୟୁପିଆଇ ପେମେଣ୍ଟ କରିବା ବହୁତ ସହଜ ହୋଇଥାଏ। ଖାସ୍ କରି ଏହି କାରଣରୁ ପକେଟରେ ଟଙ୍କା ରଖିବା ଏବେ ପ୍ରାୟ ବନ୍ଦ ହୋଇଗଲାଣି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରାୟ ସମୟରେ ୟୁପିଆଇ ପେମେଣ୍ଟକୁ ଭରସା କରି ଲୋକେ ହଇରାଣରେ ପଡନ୍ତି। କାହିଁକିନା ଟଙ୍କା ପେମେଣ୍ଟ କଲା ସମୟରେ ହିଁ ନେଟଓ୍ଵାର୍କ ଇସ୍ୟୁ, ସର୍ଭର ଏରର ଭଳି ସମସ୍ୟା ଦେଖାଦିଏ। ସେଥିପାଇଁ ପାଖରେ ଆପଣଙ୍କୁ ଟଙ୍କା ରଖିବା ବି ବେଶ ଆବଶ୍ୟକ। ନଚେତ ହଇରାଣ ହୋଇପାରନ୍ତି।