ଆପଣ ଆପଣ ଧରିଥିବା ଫୋନରେ ନାହିଁ ତ ଖତରନାକ ଭାଇରସ, ଚେକ କରି ଏପରି କରନ୍ତୁ ଡିଲିଟ

କିଛି ଦିନ ଧରି ଭାଇରସକୁ ନେଇ ବହୁତ ଖବର ସାମ୍ନାକୁ ଆସୁଛି। ଆଣ୍ଡ୍ରଏଡ଼କୁ ବହୁତ ସୁରକ୍ଷିତ ଅପରେଟିଂ ବୋଲି ଧରାଯାଏ। କିନ୍ତୁ ଅନେକ ଥର ଏଥିରେ ଭାଇରସ ଭଳି ସମସ୍ୟାର ଖବର ସାମ୍ନାକୁ ଆସିଥାଏ। ଯଦିଓ ଏହା ଠାରୁ ରକ୍ଷା ପାଇବା ପାଇଁ ଏଥିରେ ସିକ୍ୟୁରୀଟି ପ୍ୟାଚ ଅପଡେଟ ଏବଂ ସିକ୍ୟୁରୀଟି ଫିଚର୍ସ ଲଞ୍ଚ କରାଯାଏ। ସେହିପରି ଫୋନକୁ ସୁରକ୍ଷିତ ରଖିବା ପାଇଁ ପ୍ଲେ-ଷ୍ଟୋରରେ ଅନେକ ଆଣ୍ଟିଭାଇରସ ଆପସ୍ ରହିଛି। କିନ୍ତୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ଫୋନ ପୂର୍ବରୁ ହିଁ ମାଲୱେୟାର କିମ୍ବା ଭାଇରସ କବଳରେ ଆସିସାରିଥାଏ।

ଏମିତି ଜାଣନ୍ତୁ ଆପଣଙ୍କ ଫୋନରେ ନାହିଁ ତ ଭାଇରସ

phone-ଯଦି ଆପଣଙ୍କ ଫୋନରେ ହଠାତ କିମ୍ବା ଲଗାତର ଭାବରେ ବହୁତ ମାତ୍ରାରେ ଆଡ଼ ବା ବିଜ୍ଞାପନ ଦେଖାଦେଇଥାଏ କିମ୍ବା କରପଟ ଡାଟା ଏରର ଆସିବାକୁ ଲାଗେ ତେବେ ହୋଇପାରେ ଆପଣଙ୍କ ଫୋନରେ ଭାଇରସ ଅଛି।

-ଏହାବ୍ୟତୀତ ଅଚାନକ ଫୋନର ସ୍ପୀଡ଼ କମିଯାଏ କିମ୍ବା ଜଲ୍ଦି ଜଲ୍ଦି ଫୋନର ବ୍ୟାଟେରୀ ଶେଷ ହୋଇଯାଏ ତେବେ ଏହା ଫୋନରେ ମାଲୱେୟାର ଥିବା ସଂକେତ ଅଟେ।

ତେବେ ଯଦି ଆପଣଙ୍କ ଫୋନରେ ମଧ୍ୟ ଏହି ସବୁ ଲକ୍ଷଣ ଅଚାନକ ଦେଖା ଦେଉଥାଏ, ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଜଣାଇବୁ ଯାହାକୁ ଫଲୋ କରି ଆପଣ ନିଜ ଫୋନରେ ଥିବା ଭାଇରସକୁ ସହଜରେ ହଟାଇ ପାରିବେ।

ଜାଣନ୍ତୁ ଫୋନରୁ ଭାଇରସ ବାହାର କରିବାର ଉପାୟ

phon

  • ପ୍ରଥମେ ଆପଣ ଆପଣଙ୍କ ସ୍ମାର୍ଟଫୋନକୁ ସୁଇଚ ଅଫ କରନ୍ତୁ କିମ୍ବା ସେଫ ମୋଡ଼ରେ reboot କରନ୍ତୁ।
  • ବୁଟଲୋଡର ଓପନ ହେବା ପରେ ‘ରିଷ୍ଟାର୍ଟ ଇନ ସେଫ ମୋଡ଼’ ଉପରେ କ୍ଲିକ କରନ୍ତୁ।
  • ଏପରି କରିବା ପରେ Settingsକୁ ଓପନ କରି Appsକୁ ଯାଆନ୍ତୁ।
  • ଏବେ ଆପଣ ଅପ ଲିଷ୍ଟରେ ଦେଖନ୍ତୁ ଯେ କଣ ଏମିଟି ଆପ ରହିଛି ଯାହାକୁ ଆପଣ Uninstall କରିନାହାନ୍ତି କିମ୍ବା କେବେ ସେହି ଆପକୁ ଖୋଲି ହିଁ ନାହାନ୍ତି। ତାହେଲେ ସେହି ଆପ ଉପରେ କ୍ଲିକ କରନ୍ତୁ।
  • ଏବେ ସେହି ଆପକୁ ଓପନ କରିବା ପରେ uninstall ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ ଏହି ଅଜଣା ଆପ ଆପଣଙ୍କ ଡିଭାଇସରୁ ହଟିଯିବ।
  • ସେହିପରି ଯଦି uninstall ବଟନ ଫେଡେଡ଼ କିମ୍ବା ଡିସବଲ (ଝାପ୍ସା) ଦେଖା ଯାଉଥିବ, ତେବେ ସର୍ବ ପ୍ରଥମେ ଆପରୁ ‘Admin access’ ହଟାଇ ଦିଅନ୍ତୁ। ଏହାପରେ ଏହାକୁ uninstal କରିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଆପଣଙ୍କୁ Settings > Security > Device administratorsକୁ ଯିବାକୁ ହେବ ଏବଂ ଆପକୁ ସେଠାରୁ Deselect  କରିବାକୁ ହେବ।
  • ଏବେ ଆପଣ ଆପଣଙ୍କ ସ୍ମାର୍ଟଫୋନକୁ ନର୍ମାଲ ମୋଡ଼ରେ ରିଷ୍ଟାର୍ଟ କରନ୍ତୁ। ଯଦି ଏହାପରେ ମଧ୍ୟ ଆପଣଙ୍କ ପ୍ରୋବ୍ଲେମ ଦୂର ନ ହେଉଥାଏ ତେବେ ଫୋନକୁ ରିସେଟ କରିବା ପାଇଁ Settings > System > Reset Options > Erase all data (factory reset) କରନ୍ତୁ।
Leave A Reply

Your email address will not be published.