ମାଗଣା ଡେଲିଭରୀ ଫି ସହ ୧ ଟଙ୍କାରେ କିଣିପାରିବେ AC ଫ୍ରିଜ ଏବଂ ଅନେକ ପ୍ରଡକ୍ଟସ୍‌, ଜାଣନ୍ତୁ ତରିକା

ଫ୍ଲିପକାର୍ଟରେ କରନ୍ତୁ ଫ୍ରି ସପିଙ୍ଗ । ଏସି, ଟିଭି ଠାରୁ ଆରମ୍ଭ କରି ଗ୍ୟାଜେଟ୍ସ ପର୍ଯ୍ୟନ୍ତ କିଣନ୍ତୁ ୧ ଟଙ୍କାରେ । ତାହା ପୁଣି ଡେଲିଭରୀ ଫି ସମ୍ପୂର୍ଣ୍ଣ ମାଗଣାରେ ।

ଫ୍ଲିପକାର୍ଟରେ କରନ୍ତୁ ଫ୍ରି ସପିଙ୍ଗ । ଏସି, ଟିଭି ଠାରୁ ଆରମ୍ଭ କରି ଗ୍ୟାଜେଟ୍ସ ପର୍ଯ୍ୟନ୍ତ କିଣନ୍ତୁ ୧ ଟଙ୍କାରେ । ତାହା ପୁଣି ଡେଲିଭରୀ ଫି ସମ୍ପୂର୍ଣ୍ଣ ମାଗଣାରେ । ଆପଣ ଯଦି ଫ୍ଲିପକାର୍ଟରୁ ସପିଙ୍ଗ କରୁଥାନ୍ତି ତାହେଲେ ଆପଣ ଏହାକୁ ଜାଣିବା ବହୁତ ଜରୁରୀ ।  ଆପଣ ତ ଜାଣିଛନ୍ତି ଫ୍ଲିପକାର୍ଟ ଭାରତର ସବୁୂଠାରୁ ବଡ ଇ-କମର୍ସ େଓ୍ଵବସାଇଟ୍ସ ମଧ୍ୟରୁ ଗୋଟିଏ । ଫ୍ଲିପକାର୍ଟରେ ଆପଣ ସବୁ ଜିନିଷକୁ ଘରକୁ ମଗାଇପାରିବେ । ଗୋଟେ ସମୟ ଥିଲା ଯେତେବେଳେ ଘର ପାଇଁ କୌଣସି ଜିନିଷ ଯଦି କିଣିବାକୁ ଥିଲା ତାହେଲେ ଦୋକାନ ପାଖକୁ ଯିବାକୁ ପଡୁଥିଲା । କିନ୍ତୁ ଏବେ ଇ-କମର୍ସ େଓ୍ଵବସାଇଟ୍ସ ଆସିବା ପରେ ଲୋକମାନେ ଅନଲାଇନ୍‌ ସପିଙ୍ଗ୍‌ କରୁଛନ୍ତି । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଫ୍ଲିପକାର୍ଟରେ ଫ୍ରିରେ ଆପଣ ସପିଙ୍ଗ କରିପାରିବେ । ଯଦି ଭାବୁଛନ୍ତି କେମିତି ତାହେଲେ ଆଶ୍ଚର୍ଯ୍ୟ ନହୋଇ ଆସନ୍ତୁ ଜାଣିବା କେମିତି ।

ଫ୍ଲିପକାର୍ଟରେ ଫ୍ରି ସପିଙ୍ଗ କେମିତି କରିବେ ଜାଣନ୍ତୁ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫ୍ଲିପକାର୍ଟରେ ଆପଣ ଆପଣଙ୍କ ମନ ପସନ୍ଦର କୌଣସି ବି ଜିନିଷକୁ ଫ୍ରିରେ ଅର୍ଡର କରିପାରିବେନାହିଁ । କିଛି ମନୋନିତ ଜିନିଷ ଅଛି ଯାହାକୁ ଆପଣ ଫ୍ରିରେ ଅର୍ଡର କରିପାରିବେ । ଫ୍ଲିପକାର୍ଟରେ ଫ୍ରିରେ ଜିନିଷ ଅର୍ଡର କରିବା ପାଇଁ ସୁପରକଏନର ବ୍ୟବହାର କରିବାକୁ ହେବ । ଫ୍ଲିପକାର୍ଟ ସୁପରକଏନ୍ସରୁ ଆପଣ ମାଗଣାରେ ସପିଙ୍ଗ କରିବାରେ କେବଳ ୧ ଟଙ୍କା ପେମେଣ୍ଟ କରିବାକୁ ହେବ । ଆପଣ ଏଠାରେ କେବଳ ୧ ଟଙ୍କା ପେମେଣ୍ଟ କରିବା ସହିତ କ୍ୟାସ ଅନ୍‌ ଡେଲିଭରୀ ମଧ୍ୟ ପେମେଣ୍ଟ କରିପାରିବେ ।

ସୁପରକଏନ୍ସର ବ୍ୟବହାର କରି ଆପଣ ଟିଭି, ଫ୍ରିଜ ଏବଂ ଆହୁରି ଅନେକ ଇଲେକଟ୍ରୋନିକ ଗ୍ୟାଜେଟ୍ସକୁ କେବଳ ୧ ଟଙ୍କାରେ ଅର୍ଡର କରିପାରିବେ । ବାକି ଟଙ୍କା ଆପଣଙ୍କୁ ସୁପରକଏନ ଦ୍ୱାରା ଦେବାକୁ ପଡିବ । ଧରିନିଆଯାଉ ଦୁଇ ହଜାର ଟଙ୍କାର ଆପଣ କୌଣସି ପ୍ରଡକ୍ଟ କିଣୁଛନ୍ତି ଏଥିପାଇଁ ଆପଣଙ୍କୁ କେବଳ ୧ ଟଙ୍କା ଦେବାକୁ ହେବ ଏବଂ ୧୯୯୯ ସୁପରକଏନ ଦେବାକୁ ହେବ । ଏବେ ପ୍ରଶ୍ନ ଉଠୁଛି ସୁପରକଏନ କେମିତି ହାସଲ କରିବେ ।

କଣ ଏହି ସୁପର କଏନ?

ଫ୍ଲିପକାର୍ଟ କିଛି ବର୍ଷ ପୂର୍ବରୁ ସୁପରକଏନକୁ ଗ୍ରାହକଙ୍କ ପାଇଁ ଲଞ୍ଚ୍‌ କରିଥିଲା । ସୁପରକଏନ ସାହାଯ୍ୟରେ ଆପଣ ଫ୍ଳିପକାର୍ଟ ପ୍ଳସ ମେମ୍ବର ବନିପାରିବେ । ଏହାର ଫାଇଦା ଏହା ଯେ ସେଲ ଆରମ୍ଭ ହେବା ପୂର୍ବରୁ ପ୍ରଥମ ଆକ୍ସେସ୍‌ ପ୍ଲସ ମେମ୍ବରଙ୍କୁ ମିଳିଥାଏ । ଏଠାରେ ଫ୍ରି ଡେଲିଭରୀ ମଧ୍ୟ ମିଳିଥାଏ । ସୁପରକଏନର ବ୍ୟବହାର ମୋବାଇଲ ରିଚାର୍ଜ ପାଇଁ ବି ବ୍ୟବହାର କରିପାରିବେ ।

କେମିତି ହାସଲ କରିବେ ସୁପରକଏନ?

ସୁପର କଏନ ହାସଲ କରିବା ପାଇଁ ଫ୍ଲିପକାର୍ଟରୁ ସବୁବେଳେ ସପିଙ୍ଗ କରିବାକୁ ପଡିଥାଏ । ୪୦୦ ଟଙ୍କାର ଜିନିଷ କିଣିବା ଦ୍ୱାରା ୧୨ ସୁପରକଏନ୍ସ ମିଳିଥାଏ । ଅର୍ଥାତ୍‌ ୧୦୦ ଟଙ୍କାର ଅର୍ଡରରେ ୪ ଟି ସୁପରକଏନ୍ସ ମିଳିଥାଏ । ଏହିଭଳି ଭାବେ ୧୦ ହଜାର ସପିଙ୍ଗ କରିବା ଦ୍ୱାରା ୧୦୦ ସୁପରକଏନ୍ସ ମିଳିଥାଏ । ୧୦୦ ସୁପରକଏନ୍ସରୁ ଫ୍ଲିପକାର୍ଟରେ ଫ୍ରିରେ ସପିଙ୍ଗ କରିପାରିବେ ।

ଏବେ ପ୍ରଶ୍ନ ଉଠୁଛି ଯେ ସୁପରକଏନ୍‌ ବିଲକୁଲ ବିଟକଏନ ଭଳି କି? ତେବେ ଏହାର ଉତ୍ତର ହେଉଛି ନା । ଏକ ସୁପର କଏନର ଦାମ୍‌ ୧ ଟଙ୍କା । ସେହି ଅନୁସାରେ ଯେତେ ସୁପରକଏନ ଆପଣ ଆର୍ନ କରିଥିବେ ସେତେ ଟଙ୍କା ।

କଣ ରହିଛି ତରିକା

ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋରରେ ଫ୍ଲିପକାର୍ଟ ଇନଷ୍ଟଲ କରନ୍ତୁ ।
ଆପ୍‌ ଓପନ କରି ସର୍ବପ୍ରଥମେ ଫ୍ଲିପକାର୍ଟରେ ଆକାଉଣ୍ଟ ବନାନ୍ତୁ ।
ଆକାଉଣ୍ଟର ଅପ୍ସନ ଦେଖାଯିବ ସେଥିରେ କ୍ୟାଟେଗରିଜ ଉପରେ କ୍ଲିକ କରନ୍ତୁ ।
ତଳ ଆଡକୁ ସୁପରକଏନ ଅପ୍ସନ ନଜର ଆସିବ ।
ପେଜ୍‌ ଓପନ ହେବା ପରେ ଆପଣଙ୍କୁ Rs 1 Super Store ର ଅପ୍ସନ ମିଳିବ, ସେଠାରେ କ୍ଲିକ୍‌ କରନ୍ତୁ ।
ଧରିନିଅ ଆପଣ ୫୦୦ ସୁପରକଏନ ଆର୍ନ କରିଛନ୍ତି, ଏବଂ ଆପଣଙ୍କ କୌଣସି ଜିନିଷ ୫୦୧ ଟଙ୍କା ରହିଛି ତାହେଲେ ଏକ ଟଙ୍କାର ପେମେଣ୍ଟ କରି ଆପଣ ପ୍ରଡକ୍ଟକୁ ଅର୍ଡର କରିପାରିବେ । ବାକି ଟଙ୍କା ସୁପରକଏନ ଜରିଆରେ କଟିଯିବ ।

Leave A Reply

Your email address will not be published.