ଏବେ ଆଉ ଚିନ୍ତା ନାହିଁ, WhatsAppରେ ଏପରି ଡାଉନଲୋଡ କରନ୍ତୁ ଆଧାର ଏବଂ ପାନ୍‌

ମିନିଷ୍ଟ୍ରୀ ଅଫ୍‌ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ପକ୍ଷରୁ ଡିଜିଲକର ସର୍ଭିସ ଉପଲବ୍ଧ କରାଯାଇଛି। ଏହା ଏକ ଅନଲାଇନ୍‌ ଡିଜିଟାଲ ସର୍ଭିସ, ଯାହା ଆପଣଙ୍କ ଡକ୍ୟୁମେଣ୍ଟ ଏବଂ ସାର୍ଟିଫିକେଟ ଯେପରିକି ଡ୍ରାଇଭିଙ୍ଗ ଲାଇସେନ୍ସ, ଭେଇକିଲ ରେଜିଷ୍ଟ୍ରେସନ ଏବଂ ଏଜୁକେସନ ସାର୍ଟିଫିକେଟର ଅନଲାଇନ ଆକ୍ସେସ ଦେଇଥାଏ। ଯଦି ଆପଣ ଜଣେ ଆଧାର କାର୍ଡ ୟୁଜର୍ସ, ତାହେଲେ ଆପଣଙ୍କ ପାଇଁ ଏକ ଅଲଗା ଡିଜିଲକର ୱେବସାଇଟ ଏବଂ ଆପ୍‌ ରହିଛି। ଯାହାକୁ ହ୍ଵାଟ୍ସଆପ୍‌ ଦ୍ୱାରା ଆକ୍ସେସ କରାଯାଇହେବ। ଲୋକମାନେ ସହଜରେ ନିଜ କାଗଜପତ୍ର ଯେମିତିକି ଆଧାର, ପାନକୁ ଡିଜିଲକରର MyGov Helpdesk WhatsApp Chatbotରେ ଡାଉନଲୋଡ କରିପାରିବେ।

ୟୁଜର୍ସ MyGov Helpdesk WhatsApp Chatbot ରେ କିଛି ସହଜ ଟିପ୍ସକୁ ଫଲୋ କରି ଅଫିସିଆଲ ଡକ୍ୟୁମେଣ୍ଟ ଯେମିତିକି ଆଧାର, ପାନ, ମାର୍କ ସିଟ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଡାଉନଲୋଡ୍‌ କରିପାରିବେ। ଏମିତିରେ ଯଦି ଆପଣ ଡିଜିଲକର ଆପରେ ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁନାହାଁନ୍ତି ତାହେଲେ ହ୍ଵାଟ୍ସଆପ ଚାଟବୋଟ ସର୍ଭିସର ଲାଭ ଉଠାଇପାରିବେ।

କିପରି ଆଧାର ଏବଂ ପାନକୁ ହ୍ଵାଟ୍ସଆପରେ କରିବେ ଡାଉନଲୋଡ୍‌

ଷ୍ଟେପ ୧ : ସର୍ବପ୍ରଥମେ MyGov HelpDeskର କଣ୍ଟାକ୍ଟ ନମ୍ବର +91-9013151515 କୁ ନିଜ ଫୋନରେ ସେଭ୍‌ କରନ୍ତୁ।
ଷ୍ଟେପ ୨ : ଏହାପରେ WhatsApp ଓପନ କରି କଣ୍ଟାକ୍ଟ ଲିଷ୍ଟ ରିଫ୍ରେସ କରନ୍ତୁ।
ଷ୍ଟେପ ୩ : ଏହାପରେ MyGov HelpDesk chatbot କୁ ସର୍ଚ୍ଚ ଏବଂ ଓପନ କରନ୍ତୁ।
ଷ୍ଟେପ ୪ : ଏହାପରେ ୟୁଜର୍ସଙ୍କୁ MyGov HelpDesk chatରେ ନମସ୍ତେ କିମ୍ବା Hi ଟାଇପ କରିବାକୁ ହେବ।
ଷ୍ଟେପ ୫ : ଏହି chatbotରେ ଆପଣଙ୍କୁ ଡିଜିଲକର କିମ୍ବା କୋଓ୍ଵିନ୍‌ ମଧ୍ୟରୁ କୌଣସି ଗୋଟିଏ ସର୍ଭିସକୁ ବାଛିବାକୁ କୁହାଯିବ। ଏହାପରେ ଆପଣଙ୍କୁ DigiLocker Servicesକୁ ସିଲେକ୍ଟ କରିବାକୁ ହେବ।
ଷ୍ଟେପ ୬ : ଏହାପରେ ‘Yes’ ଉପରେ ଟ୍ୟାପ୍‌ କରନ୍ତୁ। ଏହାପରେ ଚାଟବୋଟ ଆପଣଙ୍କୁ ଡିଜିଲକର ଆକାଉଣ୍ଟ ବିଷୟୟରେ ପ୍ରଶ୍ନ କରିବ।
ଷ୍ଟେପ ୭ : ଏହାପରେ ଚାଟବୋଟ ଆପଣଙ୍କୁ ୧୨ ଡିଜିଟ ବିଶିଷ୍ଟ ଆଧାର ନମ୍ବରରେ ଡିଜିଲକର ଆକାଉଣ୍ଟକୁ ଲିଙ୍କ୍‌ ଏବଂ ଅଥେଣ୍ଟିକେଟ କରିବାକୁ ହେବ। ଏହାପରେ ଆଧାର ନମ୍ବର ଏବଂ ସେଣ୍ଟ କରିବାକୁ ହେବ।
ଷ୍ଟେପ ୮ : ଏହାପରେ ଆପଣଙ୍କୁ ଏକ ଓଟିପି ରିସିଭ୍‌ ହେବ। ଏହାପରେ ଆପଣଙ୍କ ମୋବାଇଲ ନମ୍ବର ରେଜିଷ୍ଟର୍ଡ ହୋଇଯିବ।
ଷ୍ଟେପ ୯ : ଚାଟବୋଟ ଲିଷ୍ଟରେ ଡିଜିଲକର ଆକାଉଣ୍ଟ ସହିତ ଲିଙ୍କ ଡକ୍ୟୁମେଣ୍ଟ ଦେଖାଯିବ।
ଷ୍ଟେପ ୧୦ : ଏହାପରେ ଡାଉନଲୋଡ, ଟାଇପ, ସେଣ୍ଡ ନମ୍ବରର ଅପ୍ସନ ଦେଖାଯିବ।
ଷ୍ଟେପ ୧୧ : ଏହିଭଳି ଭାବେ ଆପଣଙ୍କ ଡକ୍ୟୁମେଣ୍ଟ PDF ଫର୍ମରେ ଡାଉନଲୋଡ କରିବା ପାଇଁ ଉପଲବ୍ଧ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.