ଆଧାର କାର୍ଡରୁ ମିଳିବ ମୁକ୍ତି ! ଏବେ ବିନା ଆଧାରରେ ବି ହେବ ସବୁ କାମ ବାସ୍‌ ଆପଣାନ୍ତୁ ଏହି ତରିକା

ଆଧାର ଏବେ ଭାରତରେ ପତ୍ୟେକ ସରକାରୀ ଏବଂ ପ୍ରାଇଭେଟ କାମ ପାଇଁ ଜରୁରୀ ହୋଇଯାଇଛି। ଏହା ବିନା ନା ଆପଣ ଆକାଉଣ୍ଟ ଖୋଲି ପାରିବେ ତା କୌଣସି କଲେଜରେ ନାମଲେଖାଇ ପାରିବେ। କେବଳ ଏତିକି ନୁହେଁ ଆପଣ ଅନେକ ଜରୁରୀ ସରକାରୀ ସେବାରୁ ମଧ୍ୟ ବଞ୍ଚିତ ରହିବେ ଅର୍ଥାତ୍‌ ସରକାରୀ ସୁବିଧାର ଲାଭ ଉଠାଇପାରିବେନି। ଯଦି କେତେବେଳେ ଆପଣଙ୍କ ଆଧାର ହଜିଯାଇଥାଏ କିମ୍ବା କୌଣସି ଜରୁରୀ କାମ ପୂର୍ବରୁ ଆପଣ ଏହାକୁ ସାଥିରେ ନେବାକୁ ଭୁଲି ଯାଇଛନ୍ତି ତାହେଲେ ଏମିତି ପରିସ୍ଥିତିରେ ଆପଣଙ୍କ କାମ ଅଟକି ଯାଇପାରେ। ଆପଣଙ୍କ ସହ ଏମିତି ନ ହେଉ ସେଥିପାଇଁ ଆପଣଙ୍କୁ ବତାଇବାକୁ ଚାହିଁବୁ ଯେ କୌଣସି ବି ସରକାରୀ ଏବଂ ପ୍ରାଇଭେଟ୍‌ କାମ ପାଇଁ ଏବେ ଆଉ ଆଧାର କାର୍ଡର ଫିଜିକାଲ କପିକୁ ସାଥିରେ ଧରି ବୁଲିବାର ଆବଶ୍ୟକ ପଡିବନାର୍ହି। ନା ହିଁ ଏହାକୁ ଘରେ ଭୁଲି ଯାଇଥିଲେ ଆପଣଙ୍କର କୌଣସି କାମ ଅଟକିଯିବ। ଯଦି ଆପଣଙ୍କୁ ଏବେ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ସୂଚନା ନାହିଁ ତାହେଲେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବାକୁ ଯାଉଛୁ।

ଜାଣନ୍ତୁ କେମିତି ବିନା ଆଧାର କାର୍ଡରେ ହେବ ଆପଣଙ୍କ ସମସ୍ତ କାମ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଧାର କାର୍ଡ ହଜିଗଲେ କିମ୍ବା ଆପଣଙ୍କ ପାଖରେ ନଥିଲେ ତେବେ ଏଭଳି ସ୍ଥିତିରେ ଆପଣଙ୍କ କୌଣସି ବି ସରକାରୀ ହେଉ କିମ୍ବା ସେ ପ୍ରାଇଭେଟ ହେଉ କୌଣସି ବି କାମ ଅଟକି ଯିବନି। ଏହାପଛରେ ଏକ ବଡ କାରଣ ରହିଛି। ଲଗାତର ୟୁଜର୍ସଙ୍କୁ ଏହି ସମସ୍ୟାକୁ ସାମ୍ନା କରିବାକୁ ପଡୁଥିଲା ଯେତେବେଳେ ସେ ନିଜ ସାଥିରେ ଆଧାର କାର୍ଡ ରଖିବାକୁ ଭୁଲି ଯାଉଥିଲେ କିମ୍ବା ହଜି ଯାଉଥିଲା। ଆଉ ଯେତେବେଳେ କୌଣସି ସରକାରୀ କାମ ଏହା ବିନା ଅଟକି ଯାଉଥିଲା। ଏହି ସବୁ ସମସ୍ୟାକୁ ଦେଖି ସମାଧାନ ଏହା ବାହାରିଲା ଯେ ଏବେ ଆପଣ ଫିଜିକାଲ କପି ବିନା ବି ଆଧାର କାର୍ଡର ବ୍ୟବହାର କରିପାରିବେ। ଏହାର ଅର୍ଥ ଏହା ଯେ ଆଧାର କାର୍ଡ ଦରକାର ହେବ କିନ୍ତୁ ଏହାର ଫିଜିକାଲ କପି ନୁହେଁ। ବିନା ଫିଜିକାଲ ଆଧାର କାର୍ଡରେ ବି ଆପଣ ସବୁ କାମ କରିପାରିବେ।

ଏସବୁ କାମ ଆପଣ କରିପାରିବେ ଇ-ଆଧାର କାର୍ଡ ଜରିଆରେ, ତାହେଲେ ଆସନ୍ତୁ ଜାଣିବା କେମିତି ଡାଉନଲୋଡ କରିବେ ଇ-ଆଧାର କାର୍ଡ।

ଆପଣଙ୍କୁ ଅନଲାଇନ୍‌ ଇ-ଆଧାର କାର୍ଡ ଡାଉନଲୋଡ କରିବା ପାଇଁ ଅଧିକ କିଛି କଷ୍ଟ କରିବାକୁ ପଡିବନାହିଁ। ଆପଣଙ୍କୁ ଏଥିପାଇଁ କେବଳ ୟୁଆଇଡିଆଇର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ। ଏହାପରେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ପ୍ରଶ୍ନ କରାଯିବ ଏବଂ ଆପଣଙ୍କୁ ଏକ କାପ୍ଚା କୋଡ ମଧ୍ୟ ଦେବାକୁ ପଡିବ। ଯେମିତି ଆପଣ ଏହି ସୂଚନା ଏଣ୍ଟର କରିବେ ଆପଣଙ୍କ ଆଧରେ ସହ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବରକୁ ଏକ ଓ୍ଵାନ ଟାଇମ୍‌ ପାସଓ୍ଵାର୍ଡ ପଠାଯିବ। ଏହି ଓଟିପିକୁ ଦେବା ପରେ ଆପଣଙ୍କ ଇ-ଆଧାର କାର୍ଡ ଖୋଲି ଆପଣଙ୍କ ସାମ୍ନାରେ ସୋ କରିବ। ଆପଣ ଏହାକୁ ଡାଉନଲୋଡ କରିପାରିବେ ଏବଂ ଯେକୌଣସି ଜରୁରୀ କାମରେ ଏହାର ବ୍ୟବହାର କରିପାରିବେ।

Leave A Reply

Your email address will not be published.