ପ୍ରତି GPay ପେମେଣ୍ଟରେ ମିଳିବ ୫୦ ରୁ ୧୦୦ ଟଙ୍କା କ୍ୟାସବ୍ୟାକ୍‌, ଖର୍ଚ୍ଚରୁ ଅଧିକ ହେବ ରୋଜଗାର

ଯଦି ଆପଣ ମଧ୍ୟ ଗୁଗଲ ପେମେଣ୍ଟର ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କୁ ମଧ୍ୟ ଏବେ ଗୁଗଲ ପେମେଣ୍ଟ କରିବା ସମୟରେ କ୍ୟାସବ୍ୟାକ୍‌ ମିଳୁନାହିଁ ତାହେଲେ ଏବେ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଭଲ କ୍ୟାସବ୍ୟାକ୍‌ ରିଓ୍ଵାର୍ଡ ତ ଦେବ ତାସହିତ ଆପଣଙ୍କୁ ନ୍ୟୁ କୁପନ୍ସ ଏବଂ ଅଫର୍ସ ମଧ୍ୟ ହାସଲ କରିବାରେ ସାହାଯ୍ୟ କରିବ।

ଗୁଗଲ ପେମେଣ୍ଟ ଆପରେ ଯେତେବେଳେ ଆପଣ ଭିଜିଟ କରନ୍ତି ସେତେବେଳେ ଆପଣଙ୍କୁ ଅନେକ ଗୁଡିଏ ପ୍ଲାନ ଦେଖିବାକୁ ମିଳିଥାଏ। ଏଥିରେ ଅଲଗା ଅଲଗା କ୍ୟାଟଗରୀରେ ଅନେକ ଅଫର୍ସ ସାମିଲ ରହିଥାଏ। ଯଦି ଆପଣ ଏହି ପ୍ଲାନ୍ସକୁ ବାଛୁଛନ୍ତି ତାହେଲେ ସେହି କ୍ୟାଟଗରୀରେ ପେମେଣ୍ଟ କରିବା ଦ୍ୱାରା ଆପଣଙ୍କୁ ଭଲ ରିଓ୍ଵାର୍ଡ ନଚେତ କ୍ୟାସବ୍ୟାକ ଦିଆଯାଇଥାଏ।

ଏହି ପେମେଣ୍ଟସରେ ଗ୍ୟାସ ବିଲ ସହିତ ବିଜୁଳି ବିଲ୍‌ ଏବଂ ପେଟ୍ରୋଲ ବିଲ୍‌ ସାମିଲ ରହିଛି। ଯଦି ଆପଣ ଏହି ପେମେଣ୍ଟସକୁ ସକସେସ୍‌ କରନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ କ୍ୟାସବ୍ୟାକ୍‌ ମିଳିବ ଯାହା ବହୁତ ଅଧିକ ମଧ୍ୟ। ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ତରିକାକୁ ଟ୍ରାଏ କରିନାହାଁନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଏକ ବଢ଼ିଆ ଅପ୍ସନ ପ୍ରମାଣିତ ହେବ।

ଯଦି ଆପଣ ଗୋଟିଏ ଆକାଉଣ୍ଟରେ ଭାରି ଆମାଉଣ୍ଟ ପଠାଉଛନ୍ତି ଆଉ ଆପଣଙ୍କୁ ଲାଗୁଛି ଯେ ଏହାଦ୍ୱାରା ଆପଣଙ୍କ ହାତରେ ଏକ ବଡ ଆମାଉଣ୍ଟର କ୍ୟାସବ୍ୟାକ୍‌ ଆସିବ ତାହେଲେ ଏମିତି ହେବ ନାହିଁ। ଯଦି ଆପଣ କ୍ୟାସବ୍ୟାକ୍‌ ଚାହୁଁଛନ୍ତି ତାହେଲେ ଆପଣ ଅଲଗା ଅଲଗା ଆକାଉଣ୍ଟରେ ପେମେଣ୍ଟ କରନ୍ତୁ, ଏହାଦ୍ୱାରା କ୍ୟାସବ୍ୟାକ ଅଧିକ ମିଳିବ ଏବଂ ଏହାର ସମ୍ଭାବନା ମଧ୍ୟ ବହୁତ ଅଧିକ ରହିବ।

ଆପଣ ଗୋଟିଏ ଥରରେ ହିଁ ବହୁତ ମୋଟା ଆମାଉଣ୍ଟ ଯଦି କାହାକୁ ଟ୍ରାନ୍ସଫର କରୁଛନ୍ତି ତାହେଲେ ଗୁଗଲ ପେମେଣ୍ଟରେ ସେହି ଆମାଉଣ୍ଟ ପାଇଁ ବହୁତ ଅଧିକ କ୍ୟାସବ୍ୟାକ୍‌ ମିଳିବନାହିଁ। ସେହିପରି ଆମାଉଣ୍ଟ ଯଦି ଆପଣ ଅନେକ ଆକାଉଣ୍ଟସରେ କରିବେ ତାହେଲେ ଆପଣଙ୍କୁ କ୍ୟାସବ୍ୟାକ ଅଧିକ ମିଳିବ ଯାହାର ସମ୍ଭାବନା ବି ବହୁତ ଅଧିକ ରହିଛି।