ଖୁସି ଖବର, ଏବେ iPhone ୟୁଜର୍ସ ମଧ୍ୟ ପଠାଯାଇଥିବା ମେସେଜକୁ କରିପାରିବେ ଏଡିଟ୍‌

Apple କମ୍ପାନୀ iPhone 14 ସିରିଜ୍‌ ସ୍ମାର୍ଟଫୋନକୁ ଲଞ୍ଚ୍‌ କରିବା ପରେ ଆଇଫୋନ୍ସ ପାଇଁ iOS 16କୁ ରୋଲ ଆଉଟ କରିବ। iOS 16ର ଅଫିସିଆଲ ରୋଲ ଆଉଟ ପୂର୍ବରୁ ଏହା ଜାଣିବା ବି ବହୁତ ଜରୁରୀ ଯେ ୟୁଜର୍ସଙ୍କୁ ମୋବାଇଲ ଅପରେଟିଙ୍ଗ ସିଷ୍ଟମରେ କଣ ଆଶା କରିବା ଉଚିତ। ସରଳ ଭାଷାରେ କହିବା ତ ୟୁଜର୍ସଙ୍କୁ ଏହା ଜାଣିବା ବହୁତ ଜରୁରୀ ଯେ ଏହି ଅପରେଟିଙ୍ଗ ସିଷ୍ଟମ ସହିତ କଣ ଫିଚର୍ସ ଦେଇଛି।

କମ୍ପାନୀ ନିକଟରେ ଆଇଫୋନ୍‌ ରେ  iOS 16ର ସେକେଣ୍ଡ ବିଟା ଭର୍ସନ ଜାରି କରିଛି। ଏହା ଅନୁଯାୟୀ ଆପଲ iMessage ଆପରେ ମେସେଜକୁ ଏଡିଟ୍‌ କରିବା ଏବଂ ଅନସେଣ୍ଡ କରିବାର କ୍ଷମତାକୁ ଉପଲବ୍ଧ କରାଯାଇଛି। ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ଭର୍ସନରେ ଅପଡେଟ କରିନାହାଁନ୍ତି ତାହେଲେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ  iOS 16 ସହିତ  iPhone ୟୁଜର୍ସ କୌଣସି ବି ମେସେଜକୁ ଏଡିଟ କିମ୍ବା ଅନସେଣ୍ଡ କରିପାରିବେ। ଏହା କେବଳ ସ୍ପେସିଫିକ ଟାଇମ୍‌ ଅନୂୂଯାୟୀ କରାଯାଇପାରେ।  iOS 16 ଫିଚର ପାଇଁ ଆପଲର ପ୍ରିଭ୍ୟୁ ପେଜରେ କୁହାଯାଇଛି ଯେ ଏହି ଦୂଇ ଫିଚର୍ସ ପାଇଁ ଏହି ସମୟ ବିଧି ୧୫ ମିନିଟ ନିର୍ଦ୍ଧାରିତ କରାଯାଇଛି। ତାହେଲେ  iOS 16 ର ଅଫିସିଆଲ ରୋଲଆଉଟ୍‌ ପୂର୍ବରୁ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ  iMessage ଆପରେ ପଠାଯାଇଥିବା ମେସେଜକୁ ଏଡିଟ କିମ୍ବା ଅନସେଣ୍ଡ କରିପାରିବେ।

iOS 16ରେ  iMessage ଆପରେ ପଠାଯାଇଥିବା ମେସେଜକୁ କେମିତି କରିବେ ଏଡିଟ୍‌

ଷ୍ଟେପ ୧ :  iOS 16 ଚଲାଉଥିବା ନିଜର ଆଇଫୋନରେ ମେସେଜ୍‌ ଆପ୍‌ ଖୋଲନ୍ତୁ।

ଷ୍ଟେପ ୨ : ଏବେ ସେହି କନଭରସେସନକୁ ଯାଆନ୍ତୁ ଏବଂ ମେସେଜ ସର୍ଚ କରନ୍ତୁ ଯାହାକୁ ଆପଣ ଏଡିଟ୍‌ କରିବାକୁ ଚାହୁଁଛନ୍ତି।

ଷ୍ଟେପ ୩ : ସେହି ମେସେଜକୁ ଅଧିକ ସମୟ ପର୍ଯ୍ୟନ୍ତ ଟ୍ୟାପ୍‌ କରନ୍ତୁ, ଯାହାକୁ ଆପଣ ଏଡିଟ୍‌ କରିବାକୁ ଚାହୁଁଛନ୍ତି।

ଷ୍ଟେପ ୪ : ଏହାପରେ ଏକ ଡାଇଲଗ୍‌ ବକ୍ସ ଦେଖାଯିବ, ସେଥିମଧ୍ୟରୁ ଆପଣଙ୍କୁ ଏଡିଟ୍‌ ଅପ୍ସନକୁ ଚୟନ କରିବାକୁ ହେବ।

ଷ୍ଟେପ ୫ : ଏବେ ସେହି ମେସେଜରେ ଆପଣ ଯାହା ଚେଞ୍ଜ୍‌ କରିବାକୁ ଚାହୁଁଛନ୍ତି କରନ୍ତୁ।

ଷ୍ଟେପ ୬ : ଯେତେବେଳେ ଆପଣ ମେସେଜକୁ ଏଡିଟ କରିନେବେ ତାପରେ ରାଇଟ୍‌ ସାଇଡ ବ୍ଲୁ ଚେକମାର୍କ ଉପରେ ଟ୍ୟାପ୍‌ କରନ୍ତୁ। ଏମିତି କରିବା ପରେ ଆପଣଙ୍କୁ ମେସେଜ ଉପରେ Edited ଲେଖାଥିବା ଦେଖିବାକୁ ମିଳିବ।

iOS 16ରେ iMessage ଆପରେ ମେସେଜକୁ କେମିତି କରିବେ ଅନସେଣ୍ଡ

ଷ୍ଟେପ ୧ : ଆଇଫୋନରେ ମେସେଜ୍‌ ଆପ୍‌ ଖୋଲନ୍ତୁ।

ଷ୍ଟେପ ୨ : ଏବେ ସେହି କନଭରସେସନକୁ ଯାଆନ୍ତୁ ଏବଂ ମେସେଜ ସର୍ଚ୍ଚ କରନ୍ତୁ, ଯାହାକୁ ଆପଣ ଅନସେଣ୍ଡ କରିବାକୁ ଚାହୁଁଛନ୍ତି।

ଷ୍ଟେପ ୩ : ସେହି ମେସେଜକୁ ଲମ୍ବା ସମୟ ପର୍ଯ୍ୟନ୍ତ ଟ୍ୟାପ୍‌ କରନ୍ତୁ, ଯାହାକୁ ଆପଣ ଅନସେଣ୍ଡ କରିବାକୁ ଚାହୁଁଛନ୍ତି।

ଷ୍ଟେପ ୪ : ଏହାପରେ ଏକ ଡାଇଲଗ୍‌ ବକ୍ସ ଦେଖାଯିବ ସେଥିରୁ ଆପଣ ଅନସେଣ୍ଡ ଅପ୍ସନକୁ ଚୟନ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଆଇଫୋନ୍‌ iPhone ମଡେଲ ଯାହା iOS 16କୁ ସପୋର୍ଟ କରିବେ

iPhone 13, iPhone 13 mini, iPhone 13 Pro, iPhone 13 Pro Max, iPhone 12, iPhone 12 mini, iPhone 12 Pro, iPhone 12 Pro Max, iPhone 11, iPhone 11 Pro, iPhone 11 Pro Max, iPhone XS, iPhone XS Max, iPhone XR, iPhone X, iPhone 8, iPhone 8 Plus, iPhone SE (2nd generation or later)

Leave A Reply

Your email address will not be published.