ଟେକ୍

କଣ ଆପଣଙ୍କୁ ଠିକଠାକ୍‌ ମିଳୁନି ରାସନ୍‌ ! ତେବେ ବ୍ୟସ୍ତ ନ ହୋଇ ତୁରନ୍ତ କରନ୍ତୁ ଅଭିଯୋଗ, ମାତ୍ର ଗୋଟିଏ କଲରେ ଆପଣଙ୍କ ସମସ୍ୟାର ହେବ ସମାଧାନ

କରୋନାର ନୂଆ ନୂଆ ଭେରିୟଣ୍ଟ ଏବଂ ଲକଡାଉନ ଭିତରେ ଲୋକଙ୍କ ଅଭାବ ଅସୁବିଧାକୁ ଧ୍ୟାନରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକଙ୍କୁ ମିଳୁଛି ମାଗଣା ରାସନ୍‌ ସାମଗ୍ରୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଥିବା ରାସନ କାର୍ଡରେ ଉପଭୋକ୍ତାଙ୍କୁ ମାଗଣାରେ ଦିଆଯାଉଛି ରାସନ୍‌ । ଏଥିରେ ଲୋକଙ୍କୁ ଗହମ, ଡାଲି, ଚାଉଳ ଏବଂ ଚିନି ଦିଆଯାଉଛି। କିନ୍ତୁ କିଛି ଡିଲର ରାସନ କାର୍ଡ ଧାରକଙ୍କୁ ତାଙ୍କ ଭାଗର ଚାଉଳ, ଗହମ, ଚିନି ଦେବାରେ ସମସ୍ୟା ସୃଷ୍ଟି କର ସେସବୁକୁ ଚୋରି କରିନେଉଛନ୍ତି। କିଛି କିଛି ଡିଲର ତ ପୂରା ସାମଗ୍ରୀକୁ ଲୋକଙ୍କ ପାଖରେ ପହଁଚିବା ପୂର୍ବରୁ ହିଁ ଚଳୁ କରିଦେଉଛନ୍ତି। ଯାହାକୁ ନେଇ ଅନେକ ଲୋକ ରାସନ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି ଏବଂ ସମସ୍ୟାକୁ ସାମ୍ନା କରୁଛନ୍ତି। ତେଣୁ ଆପଣଙ୍କ ଅଞ୍ଚଳର ଡିଲର ଯଦି ଆପଣଙ୍କୁ ରାସନ ସାମଗ୍ରୀ ଦେବାରେ ହଇରାଣ କରୁଛନ୍ତି କିମ୍ବା ଯେତିକି ମିଳିବା କଥା ତାଠାରୁ କମ୍‌ ଦେଉଛନ୍ତି ତେବେ ଆପଣ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ।

ଯଦି ରାସନ ଡିଲର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ରାସନର ମାତ୍ରା କିମ୍ବା ଗହମ, ଚିନି, ଚାଉଳ ଏବଂ ଡାଲିରେ କୌଣସି ପ୍ରକାର ସାମଗ୍ରୀକୁ ନେଇ କମ୍‌ ଦେଉଛନ୍ତି। ତେବେ ଆପଣ ଏହା ବିରୁଦ୍ଧରେ ଅଭିଯୋଗ ମାତ୍ର କିଛି ମିନିଟରେ ହିଁ କରିପାରିବେ। ଡିଲରଙ୍କ ବ୍ୟବହାରକୁ ନେଇ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା ପୋର୍ଟାଲରେ ଆପଣ ଅଭିଯୋଗ କରିପାରିବେ। ଏହାବ୍ୟତୀତ ଆପଣ ନମ୍ବରକୁ କଲ୍‌ କରି ମଧ୍ୟ ଜଣାଇପାରିବେ।

ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟ ଅନୁସାରେ ଦିଆଯାଇଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ କଲ୍‌ କରି ଆପଣ ନିଜ ରାସନ ଡିଲରଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ। ଏଥିରେ ଆପଣଙ୍କୁ ନିଜର ନାମ, ରାଜ୍ୟ, ଜିଲ୍ଲା, ବ୍ଲକ, ରାସନ କାର୍ଡ ନମ୍ବର, ରାସନ ଡିଲରଙ୍କ ନାମ କହିବାକୁ ହେବ। ଆପଣଙ୍କ ଅଭିଯୋଗକୁ ଭିତ୍ତି କରି ମାମଲାର ଯାଞ୍ଚ କରିବା ପାଇଁ ଖାଦ୍ୟ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଦିଆଯିବ। ସେ ମାମଲାର ଯାଞ୍ଚ କରି ଅଭିଯୋଗ ସତ ପ୍ରମାଣିତ ହେଲେ ଉକ୍ତ ରାସନ ଡିଲାରଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଆମେ ଆପଣଙ୍କୁ ଅନେକ ରାଜ୍ୟର ଟୋଲ ଫି ନମ୍ବର ଜଣାଇବୁ। ଯେଉଁଥିରେ ଦେଶର ଅନେକ ରାଜ୍ୟର ଟୋଲ ଫି ନମ୍ବର ରହିଛି। ତେବେ ଯଦି ଆପଣ ଓଡିଶାର ଲୋକ କିମ୍ବା ଓଡିଶାର ରାସନକାର୍ଡ ଧାରୀ ତେବେ ଆପଣ ୧୮୦୦୩୪୫୬୭୨୪ ଟୋଲ ଫି ନମ୍ବରକୁ କଲ୍‌ କରି ଡିଲରଙ୍କ ସମ୍ପର୍କରେ ସମସ୍ତ ସୂଚନା ଜଣାଇପାରିବେ। ସେହିପରି ଆମେ ଏଠାରେ ଅନ୍ୟ ରାଜ୍ୟର ଟୋଲ ଫି ନମ୍ବର ବି ଜଣାଇବୁ। ଉତ୍ତର ପ୍ରଦେଶର ଟୋଲ ଫି ନମ୍ବର ରହିଛି ୧୮୦୦୧୮୦୦୧୫୦। ଉତ୍ତରାଖଣ୍ଡର ଟୋଲ ଫି ନମ୍ବର ୧୮୦୦୧୮୦୨୦୦୦। ଛତିଶଗଡର ଟୋଲ ଫି ନମ୍ବର ହେଲା ୧୮୦୦୨୩୩୩୬୬୩। ରାଜସ୍ଥାନର ଟୋଲ ଫି ନମ୍ବର ୧୮୦୦୧୮୦୬୧୨୭। ପଞ୍ଜାବର ଟୋଲ ଫି ନମ୍ବର ୧୮୦୦୩୦୦୬୧୩୧୩। ସିକ୍କିମର ଟୋଲ ଫି ନମ୍ବର ହେଉଛି ୧୮୦୦୪୨୫୫୯୦୧। ତେଲେଙ୍ଗାନାର ଟୋଲ ଫି ନମ୍ବର ହେଉଛି ୧୮୦୦୪୨୫୦୦୩୩୩। ହରିୟାଣାର ଟୋଲ ଫି ନମ୍ବର ହେଉଛି ୧୮୦୦୧୮୦୨୦୮୭। ହିମାଚଳ ପ୍ରଦେଶର ଟୋଲ ଫି ନମ୍ବର ହେଲା ୧୮୦୦୧୮୦୮୦୨୬। ସେହିପରି ବିହାର ରାଜ୍ୟର ଟୋଲ ଫି ନମ୍ବର ହେଉଛି ୧୮୦୦୩୪୫୬୧୯୪।

Pritiparna

Recent Posts

ଟ୍ୱିନ୍ ସିଟିରେ ଢାଳିଲା ବର୍ଷା, ବୁଡିଗଲା ଜେସିବି

ଭୁବନେଶ୍ୱର(କେନ୍ୟୁଜ୍‌): ତାଣ୍ଡବ କଲା କାଳବୈଶାଖୀ । ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟ୍ୱିନ୍ ସିଟିରେ ଢାଳିଲା…

20 mins ago

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି…

24 mins ago

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ । ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୬ ଜଣଙ୍କ…

46 mins ago

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

1 hour ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

1 hour ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

2 hours ago