କାର, ବାଇକ ଓ ସ୍କୁଟି ଚଳାଉଥିଲେ ଆଜି ୬୦ ଟଙ୍କା ଖର୍ଚ୍ଚ କରନ୍ତୁ: ନଚେତ୍ ପରେ ଭରିପାରନ୍ତି ୧୦ ହଜାର ଟଙ୍କା ଜରିମାନା

ଆପଣଙ୍କର ପିୟୂସି ସାର୍ଟିଫିକେଟ୍‌ ଅଛ ତ? ନଚେତ ଆପଣ ଭରିପାରନ୍ତି ଦଶ ହଜାର ଟଙ୍କାର ଜରିମାନା ରାଶି। ପିୟୂସି ସାର୍ଟିଫିକେଟ ବା ପଲ୍ୟୁସନ୍‌ ସାର୍ଟିଫିକେଟ ଆପଣଙ୍କ ଗାଡ଼ିରୁ ନିର୍ଗତ ହେଉଥିବା ନିର୍ଗମନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରଦୂଷଣ ମାନଦଣ୍ଡକୁ ପୂରଣ କରୁଛି କି ନାହିଁ, ତାହା ନିଶ୍ଚିତ କରିଥାଏ । ଏଥିରୁ କାର୍ବନ ନିର୍ଗମନର ଶତକଡ଼ା ମୂଲ୍ୟାଙ୍କନ କରାଯାଇଥାଏ ଯେ ଆପଣଙ୍କ କାର, ବାଇକ କିମ୍ବା ସ୍କୁଟରର ପର୍ଯ୍ୟାବରଣରେ କଣ ଯୋଗଦାନ ରହିଛି। ନିର୍ଗମନ ପ୍ରଦୂଷଣ ନିୟମ ଅନୁଯାୟୀ ରହିଛି କି ନାହିଁ ଏବଂ ଏହା ପରିବେଶକୁ କ୍ଷତି ପହଞ୍ଚାଉ ନାହିଁ ତ, ତାହା ଏହି ସାର୍ଟିଫିକେଟ୍ ଦର୍ଶାଇଥାଏ । ପିୟୁସି ସାର୍ଟିଫିକେଟ୍ ହାସଲ କରିବା ପାଇଁ ଗାଡ଼ିକୁ ଏକ ପରୀକ୍ଷା ଦେବାକୁ ପଡିବ, ଯେଉଁଥିରେ ଯାନର ନିର୍ଗମନ ସ୍ତରର ମୂଲ୍ୟାଙ୍କନ କରାଯାଇଥାଏ ।

ମୋଟର ଯାନ ଅଧିନିୟମ ୧୯୮୮ ଅନୁଯାୟୀ, କାର ଡ୍ରାଇଭରଙ୍କ ପାଖରେ ଗାଡି ଚଲାଇବା ସମୟରେ ମୋଟର ବୀମା ପଲିସି, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ (ଆରସି), ବୈଧ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ପିୟୂସ ସାର୍ଟିଫିକେଟ୍ ରହିବା ଉଚିତ୍ । ଯଦି ଆପଣଙ୍କର କାରର ପିୟୁସି ସାର୍ଟିଫିକେଟ୍ ନାହିଁ, ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । ନୂଆ କାର ମାମଲାରେ କାର ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ୧ ବର୍ଷ ପାଇଁ ବୈଧ ଅଟେ । ଏହା ପରେ ଆପଣଙ୍କୁ ନିଜ କାରକୁ ନିୟମିତ ବ୍ୟବଧାନରେ ପିୟୁସି ପରୀକ୍ଷା ପାଇଁ ନେବାକୁ ପଡିବ ଏବଂ ପ୍ରତ୍ୟେକ ପରୀକ୍ଷଣ ପରେ ଏକ ନୂଆ ସାର୍ଟିଫିକେଟ୍ ଜାରି କରାଯାଇଥାଏ।

certificateସାଧାରଣତଃ ପିୟୁସି ସାର୍ଟିଫିକେଟର ବୈଧତା ୬ ମାସ ପାଇଁ ରହିଥାଏ। ଯଦିଓ ଦିଲ୍ଲୀ ଭଳି ସ୍ଥାନରେ PUC ସାର୍ଟିଫିକେଟ୍ ୩ ମାସର ଅବଧି ପାଇଁ ଜାରି କରାଯାଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପିୟୂସି ସାର୍ଟିଫିକେଟ୍‌ ଇନସୁରାନ୍ସ ପଲିସିର ରିନ୍ୟୁ ପାଇଁ ମଧ୍ୟ ଜରୁରୀ ହୋଇଥାଏ। ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ପିୟୁସି ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ ଅଟେ। ତେଣୁ ଯଦି ଆପଣଙ୍କ ପାଖରେ ପଲ୍ୟୁସନ୍‌ ସାର୍ଟିଫିକେଟ ନାହିଁ କିନ୍ତୁ କାର, ବାଇକ ଏବଂ ସ୍କୁଟର ଚଲାଉଛନ୍ତି ତାହେଲେ ଆଜି ହିଁ ବନାଇଦିଅନ୍ତୁ। ନଚେତ ଏବେ ମାତ୍ର କେଇ ଟଙ୍କା ଦେଇ ବନାଉନାହାଁନ୍ତି କିନ୍ତୁ ପରେ ଭାରି ଜରିମାନା ଦେବାକୁ କେହି ଅଟକାଇ ପାରିବେନି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପିୟୂସି ସାର୍ଟିଫିକେଟ ବନାଇବାକୁ ଆପଣଙ୍କୁ ୬୦ରୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା କେମିତି ବନାଇବେ ପିୟୂସି ସାର୍ଟିଫିକେଟ।

  • ନିଜ ଗାଡିକୁ ନିକଟସ୍ଥ ନିର୍ଗମନ ପରୀକ୍ଷା କେନ୍ଦ୍ରକୁ ନିଅନ୍ତୁ।
  • ଅପରେଟର ଏଗଜାଷ୍ଟ ପାଇପରେ ଆପଣଙ୍କ କାରର ନିର୍ଗମନ ସ୍ତରକୁ ଯାଞ୍ଚ କରିବେ।
  • ଏଥିପାଇଁ ୬୦ ଟଙ୍କା ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ହେବ।
  • ଏହାପରେ ଅପରେଟର ଆପଣଙ୍କୁ ପିୟୂସି ପ୍ରମାଣପତ୍ର ଜାରି କରିଦେବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.