ଭୁଲ ଆକାଉଣ୍ଟକୁ କରିଦେଇଛନ୍ତି କି UPI ପେମେଣ୍ଟ, ତାହେଲେ କେମିତି ଟଙ୍କା ଫେରସ୍ତ ପାଇବେ ଜାଣନ୍ତୁ ତରିକା

ୟୁପିଆଇ ପେମେଣ୍ଟ ଭାରତରେ ବହୁତ କମନ୍‌ ହୋଇଗଲାଣି। ଅଧିକାଂଶ ଲୋକ ଏବେ ନିଜ ପାଖରେ ଅଧିକ କ୍ୟାସ ରଖୁନାହାଁନ୍ତି କାହିଁକିନା ଏବେ ଚାରିଆଡେ ଅନଲାଇନ୍ ପେମେଣ୍ଟର ବେଶ୍ ଚାହିଦା ରହିଛି। ଲୋକମାନଙ୍କୁ ବି ଏହାଦ୍ୱାରା ବହୁତ ସହଜ ହେଉଛି ଏବଂ ଲୋକମାନେ ବି ବହୁତ ଭରଷା କରୁଛନ୍ତି। ଆପଣ କେମିତି ପେମେଣ୍ଟ କରିବାକୁ ପସନ୍ଦ କରନ୍ତି? କ୍ୟାସ ନା ଅନଲାଇନ ? ଅନଲାଇନ୍ ପେମେଣ୍ଟ କରିବା ପାଇଁ ଅନେକ ୟୁପିଆଇ ଆଧାରିତ ଆପ୍ଲିକେସନର ଉପଯୋଗ ଆପଣ କରିପାରିବେ, ଯେମିତିକି ଗୁଗଲ ପେ,ପେଟିଏମ, ଫୋନପେ ଆଦି।

ୟୁପିଆଇ ଟ୍ରାନଜାକସନ୍‌ ମୋବାଇଲ ନମ୍ବରରୁ କରିବା ବହୁତ ସହଜ। କିନ୍ତୁ ଏହି ମୋବାଇଲ ନମ୍ବରରୁ ଯଦି ଗୋଟିଏ ଡିଜିଟ ଭୁଲ ହୋଇଯାଏ ନା ତାହେଲେ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ। ଯଦି ଆପଣଙ୍କ ସହିତ ବି ଏମିତି ହୋଇଛି, ତାହେଲେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆପଣ ଭୁଲରେ ଅଲଗା ଆକାଉଣ୍ଟକୁ ପଠାଇଥିବା ଟଙ୍କାକୁ ଫେରସ୍ତ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଡିଟେଲରେ।

ୟୁପିଆଇ ପେମେଣ୍ଟ ଭୁଲରେ ଅଲଗା ଆକାଉଣ୍ଟକୁ ହୋଇଯାଇଥିଲେ ଏଥିପାଇଁ ଗୁଗଲପେ, ଫୋନପେ ଏବଂ ପେଟିଏମ ଭଳି ଥାର୍ଡ ପାର୍ଟି ଆପ୍ସ ଦାୟୀ ହୋଇନଥାନ୍ତି। ଏଥିପାଇଁ ଆପଣଙ୍କୁ ସିଧା ନିଜ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପର୍କ କରିବାକୁ ହେବ। ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ୟୁପିଆଇ ପେମେଣ୍ଟ ଲିଙ୍କ ହୋଇଥିବ। ଏମିତିରେ ଯଦି ଆପଣ ଭୁଲ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିଦେଇଛନ୍ତି ତାହେଲେ ଆପଣଙ୍କୁ ବ୍ୟାଙ୍କର କଷ୍ଟମର କେୟାରକୁ ଏ ବିଷୟରେ ସୂଚନା ଦେବାକୁ ହେବ। ଏମିତି ତ ଅଧିକାଂଶ ମାମଲାରେ କଷ୍ଟମର କେୟାର ବ୍ୟାଙ୍କକୁ ସିଧା ମେଲ କରିବାକୁ ପରାମର୍ଶ ଦେଇଥାଏ।

UPIଆପଣ ନିଜ ସମ୍ବନ୍ଧୀତ ବ୍ୟାଙ୍କକୁ ମେଲ କରିବା ଦ୍ୱାରା ଅଧିକାଂଶ ମାମଲା ସମାଧାନ ହୋଇଯାଏ। କିନ୍ତୁ ଯଦି ମେଲରେ ମାମଲାକୁ ସମାଧାନ ହେଉନାହିଁ, ତାହେଲେ ଆପଣଙ୍କୁ ସମ୍ଭନ୍ଧୀତ ବ୍ୟାଙ୍କ ବ୍ରାଞ୍ଚକୁ ଭିଜିଟ୍‌ କରିବାକୁ ହେବ। ଯଦିଓ ବ୍ୟାଙ୍କ ବ୍ରାଞ୍ଚ୍‌ ଭିିଜିଟ୍‌ କରିବା କରିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ଯେମିତିକି ମେଲ ପ୍ରିଣ୍ଟଆଉଟକୁ ସାଥିରେ ନେଇ ଯିବାକୁ ହେବ। ଯାହାପରେ ବ୍ୟାଙ୍କ ମ୍ୟାନେଜର ରିପ୍ଲାଏ କରି ବ୍ୟାଙ୍କରେ ଟଙ୍କାକୁ ରିଫଣ୍ଡ କରିଦେବେ।

ତେବେ କଣ ରହିଛି ନିୟମ ଆସନ୍ତୁ ଜାଣିବା

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଦେଶ ମୁତାବକ ଭୁଲ ଆକାଉଣ୍ଟରେ ଯଦି ଟଙ୍କା ଟ୍ରାନ୍ସଫର ହେବାର କୌଣସି ଅଭିଯୋଗ ମିଳୁଛି ତାହେଲେ ୭ ରୁ ୧୫ ଦିନ ଭିତରେ ବ୍ୟାଙ୍କକୁ ସମାଧାନ କରିବାକୁ ହୋଇଥାଏ। ଏଥିପାଇଁ ଆପଣ ତୁରନ୍ତ ରୁ ତୁରନ୍ତଳ ବ୍ୟାଙ୍କର ଅଫିସରଙ୍କ ସହ କଥାବାର୍ତ୍ତା ହୋଇଯିବା ଉଚିତ।

ଯଦି ଆପଣ ଭୁଲ ଆକାଉଣ୍ଟରେ ଟଙ୍କା ପଠାଇ ଦେଇଛନ୍ତି ଏବଂ ଉକ୍ତ ବ୍ୟକ୍ତି ସେହି ଟଙ୍କାକୁ ଖର୍ଚ୍ଚ କରିଦେଇଛନ୍ତି। ତାହେଲେ ନିୟମ ଅନୁସାରେ ବ୍ୟାଙ୍କ ଆପଣଙ୍କ ଟଙ୍କା ରିଫଣ୍ଡ କରିବ। ଆଉ ଟଙ୍କା ଖର୍ଚ୍ଚ କରିଦେଇଥିବା ବ୍ୟକ୍ତିଙ୍କ ବାଲାନ୍ସକୁ ନେଗେଟିଭ କରିଦିଆଯିବ।

Leave A Reply

Your email address will not be published.