ଗୋଟିଏ କ୍ଲିକରେ ପାଇବେ ରୋଗ ଆଉ ଚିକିତ୍ସାର ସବୁ ରେକର୍ଡ, ମାତ୍ର ୨ ମିନିଟରେ ତିଆରି କରନ୍ତୁ ଡିଜିଟାଲ ହେଲ୍ଥ କାର୍ଡ

ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଆସ୍ୱସ୍ତିକର ଖବର। ଏବେ ଗୋଟିଏ କ୍ଲିକରେ ପାଇବେ ରୋଗ ଆଉ ଚିକିତ୍ସାର ସବୁ ରେକର୍ଡ। ଭାରତ ସରକାର ଦେଶର ସବୁ ନାଗରିକଙ୍କ ପାଇଁ ତିଆରି କରିଛନ୍ତି ଡିଜିଟାଲ ହେଲ୍ଥ କାର୍ଡ। ଏବେ ଆଉ ଆପଣଙ୍କୁ ହସ୍ପିଟାଲରେ ମେଡିକାଲର ସବୁ ରେକର୍ଡ ଧରି ବୁଲିବାକୁ ପଡିବନି। ଅର୍ଥାତ ଆପଣଙ୍କୁ ଆଉ ପ୍ରେସକ୍ରିପସନ ସବୁକୁ ଧରି ବୁଲିବାକୁ ପଡିବନି। କି ଯଦି ଆପଣ ପ୍ରେସକ୍ରିପସନ୍‌ ଆଣିବାକୁ ଭୁଲି ଯାଇଛନ୍ତି ତାହେଲେ ବି କିଛି ଟେନସନ୍‌ ନାହିଁ। ଆପଣଙ୍କ ସମସ୍ତ ସ୍ୱାସ୍ଥ୍ୟ ରିପୋର୍ଟ ଗୋଟିଏ ସର୍ଭରରେ ସୁରକ୍ଷିତ ଭାବେ ରହିବ। ଯାହାକୁ ଆପଣ ଡିଜିଟାଲ ହେଲ୍ଥ କାର୍ଡର ଏକ ଖାସ୍‌ ନମ୍ବର ଜରିଆରେ ଡାକ୍ତରଙ୍କୁ ଦେଖାଇପାରିବେ।

ପୂର୍ବରୁ କ’ଣ ଚିକିତ୍ସା କରାଯାଇଛି ଓ କେଉଁ ମେଡିସିନ ଖାଇଛନ୍ତି ଏବଂ ଏବେ କେଉଁ ଡାକ୍ତର ପାଖକୁ ଯିବା ଦରକାର । ସବୁ ତଥ୍ୟ ଏଥିରେ ରହିବ । ଆଧାର କାର୍ଡ ଭଳି ଏହି ହେଲ୍ଥ ଆଇଡିରେ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଡାଟାବେସ ତିଆରି କରିବେ । ଏହି ଆଇଡିରେ ଉକ୍ତ ବ୍ୟକ୍ତିର ମେଡିକାଲ ରେକର୍ଡର ସବୁ ତଥ୍ୟ ରଖାଯିବ । ଏହା ଜରିଆରେ ବ୍ୟକ୍ତିର ସବୁ ମେଡିକାଲ ରେକର୍ଡ ଦେଖାଯାଇ ପାରିବ। ଏହି କାର୍ଡରୁ ବ୍ୟକ୍ତିକୁ ମିଳିବାକୁ ଥିବା ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ରୋଗୀକୁ ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ଏହି କାର୍ଡ ଜରିଆରେ ଜଣାପଡ଼ିବ ।

ତେବେ ଆପଣ ଭାବୁଥିବେ ଏହି କାର୍ଡ ଆପଣ କେମିତି ତିଆରି କରିବେ। ତାର ସମାଧାନ ବି ଆମେ ଆପଣଙ୍କୁ ଜଣାଇବୁ। ଖାସ୍‌ କରି ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ କେମିତି ଆପଣ ନିଜର ଡିଜିଟାଲ ହେଲ୍ଥ କାର୍ଡ ବନାଇପାରିବେ? ଡିଜିଟାଲ ହେଲ୍ଥ କାର୍ଡ ଆପଣ ମୋବାଇଲ ନମ୍ବର କିମ୍ବା ଆଧାର କାର୍ଡ ସାହାଯ୍ୟରେ ନିଜେ ହିଁ ଅନଲାଇନ୍‌ ମାଧ୍ୟମରେ ତିଆରି କରିପାରିବେ। ନଚେତ ଆପଣ କୌଣସି କମନ୍‌ ସର୍ଭିସ ସେଣ୍ଟର କିମ୍ବା ସାଇବର କାଫେକୁ ଯାଇ ବନାଇପାରିବେ। ତେବେ ଯଦି ଆପଣ ନିଜେ ଏହି କାର୍ଡ ବନାଇବାକୁ ଚାହୁଁଛନ୍ତି ତାହେଲେ ନିଜ ମୋବାଇଲର ବ୍ରାଉଜରକୁ ଯାଇ ସେଠାରେ ଟାଇପ୍‌ କରି ଓକେ ଦବାନ୍ତୁ। ଏବେ ଆପଣଙ୍କୁ ଏହି େଓ୍ଵବସାଇଟରେ ହେଲ୍ଥ ଆଇଡି ନାମକ ଏକ ଶିର୍ଷକ ଦେଖାଯିବ। ତାହା ଉପରେ କ୍ଲିକ କରି ଆପଣ କାର୍ଡର ସର୍ତ୍ତ ପଢ଼ି କାର୍ଡ ବନାଇ ପାରିବେ।

ଆସନ୍ତୁ ତାହାର ପ୍ରୋସେସ୍‌ ବିଷୟରେ ଜାଣିନେବା…

  1. https://healthid.ndhm.gov.in/register େଓ୍ଵବସାଇଟକୁ ଯିବା ପରେ ‘କ୍ରିଏଟ୍‌ ହେଲ୍ଥ ଆଇଡି’ ଅପସନ୍‌ ଉପରେ କ୍ଲିକ କରନ୍ତୁ।
  2. କାର୍ଡ ବନାଇବା ପାଇଁ ଆଧାର କିମ୍ବା ମୋବାଇଲ ନମ୍ବରରେ କୌଣସି ଗୋଟିଏର ଅପ୍ସନ ଚୟନ କରନ୍ତୁ।
  3. ଆଧାର ନମ୍ବର କିମ୍ବା ଫୋନ ନମ୍ବର ଏଣ୍ଟର କରିବା ପରେ ଏକ ଓଟିପି ମିଳିବ।
  4. ଓଟିପି ଏଣ୍ଟର କରିବା ପରେ ଏହାକୁ ଭେରିଫାଏ କରିବାକୁ ହେବ।
  5. ଏବେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ, ଯେଉଁଥିରେ ଆପଣଙ୍କୁ ନିଜ ପ୍ରୋଫାଇଲ ପାଇଁ ଏକ ଫଟୋ, ଜନ୍ମ ତିଥି ଏବଂ ଠିକଣା ସମେତ କିଛି ଜରୁରୀ ବିବରଣୀ ଦେବାକୁ ହେବ।
  6. ସମସ୍ତ ସୂଚନା ଦେବା ପରେ ଆପଣଙ୍କ ଡିଜିଟାଲ ହେଲ୍ଥ କାର୍ଡ ତିଆରି ହୋଇଯିବ। ଏହାକୁ ଆପଣ ଡାଉନଲୋଡ କରିପାରିବେ। ଏଥିରେ ଏକ କ୍ୟୁଆର କୋଡ୍‌ ମଧ୍ୟ ରହିବ।
You might also like