ମାସ୍କଡ ଆଧାର କାର୍ଡ କେମିତି କରିବେ ଡାଉନଲୋଡ, ଫଲୋ କରନ୍ତୁ ପ୍ରୋସେସ

ଆପଣ ଯଦି ଜଣେ ଭାରତୀୟ ତାହେଲେ ଆଧାରକାର୍ଡ ବାଧ୍ୟତାମୂଳକ। ଏହି କାର୍ଡ ବିନା ଆପଣଙ୍କ ସବୁ କାମ ରହିଯିବ ଅଧାରେ। ଏହା ବିନା ବ୍ୟାକିଙ୍ଗ ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ସବୁ କାମ ଯେମିତି ଅସମ୍ଭବ। ତେବେ ଆଧାର କାର୍ଡକୁ ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ନୂଆ ଗାଇଡଲାଇନରେ ‘ମାସ୍କଡ୍ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି।

ଏପରି ଡାଉନଲୋଡ କରନ୍ତୁ ମାସ୍କଡ ଆଧାର କାର୍ଡ

ଯଦି ଆପଣ ମାସ୍କଡ ଆଧାର କାର୍ଡ ଡାଉନଲୋଡ କରିବାକୁ ଚାହୁଁଛନ୍ତି। ତାହେଲେ ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର ୟୁଆଇଡିଏଆଇର ଅଫିସିଆଲ େଓ୍ଵବସାଇଟରେ ରେଜିଷ୍ଟର୍ଡ ହୋଇଥିବା ଜରୁରୀ। ମାସ୍କଡ ଆଧାର ଡାଉନଲୋଡ କରିବା ପାଇଁ ଆପଣଙ୍କୁ ଏହି ଷ୍ଟେପସକୁ ଫଲୋ କରିବାକୁ ହେବ।

  • ସର୍ବପ୍ରଥମେ ୟୁଆଇଡିଏଆଇର େଓ୍ଵବସାଇଟକୁ ଯାଇ ‘ଆଧାର ଡାଉନଲୋଡ କରନ୍ତୁ’ ଅପ୍ସନକୁ ଚୟନ କରନ୍ତୁ।
  • ଏବେ ଆଧାର/ଭିଆଇଡି/ ନାମାଙ୍କନ ଆଇଡି ଅପ୍ସନର ଚୟନ କରିବାକୁ ହେବ ଏବଂ ମାସ୍କଡ ଆଧାର ଅପ୍ସନ ଉପରେ ଟିକ୍‌ କରିବାକୁ ହେବ।
  • ଯେଉଁ ସେକ୍ସନ ଦିଆଯାଇଛି ତାହା ଉପରେ ଜରୁରୀ ଡିଟେଲ୍ସ ଏଣ୍ଟର କରନ୍ତୁ ଏବଂ ‘ରିକ୍ୱେଷ୍ଟ ଓଟିପି ଉପରେ କ୍ଲିକ କରନ୍ତୁ।
  • ଆପଣଙ୍କ ଆଧାର ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।
  • ସେହି ଓଟିପିକୁ ଏଣ୍ଟର କରନ୍ତୁ , ଅନ୍ୟ ଡିଟେଲ ଡିଟେଲ ଭରନ୍ତୁ ଏବଂ ‘ଆଧାର ଡାଉନଲୋଡ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣ ନିଜ ମାସ୍କଡ ଆଧାର ଡାଉନଲୋଡ କରନ୍ତୁ।

ଏହି ପ୍ରୋସେସ୍‌ ଦ୍ୱାରା ଆପଣଙ୍କ ସିଷ୍ଟମରେ ଯେଉଁ ଆଧାର କାର୍ଡ ପିଡିଏଫ ଫର୍ମାଟରେ ଡାଉନଲୋଡ୍‌ ହେବ, ତାହା ପାସଓ୍ଵାର୍ଡ ଜରିଆରେ ସିକ୍ୟୁର ଥିବ। ଆଧାର କାର୍ଡର ଫାଇଲକୁ ଖୋଲିବା ପାଇଁ ଆପଣଙ୍କୁ ଏହି ପାସଓ୍ଵାର୍ଡ ଦେବାକୁ ହେବ। ଏହି ପାସଓ୍ଵାର୍ଡରେ ଆପଣଙ୍କ ନାମ ପୂର୍ବରୁ ଚାରି ଅକ୍ଷର ଏବଂ ତାପରେ ଜନ୍ମ ବର୍ଷ ରହିଥିବ। ଉଦାହରଣ ପାଇଁ ଯଦି କାହାର ନାମ ରମେଶ ଏବଂ ତାଙ୍କ ଜନ୍ମତିଥି ୨୭/୦୮/୧୯୯୬ ରହିଛି। ତାହେଲେ ଏହାର ପାସଓ୍ଵାର୍ଡ ରହିବ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.