ହ୍ଵାଟସଆପରେ ପୁରୁଣା ଫଣ୍ଟରେ ମେସେଜ କରି ବୋରିଂ ହୋଇଗଲେଣି, ଜାଣନ୍ତୁ ତୁରନ୍ତ କେମିତି ବଦଳାଇବେ

ହ୍ଵାଟସଆପ୍‌ର ବହୁଳ ବ୍ୟବହାର ପରେ କମ୍ପାନୀ ପ୍ରତିଦିନ ନୂଆ ନୂଆ ଫିଚର୍ସ ଆଣୁଛି। କାହାକୁ ମେସେଜ କରିବାକୁ ହେଉ ଅବା ଭିଡିଓ କଲ୍‌ ଲୋକେ ହ୍ଵାଟସଆପ୍‌କୁ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣ ହ୍ଵାଟସଆପ୍‌ରେ ବାରମ୍ବାର ପୁରୁଣା ଫଣ୍ଟ ବ୍ୟବହାର କରି ବୋରିଂ ହୋଇଗଲେଣି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଆପଣଙ୍କ ଏହି ସମସ୍ୟାରୁ ମୁକ୍ତି ମିଳିବ। ଏମିତି କିଛି ଟିପ୍ସ ରହିଛି, ଯାହା ଦ୍ୱାରା ଆପଣ ନିଜର ହ୍ଵାଟସଆପର ଫଣ୍ଟ ବଦଳାଇପାରିବେ।

ୟୁଜର୍ସ ଫଣ୍ଟ ଷ୍ଟାଇଲ ଏବଂ ଆପ୍‌ ବ୍ୟାକଗ୍ରାଉଣ୍ଡକୁ ବଦଳାଇ ହ୍ଵାଟସଆପ୍‌ର ଲୁକ୍‌ ପରିବର୍ତ୍ତନ କରିପାରିବେ। ୟୁଜର୍ସ ଟେକ୍ସଟ୍‌କୁ ଇଟାଲିକ, ବୋଲ୍ଡ କିମ୍ବା ଲେଖାକୁ ହାଇଲାଇଟ୍‌ କରିପାରିବେ। ତେବେ କେମିତି କରିବେ ଜାଣନ୍ତୁ:

ଇଟାଲିକ୍‌ ଟେକ୍ସଟ୍‌: ଆପଣ ଯଦି ହ୍ଵାଟସଆପରେ ନିଜ ମେସେଜକୁ ଇଟାଲିକ୍‌ କରି ପଠାଇବାକୁ ଚାହୁଁଚନ୍ତି, ତେବେ ମେସେଜ ଟାଇପ କରିବା ପରେ ଦୁଇ ପାଖରେ ଅଣ୍ଡରସ୍କୋର(_) ଲଗାଇପାରିବେ।

ବୋଲ୍ଡ ଟେକ୍ସଟ୍‌: ଯଦି ଆପଣ ମେସେଜକୁ ବୋଲ୍ଡ କରି ପଠାଇବାକୁ ଚାହୁଁଚନ୍ତି, ତେବେ ମେସେଜ ଟାଇପ କରିବା ପରେ ଦୁଇ କଡରେ * ଲଗାଇଦିଅନ୍ତୁ।

ଷ୍ଟ୍ରାଇକଥ୍ରୁ: ନିଜ ମେସେଜକୁ ଷ୍ଟ୍ରାଇକଥ୍ରୁ କରିବା ପାଇଁ ମେସେଜର ଦୁଇକଡରେ (~) ଚିହ୍ନ ଦେଇପାରିବେ।

ଓ୍ଵାଲପେପର କେମିତି ସେଟ୍‌ କରିବେ:

ପ୍ରଥମ ହ୍ଵାଟସଆପ୍‌ ଓପନ କରନ୍ତୁ।

ଚାଟ୍‌ କିମ୍ବା ଆପଣଙ୍କ କଣ୍ଟାକ୍ଟ ନେମକୁ ଯାଆନ୍ତୁ। ଯେଉଁଠାରେ କଷ୍ଟମ ବ୍ୟାକଗ୍ରାଉଣ୍ଡକୁ ସେଟ୍‌ କରିବାକୁ ଚାହୁଁଛନ୍ତି।

ସେଠାରେ ଥିବା ତିନିଟି ଡଟ୍‌କୁ ପ୍ରେସ୍‌ କରନ୍ତୁ।

ଏହା ପରେ ଓ୍ଵାଲପେପର ସେଟ୍‌ କରନ୍ତୁ।

ୟୁଜର୍ସ ବ୍ରାଇଟ୍‌, ଡାର୍କ, ସଲିଡ କଲର୍ସ ଅପସନକୁ ସିଲେକ୍ଟ କରି ଓ୍ଵାଲପେପର ଚୟନ କରିପାରିବେ।

ଆପଣ ନିଜର ମନ ପସନ୍ଦ ଚାଟ୍‌ ପାଇଁ ମନ ପସନ୍ଦର ଓ୍ଵାଲପେପର ରଖିପାରିବେ।

ୟୁଜର୍ସକୁ ଓ୍ଵାଲପେପର ସେଟ୍‌ କରିବା ସମୟରେ ଦୁଇଟି ବିକଳ୍ପ ଦେଖିବାକୁ ମିଳିଛି। ପ୍ରଥମfor this chat ତା’ ପରେall chats in light theme ।

ଆପଣ ନିଜର ମନ ପସନ୍ଦର ଓ୍ଵାଲପେପର ଚୟନ କରି ସିଲେକ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.