କିସ୍ତି ଭରିବାକୁ ଆଉ ପୋଷ୍ଟ ଅଫିସ ଯିବା ଦରକାର ନାହିଁ, ଘରେ ଏପରି ଜମା କରନ୍ତୁ ପେମେଣ୍ଟ

ଯଦି ଆପଣଙ୍କୁ ପୋଷ୍ଟ ଅଫିସ୍‌ ଦ୍ୱାରା ଜାରି କରାଯାଇଥିବା Public Provident Fund(PPF), Recurring Deposit (RD )କିମ୍ବା Sukanya Samriddhi Yojana (SSY) ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନାର ମାସିକ କିସ୍ତି ଭରିବାର ଅଛି ତାହେଲେ ଆପଣଙ୍କୁ ଡାକଘର ଯିବାର ଆବଶ୍ୟକତା ନାହିଁ। ଏସବୁ ଯୋଜନାର କିସ୍ତି ଆପଣ ଅନଲାଇନ୍‌ ବି ପେମେଣ୍ଟ କରିପାରିବେ।

କେମିତି ଘରେ ବସି ଅନଲାଇନରେ କିସ୍ତି ଭରିବେ ଜାଣନ୍ତୁ ତରିକା

  • ଯଦି ଆପଣଙ୍କ ପାଖରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର IPPB MOBILE BANKING ଆପ୍‌ ନାହିଁ ତାହେଲେ ସର୍ବପ୍ରଥମେ ଏହାକୁ ଆପଣଙ୍କ ମୋବାଇଲରେ ଡାଉନଲୋଡ୍‌ କରନ୍ତୁ।
  • ଆପ୍‌ ଡାଉନଲୋଡ କରିବା ପରେ ଆପଣ ନିଜ ଆକାଉଣ୍ଟ ବନାନ୍ତୁ।
  • ଏବେ ନିଜ ବ୍ୟାଙ୍କ ଆକାଉଣ୍‌ଟରୁ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିନିଅନ୍ତୁ। ଆପଣ କୌଣସି ବି ବ୍ୟାଙ୍କକ ଖାତାରୁ ଏଥିରେ ଟଙ୍କା ଟ୍ରାନ୍ସଫର କରିପାରିବେ।
  • ଏହାପରେ ଆପଣଙ୍କୁ ପ୍ରଡକ୍ଟ ବାଛିବାକୁ ହେବ। ଏହାର ଅର୍ଥ ହେଉଛି ଆପଣଙ୍କୁ ଯେଉଁ ଯୋଜନାର କିସ୍ତି ଜମା କରିବାର ଅଛି ଯେମିତିକି PPF, SSY  କିମ୍ବା RD। ସେହି ଯୋଜନାକୁ ଚୟନ କରନ୍ତୁ।
  • ଏବେ ଆପଣ ଯେଉଁ ବି ଯୋଜନାରେ ଟଙ୍କା ଭରିବାର ବିକଳ୍ପ ଚୟନ କରିଛନ୍ତି, ସେଥିରେ ଆଗକୁ ବଢ଼ନ୍ତୁ। ଏଥିପାଇଁ ଆପଣ ଯୋଜନା ସମ୍ବନ୍ଧୀତ ଆକାଉଣ୍ଟ ନମ୍ବର ଏବଂ କଷ୍ଟମର ଆଇଡି ଦେବାକୁ କୁହାଯିବ।
  • ଏହାପରେ ଆପଣ କେତେ ଟଙ୍କା ଭରିବାକୁ ଚାହୁଁଛନ୍ତି, ଏହା ବାଛିବାକୁ ହେବ। ଜମା ରାଶି ଭରିବା ପରେ ପେ ବିକଳ୍ପ ଉପରେ କ୍ଲିକ କରିବାକୁ ହେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.