Instagramରେ ହୋଇଗଲେଣି କି ବୋର୍? ତେବେ ଏପରି କରନ୍ତୁ ପରମାନେଣ୍ଟ ଆକାଉଣ୍ଟ ଡିଲିଟ୍
ଇନଷ୍ଟାଗ୍ରାମରେ ଆପଣଙ୍କୁ ଆକାଉଣ୍ଟ ଡିଲିଟ ଏବଂ ଟେମ୍ପରାରୀ ଡିସାବଲ କରିବାର ଅପ୍ସନ ମିଳିଥାଏ। ଯଦି ଆପଣ କେବଳ କିଛି ଦିନ ପାଇଁ ନିଜ ଆକାଉଣ୍ଟକୁ ଡିସାବଲ କରିବାକୁ ଚାହୁଁଛନ୍ତି ତାହେଲେ ଟେମ୍ପରାରୀ ଡିସାବଲ ଅପ୍ସନକୁ ଆପଣଙ୍କୁ ଚୟନ କରିବାକୁ ହେବ। ସେହିପରି ଯଦି ସବୁଦିନ ପାଇଁ ଆପଣ ଆକାଉଣ୍ଟକୁ ଡିଲିଟ କରିବାକୁ ଚାହୁଁଛନ୍ତି ତାହେଲେ ପରମାନେଣ୍ଟ ଡିଲିଟ ଅପ୍ସନ ଚୟନ କରିବାକୁ ହେବ। ତାହେଲେ ଆସନ୍ତୁ ଜାଣିବା ଆପଣ କେଉଁଭଳି ଭାବେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସବୁଦିନ ପାଇଁ ଡିଲିଟ କରିପାରିବେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇନଷ୍ଟାଗ୍ରାମରେ ଯଦି କୌଣସି ବି ଆକାଉଣ୍ଟକୁ ପରମାନେଣ୍ଟ ଡିଲିଟ୍ କରୁଛନ୍ତି, ତାହେଲେ ଆପଣଙ୍କ ପ୍ରୋଫାଇଲ, ଫୋଟୋଜ, ଭିଡିଓଜ, କମେଣ୍ଟ,ଲାଇକ୍ସ ଏବଂ ଫଲୋଅର୍ସ ସବୁକିଛି ସବୁଦିନ ପାଇଁ ଡିଲିଟ୍ ହୋଇଯିବ। ଯଦି ଆପଣ ଇନଷ୍ଟାଗ୍ରାମରେ କେବଳ ଗୋଟିଏ ବ୍ରେକ ଚାହୁଁଛନ୍ତି ତାହେଲେ ଆପଣ ଆକାଉଣ୍ଟକୁ ଟେମ୍ପରାରିଲୀ ଡିସାବଲ କରିପାରିବେ।
ନିଜର ଆକାଉଣ୍ଟକୁ ଡିଲିଟ କରିବା ପାଇଁ ଆପଣଙ୍କୁ ଡିଲିଟ୍ ଇଓର ଆକାଉଣ୍ଟ ପେଜକୁ ଯିବାକୁ ହେବ। ଏହି ପେଜରେ ଆପଣ ମୋବାଇଲ ବ୍ରାଉଜର କିମ୍ବା କମ୍ପ୍ୟୁଟର ଉଭୟ ଆକ୍ସେସ କରିପାରିବେ। ଯଦି ଆପଣ େଓ୍ଵବ ବ୍ରାଉଜରରେ ଇନଷ୍ଟାଗ୍ରାମକୁ ଲଗ-ଇନ୍ କରୁଛନ୍ତି ତାହେଲେ ପ୍ରଥମେ ଆପଣଙ୍କୁ ଲଗଇନ୍ କରିବାକୁ ହେବ।
ଧ୍ୟାନରେ ରଖନ୍ତୁ ଯେ ଆପଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆପରୁ ଡିଲିଟ୍ କରିପାରିବେନାହିଁ। ଏହାପରେ ଆପଣଙ୍କୁ Why are you deleting your account?କୁ ଜବାବ ଦେବାକୁ ହେବ। ଏଥିପାଇଁ ଆପଣଙ୍କୁ ଡ୍ରପ ଡାଉନ ମେନ୍ୟୁକୁ ଯିବାକୁ ହେବ ଏବଂ ଗୋଟିଏ ଅପ୍ସନ ବାଛିବାକୁ ହେବ।
ଏହାପରେ ଆପଣଙ୍କୁ ନିଜ ପାସଓ୍ଵାର୍ଡ ପୁନର୍ବାର ଏଣ୍ଟର କରିବାକୁ ହେବ। ଶେଷରେ ଆପଣଙ୍କୁ Delete [username] ଉପରେ କ୍ଲିକ କରିବାକୁ ହେବ। ଏହିଭରି ଭାବେ ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ।
ଆକାଉଣ୍ଟ ଡିଲିଟ୍ କରିବା ପୂର୍ବରୁ ଆପଣ ନିଜ ଡାଟାର ଏକ କପି ଡାଉନଲୋଡ କରିପାରିବେ। ଏଥିରେ ଆପଣଙ୍କ ଫଟୋ ଏବଂ ପୋଷ୍ଟ ରହିଥିବ, ଯାହାକୁ ଆପଣ ଏହି ଆକାଉଣ୍ଟରେ ସେୟାର କରିଥିବେ। ଆକାଉଣ୍ଟ ଡିଲିଟ୍ ହେବା ଦ୍ୱାରା ଆପଣ କେବେବି ଏହି ଡାଟାକୁ ପୁନର୍ବାର ଆକ୍ସେସ କରିପାରିବେନାହିଁ।