େଓ୍ଵବସାଇଟ୍‌ ଅସଲି କି ନକଲି ଏପରି ଚିହ୍ନନ୍ତୁ, ଅନ୍‌ଲାଇନ ଠକାମୀର ହେବେ ନାହିଁ ଶିକାର

ନୂଆଦିଲ୍ଲୀ : ଇଣ୍ଟରନେଟରେ ଦିନକୁ ଦିନ ଠକାମୀ ବଢ଼ିଚାଲିଛି । ଲୋକେ ସାଇବର ଠକଙ୍କ ଶିକାର ହୋଇ ବହୁ ଟଙ୍କା ହରାଉଛନ୍ତି । କେତେବେଳେ ଏହି ସବୁ େଓ୍ଵବସାଇଟ ବିଭିନ୍ନ ପ୍ରକାର ଲୋଭ ଦେଇ ଲୋକଙ୍କୁ ଠକାଇଥାନ୍ତି । ହେଲେ ଏହିସବୁ ନକଲି େଓ୍ଵବସାଇଟକୁ କିପରି ଚିହ୍ନିବେ ଆସନ୍ତୁ ଜାଣିବା ।

ଏମିତି ଜାଣନ୍ତୁ େଓ୍ଵବସାଇଟ ଅସଲି ନା ନକଲି-

– ଯଦି ଆପଣ କିଛି ଇ-କମର୍ସ େଓ୍ଵବସାଇଟକୁ ଯାଉଛନ୍ତି, ତେବେ ଜିନିଷର ରିଭ୍ୟୁ, ତାହାର ରିଟର୍ଣ୍ଣ ପଲିସି,କଷ୍ଟମର ସପୋର୍ଟ, କଣ୍ଟାକ୍ଟ ଡିଟେଲ୍ସ, ଅଫିସର ଠିକଣା ଆଦିର ସୂଚନା ହାସଲ କରନ୍ତୁ । ଯଦି ଏହିସବୁ େଓ୍ଵବସାଇଟରେ ଉପଲବ୍ଧ ନୁହେଁ, ତେବେ ଏହା ଏକ ଫର୍ଜି େଓ୍ଵବସାଇଟ ।

– ଯଦି କେହି କମ୍ପାନୀ ବା ବ୍ୟକ୍ତିଗତ େଓ୍ଵବସାଇଟ ବନାନ୍ତି, ତେବେ ତାକୁ ୟୁନିକ ଡୋମେନ ନାମ କିଣିବାକୁ ପଡିଥାଏ । ପ୍ରତି େଓ୍ଵବସାଇଟର ଅଲଗା ଅଲଗା ଡୋମେନ ନାମ ହୋଇଥାଏ । ଯଦି କିଛି େଓ୍ଵସାଇଟର ଡୋମେନ ନାମ ଅଲଗା େଓ୍ଵବସାଇଟ ପରି ହୋଇଥାଏ, ତେବେ ଏହି େଓ୍ଵବସାଇଟ ନକଲି ଅଟେ । ନକଲି େଓ୍ଵବସାଇଟରେ କମ୍ପାନୀ ସହ ଜଡିତ ସବୁ ସୂଚନା ମିଳିବ ନାହିଁ ।

– କୌଣସି ବି େଓ୍ଵବସାଇଟକୁ ଯିବା ସମୟରେ ତା’ର ପଲିସୀ, କଣ୍ଟେଣ୍ଟ, ଗୁଗୁଲ ଲିଷ୍ଟିଂ ଆଦି ଚେକ୍‌ କରନ୍ତୁ । ଯଦି କୌଣସି େଓ୍ଵବସାଇଟରେ ଏହି ସବୁ ସୂଚନା ନାହିିଁ,ତେବେ ଏହା ନକଲି ।

– ଯଦି କୌଣସି େଓ୍ଵବସାଇଟରେ ଆବଶ୍ୟକ ଠାରୁ ଅଧିକ ଡିସକାଉଣ୍ଟ ଅଫର ଦିଆଯାଉଛି, ତେବେ ଏହା ଉପରେ ମଧ୍ୟ ଭରଷା କରନ୍ତୁ ନାହିଁ । ପ୍ରଥମେ ସମସ୍ତ ସୂଚାନ ଜାଣନ୍ତୁ, ପରେ ନିଷ୍ପତ୍ତି ନିଅନ୍ତୁ । ନକଲି େଓ୍ଵବସାଇଟ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅଧିକ ଲୋଭ ଦେଖାଇ ଥାନ୍ତି ।

ହ୍ୟାକ୍‌ େଓ୍ଵବସାଇଟର ପତା କେମିତି ଲଗାଇବେ-

ଯଦି କୌଣସି େଓ୍ଵବସାଇଟ ହ୍ୟାକ୍‌ ହୋଇଯାଇଥାଏ, ଏହି କଥା ସାଧାରଣ ଲୋକେ ଜାଣି ପାରିବେ ନାହିଁ । ଏହି େଓ୍ଵବସାଇଟ ସମ୍ପର୍କରେ ସୂଚନା କମ୍ପାନୀ, ବିଭାଗ କିମ୍ବା ସଂସ୍ଥା ହିଁ ଦେଇପାରିବ । ଯଦି େଓ୍ଵବସାଇଟରେ କିଛି ଅଜବ ପୋଷ୍ଟ କରାଯାଏ, ତେବେ ଜାଣିହେବ ଯେ େଓ୍ଵବସାଇଟ ହ୍ୟାକ୍‌ ହୋଇଛି । ନଚେତ ଏହା ଜାଣିବା ସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.