ଭୁଲିଯାଇଛନ୍ତି କି ଲଗଇନ୍‌ ଆଇଡି ଏବଂ ପାସଓ୍ଵାର୍ଡ, ତାହେଲେ Google Chromeରୁ ଏପରି ଫେରି ପାଆନ୍ତୁ

ଆମ ମଧ୍ୟରୁ ଅଧିକାଂଶ ଲୋକ ବ୍ରାଉଜିଙ୍ଗ ପାଇଁ ଗୁଗଲ କ୍ରୋମ ବ୍ୟବହାର କରନ୍ତି। ଗୁଗଲ କ୍ରୋମରେ ସର୍ଫିଙ୍ଗ କରିବା ଅଧିକ ସିକ୍ୟୁର ଏବଂ ସହଜ ହୋଇଥାଏ ଅନ୍ୟ କେଉଁ ବ୍ରାଉଜର ମୁକାବିଲାରେ। ସେହିପରି ଅନ୍ୟପଟେ ଏମିତି ଦେଖିବାକୁ ମିଳେ ଯେ ଲୋକମାନେ ନିଜର ଲଗଇନ୍‌ ଆଇଡି ଏବଂ ପାସଓ୍ଵାର୍ଡ ଭୁଲିଯାନ୍ତି। ଏମିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯାଗାରେ ଲଗଇନ୍‌ କରିବା ସମୟରେ ବହୁତ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଆଉ କିଛି ଉପାୟ ନ ପାଇ ଆପଣ Forgot Id କିମ୍ବା Forgot Password ର ବିକଳ୍ପ ଦେବାକୁ ହୋଇଥାଏ। ଯଦିଓ ଏହି ପ୍ରୋସେସ ବହୁତ ସମୟ ମାଗିଥାଏ। ଖାସ୍‌ କରି ଏହି କାରଣରୁ ଆମେ ଆଜି ଆପଣଙ୍କୁ ଏକ ଏମିତି ପ୍ରୋସେସ୍‌ ବିଷୟରେ କହିବାକୁ ଯାଉଛୁ,ଯାହା ସାହାଯ୍ୟରେ ଆପଣ ନିଜର ଲଗଇନ୍‌ ଆଇଡି ଏବଂ ପାସଓ୍ଵାର୍ଡକୁ ପୁଣିଥରେ ସହଜରେ ରିକଭର କରିପାରିବେ। ତେବେ ଆସନ୍ତୁ ଜାଣିବା କଣ ସେହି ପ୍ରୋସେସ୍‌।

ଲଗଇନ ଆଇଡି ଏବଂ ପାସଓ୍ଵାର୍ଡର ପତ୍ତା ଲଗାଇବା ପାଇଁ ଆପଣଙ୍କୁ ସେହି ଡିଭାଇସରେ ଗୁଗଲ କ୍ରୋମ ଆପକୁ ଓପନ କରିବାକୁ ହେବ, ଯେଉଁଥିରେ ଆପଣ ନିଜ ଲଗଇନ୍‌ ଆଇଡିକୁ ଏଣ୍ଟର କରିବା ସମୟରେ ସେଭ୍‌ କରିଥିଲେ। ଗୁଗଲ କ୍ରୋମ ଆପକୁ ଓପନ କରିବା ପରେ ଆପଣଙ୍କୁ ସର୍ବପ୍ରଥମେ ଥ୍ରୀ ଡଟ୍‌ ମେନ୍ୟୁରେ କ୍ଲିକ କରିବାକୁ ହେବ।

ଥ୍ରୀ ଡଟ୍‌ ର ଏହି ମେନ୍ୟୁ ଆପଣଙ୍କୁ ଡାହାଣ ପାର୍ଶ୍ୱର ଟପ୍‌ ବାରରେ ଦେଖାଯିବ। ଆପଣଙ୍କୁ ତାହା ଉପରେ କ୍ଲିକ କରିବାକୁ ହେବ। କ୍ଲିକ କରିବା ପରେ ଆପଣଙ୍କୁ ସ୍କ୍ରୀନରେ ଅନେକ ବିକଳ୍ପ ଦେଖାଯିବ। ଏହି ଅପ୍ସନରେ ଆପଣଙ୍କୁ ସେଟିଙ୍ଗ ଅପ୍ସନକୁ ଚୟନ କରିବାକୁ ହେବ।

ଏହାପରେ ଆପଣଙ୍କ ସ୍କ୍ରୀନ ଉପରେ ଏକ ନୂଆ ପେଜ ଓପନ ହେବ। ଏଠାରେ ଆପଣଙ୍କୁ ପାସଓ୍ଵାର୍ଡ ଅପ୍ସନକୁ ସିଲେକ୍ଟ କରିବାକୁ ହେବ। ପାସଓ୍ଵାର୍ଡ ଅପ୍ସନକୁ ଚୟନ କରିବା ପରେ ଆପଣଙ୍କ ସ୍କ୍ରୀନ ଉପରେ ସେହି ସମସ୍ତ ଲଗଇନ୍‌ ଆଇଡି ଏବଂ ପାସଓ୍ଵାର୍ଡ ଶୋ କରିବ, ଯାହାକୁ ଆପଣ କ୍ରୋମ ବ୍ରାଉଜରରେ ଲଗଇନ୍‌ କରିବା ସମୟରେ ସେଭ୍‌ କରିଥିଲେ।

ଏହି ପ୍ରୋସେସ୍‌ ସାହାଯ୍ୟରେ ଆପଣ କେବଳ ସେହି ଲଗଇନ୍‌ ଆଇଡି ଏବଂ ପାସଓ୍ଵାର୍ଡର ପତ୍ତା ଲଗାଇପାରିବେ, ଯାହାକୁ ଆପଣ କ୍ରୋମ ବ୍ରାଉଜରରେ ସର୍ଫିଙ୍ଗ କରିବା ସମୟରେ ସେଭ୍‌ କରିଥିଲେ। ଏହାବ୍ୟତୀତ ଅନ୍ୟ ଲଗଇନ୍‌ ଇନଫୋକୁ ଏହି ପ୍ରୋସେସ୍‌ ଜରିଆରେ ପତ୍ତା ଲଗାଇପାରିବେନାହିଁ।

ଭୁଲି ଯାଇଥିବା ଲଗଇନ୍‌ ଇନଫୋକୁ ପତ୍ତା ଲଗାଇବା ପାଇଁ ଏହି ପ୍ରୋସେସ୍‌ ବହୁତ ସହଜ। ଏଥିରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧାକୁ ସାମ୍ନା କରିବାକୁ ପଡିବନାହିଁ। ଆପଣ ସହଜରେ ଭୁଲିଯାଇଥିବା ପାସଓ୍ଵାର୍ଡକୁ ଏହି ପ୍ରୋସେସ୍‌ ସାହାଯ୍ୟରେ ପୁନର୍ବାର ଫେରିପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.