ଗୁଗଲ ସର୍ଚ୍ଚରେ ନିଜର ଫୋନ ନମ୍ବରକୁ ଏପରି ପତ୍ତା ଲଗାଇ ପାରିବେ ୟୁଜର୍ସ, କେମିତି ଜାଣନ୍ତୁ

ଇଣ୍ଟରନେଟରେ ଅଗଣିତ ୟୁଜର୍ସଙ୍କ ବହୁତ ସାରା ବ୍ୟକ୍ତିଗତ ବିବରଣୀ ବା ପର୍ସନାଲ ଡିଟେଲ୍ସ ରହିଛି, ଯାହାକୁ କେହି ବି ଲୋକ ଗୁଗଲ ସର୍ଚ୍ଚ ଦ୍ୱାରା ଆକସେସ୍‌ କରିପାରିବେ। ଏହି ଡାଟାରେ ଇମେଲ ଆଡ୍ରେସ, ଫୋନ୍‌ ନମ୍ବର ଆଦି ସାମିଲ ରହିଛି। ଏହା ୟୁଜର୍ସଙ୍କ ପ୍ରାଇଭେସୀକୁ ବଢ଼ାଇଥାଏ। ଏବଂ ଅନଲାଇନ୍‌ ଫ୍ରଡ, ଅପରାଧିକ ଦୁର୍ବ୍ୟବହାର ଆଦିର ସମ୍ଭାବନାକୁ ବଢ଼ାଇଦେଇଥାଏ। ଗୁଗଲ ଏବେ ୟୁଜର୍ସଙ୍କୁ ଗୁଗଲ ସର୍ଚ୍ଚ ରେଜଲ୍ଟରେ ଏପରି ପ୍ରାଇଭେଟ ଡିଟେଲ୍ସକୁ ଟ୍ରାନ୍ସଫର କରିବାର ଅନୁମତି ଦେଉଛି।

ଗୁଗଲ ଜଣାଇଛି ଯେ ୟୁଜର୍ସଙ୍କୁ ଏହି କଥା ଉପରେ ଧ୍ୟାନ ରଖିବାକୁ ହେବ ଯେ ଗୁଗଲ ସର୍ଚ୍ଚରୁ କଣ୍ଟେଣ୍ଟକୁ ହଟାଇ ପାରିବେ କିନ୍ତୁ ଇଣ୍ଟରନେଟରୁ ହଟାଇପାରିବେ ନାହିଁ। କାରଣ ଯଦି ଆପଣ ଏମିତି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସିଧାସଳଖ ହୋଷ୍ଟିଙ୍ଗ ସାଇଟରେ ସମ୍ପର୍କ କରିପାରିବେ।

ଗୁଗଲ ସର୍ଚ୍ଚରୁ ନିଜର ଫୋନ ନମ୍ବରକୁ କେମିତି ହଟାଇବେ ଜାଣନ୍ତୁ

  • ଗୁଗଲ ୱେବସର୍ଚ୍ଚ ସପୋର୍ଟ ପେଜକୁ ଯାଆନ୍ତୁ।
  • ‘ରିମୁଭ ସିଲେକ୍ଟ ପର୍ସନାଲ ଆଇଡେଣ୍ଟିଫିଏବଲ ଇନଫୋ’ ଅପ୍ସନକୁ ଖୋଜନ୍ତୁ ଏବଂ ଏହି ଅପ୍ସନ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହା ଆପଣଙ୍କୁ ଏକ ନୂଆ ପେଜକୁ ନେଇଯିବ, ସ୍କ୍ରୋଲ ଡାଉନ ଏବଂ ‘ଷ୍ଟାର୍ଟ ରିମୁଭାଲ ରିକ୍ୱେଷ୍ଟ’କୁ ଚୟନ କରନ୍ତୁ।
  • ଏହାପରେ ଆପଣଙ୍କୁ ଆବଶ୍ୟକ ଫର୍ମ ଦେଖାଦେବ, ଯେଉଁଠି ଆପଣ ପେନସିଲ ଆଇକନ ଉପରେ ଟ୍ୟାପ କରିପାରିବେ ଏବଂ ‘ହ୍ଵାଟ ଡୁ ୟୁ ଓ୍ଵାଣ୍ଟ ଟୁ ଡୁ’ ପାଇଁ ‘ରିମୁଭ ଇନଫରମେସନ ୟୁ ସି ଇନ୍‌ ଗୁଗଲ ସର୍ଚ୍ଚ’ ଅପସନକୁ ଚୟନ କରିପାରିବେ।
  • ଏହାପରେ ଅନ୍ୟ ପ୍ରଶ୍ନ ପାଇଁ ୱେବସାଇଟରେ ଏବଂ ଗୁଗଲ ସର୍ଚ୍ଚ ରେଜଲ୍ଟସରେ ‘ଦ ଇନଫରମେସନ ଆଇ ଓ୍ଵାଣ୍ଟ ରିମୁଭଡ ଇଜ’କୁ ବାଛନ୍ତୁ।
  • କଣ ଆପଣ ସାଇଟର ୱେବସାଇଟ ମାଲିକଙ୍କ ସହ ସମ୍ପର୍କ କରିଛନ୍ତି, ଏଥିପାଇଁ ହଁ କିମ୍ବା ନା ଉପରେ କ୍ଲିକ କରନ୍ତୁ।
  • ଏହାପରେ ‘ଆଇ ଓ୍ଵାଣ୍ଟ ଟୁ ରିମୁଭ’ କ୍ୟାଟଗରୀ ଅନୁଯାୟୀ, ବ୍ୟକ୍ତିଗତ ବିବରଣୀ, ଭଳି ଆଇଡି ନମ୍ବର ଏବଂ ବ୍ୟକ୍ତିଗତ ଡକ୍ୟୁମେଣ୍ଟକୁ ବାଛନ୍ତୁ।
  • ଏହାପରେ କଣ୍ଟାକ୍ଟ ବିବରଣୀ, ଆଡ୍ରେସ, ଫୋନ ନମ୍ବର କିମ୍ବା ଇମେଲ ଆଡ୍ରେସକୁ ବାଛନ୍ତୁ।
  • ଏହାପରେ ଆପଣଙ୍କୁ ଏକ ଫର୍ମ ଦେଖାଯିବ।
  • ନିଜର ପକ୍ଷ ରଖିବା ପାଇଁ ଆବଶ୍ୟକ ବିବରଣୀ ଭରନ୍ତୁ ଏବଂ ସ୍କ୍ରୀନସଟ୍‌ ଅପଲୋଡ କରନ୍ତୁ।
  • ଥରେ ଏହା ହୋଇଗଲା ପରେ ‘ସବମିଟ୍‌’ ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ ଆପଣଙ୍କୁ ଚୁପ ବସି ଗୁଗଲ କ୍ଲାରିଫିକେସନକୁ ଅପେକ୍ଷା କରିବାର ଆବଶ୍ୟକତା ରହିଛି ଯେ ସେହି ବିବରଣୀକୁ ଗୁଗଲ ଖୋଜ୍‌ ପରିଣାମରେ ହଟାଇ ଦିଆଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.