ଗୁଗଲର କମାଲ୍‌ ଫିଚର, ଫୋନରେ ସିଡ୍ୟୁଲ କରନ୍ତୁ ମେସେଜ ଆପେ ଆପେ ହୋଇଯିବ ସେଣ୍ଡ

କଣ ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍ସର ସବୁ ଫିଚର୍ସ ବିଷୟରେ ଜାଣିଛନ୍ତି? ଏମିତି ବହୁତ ଗୁଡିଏ ଫିଚର୍ସ ରହିଛି ଯାହା ବିଷୟରେ ଲୋକଙ୍କୁ ଜଣା ହିଁ ନାହିଁ ଏବଂ ଯଦି ବି ଜାଣିଛନ୍ତି ତାହେଲେ ବହୁତ କମ୍‌ ଲୋକ। ଏମିତି ହିଁ ଏକ ଫିଚର ହେଉଛି ମେସେଜ୍‌ ସିଡ୍ୟୁଲ। ଏହି ଫିଚରକୁ ଆଣ୍ଡ୍ରଏଡ୍‌ ୟୁଜର୍ସ ସହଜରେ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପକୁ ଫଲୋ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ଏହି ଫିଚର କେମିତି କାମ କରେ।

ଗୁଗଲ ନିଜର ପ୍ଲାଟଫର୍ମରେ ନୂଆ ନୂଆ ଫିଚର୍ସ ଯୋଡୁଛି। ଲାଟେଷ୍ଟ ଫିଚର ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି। ଏହା ସାହାଯ୍ୟରେ ୟୁଜର୍ସ ଟେକ୍ସଟ ମେସେଜକୁ ସିଡ୍ୟୁଲ କରିପାରିବେ। ଅର୍ଥାତ୍‌ ଆପଣ ମେସେଜ୍‌ ଲେଖି ଏକ ନିର୍ଦ୍ଧିଷ୍ଟ ସମୟ ସେଟ୍‌ କରିଦେବେ ଆଉ ଆପଣଙ୍କ ମେସେଜ ଆପେ ଆପେ ସେହି ଟାଇମରେ ସେଣ୍ଡ ହୋଇଯିବ। ସବୁଠୁ ଖାସ୍‌ କଥା ହେଉଛି ଏହି ମେସେଜ ଅନେକ କାମରେ ଆସିପାରେ।

ଆପଣ ଚାହିଁଲେ କାହାର ଜନ୍ମଦିନକୁ ପୂର୍ବରୁ ହିଁ ସିଡ୍ୟୁଲ କରିପାରିବେ। ଏଥିପାଇଁ ଆପଣଙ୍କୁ ରାତିରେ ଆଉ ୧୨ ଟା ଯାଏଁ ଚାହିଁ ରହିବାକୁ ପଡିବନାହିଁ। ଆପଣ ଗୁଗଲ ମେସେଜିଙ୍ଗ ଆପର ବ୍ୟବହାର କରି ଏପରି କରିପାରିବେ। ଗୁଗଲର ଏହି ଆପ୍‌ ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ସରେ ପ୍ରି-ଇନଷ୍ଟଲଡ ଆସିଥାଏ।

ଏଥିରେ ଆପଣଙ୍କୁ ସିମ୍ପଲ ମେସେଜିଙ୍ଗ ଫିଚର୍ସ ନୁହେଁ ବରଂ ଅନେକ କମାଲ ଫିଚର୍ସ ମିଳିଥାଏ। ଯଦିଓ ମ୍ୟାସେଜିଙ୍ଗ ପାଇଁ ଲୋକ ଏବେ ଅଧିକ ସଂଖ୍ୟାରେ ହ୍ଵାଟ୍ସଆପର ବ୍ୟବହାର କରନ୍ତି। ଏହି କାରଣରୁ ଏହି ଆପର ବହୁତ ଫିଚର୍ସ ଉପରେ ଲୋକଙ୍କର ଧ୍ୟାନ ଯାଏନାହିଁ।

ଯଦି ଆପଣ ଚାହୁଁଛନ୍ତି ଏହି ଆପର ବ୍ୟବହାର କରି ଆପଣ ମେସେଜକୁ ସିଡ୍ୟୁଲ କରିବେ ତାହେଲେ ଧ୍ୟାନ ରଖନ୍ତୁ ସିଡ୍ୟୁଲ ମେସେଜ ସେତେବେଳେ ଡେଲିଭର ହେବ ଯେତେବେଳେ ଆପଣଙ୍କ ଫୋନରେ ଓ୍ଵାଇ-ଫାଇ କିମ୍ବା ଡାଟା କନେକ୍ଟିଭିଟୀ ହେବ। ଏହି ଫିଚର ଆଣ୍ଡ୍ରଏଡ ୭ କିମ୍ବା ତାଉପର ଫୋନ୍ସରେ ହିଁ କାମ କରିବ। ତେବେ ଏବେ ଆସନ୍ତୁ ଜାଣିବା କେମିତି ମେସେଜକୁ କରିବେ ସିଡ୍ୟୁଲ।

  • ପ୍ରଥମେ ଆପଣଙ୍କୁ ଗୁଗଲ ମେସେଜେସ ଆପକୁ ଯିବାକୁ ହେବ।
  • ଏବେ ଆପଣଙ୍କୁ କୌଣସି ବି କନଭରସେସନକୁ ଯିବାକୁ ହେବ ଏବଂ ଗୋଟେ ମେସେଜକୁ ଏଣ୍ଟର କରିବାକୁ ହେବ।
  • ଏଥିରେ ତିନିଟି ଡେଫଲ୍ଟ ଟାଇମର ଅପ୍ସନ ମିଳିବ। ଏହାବ୍ୟତୀତ ଅଲଗା ଭାବେ ଡେଟ ଏବଂ ଟାଇମ ସେଟ୍‌ କରିବାର ଅପ୍ସନ ଆପଣଙ୍କ ସାମ୍ନାରେ ଦେଖାଯିବ। ଆପଣ ଏହି ଅପ୍ସନ ଉପରେ କ୍ଲିକ କରି ଡେଟ ଏବଂ ଟାଇମ
  • ସେଟ କରିପାରିବେ। ଏହାପରେ ଆପଣଙ୍କ ସ୍କ୍ରୀନରେ ଏକ ଡେଟ ଏବଂ ଟାଇମ ଦେଖାଯିବ, ତାକୁ ଆପଣଙ୍କୁ କନଫର୍ମ କରିବାକୁ ହେବ।

ଏହିଭଳି ଭାବେ ଆପଣ କୌଣସି ବି ମେସେଜକୁ ସିଡ୍ୟୁଲ କରିପାରିବେ। ୟୁଜରଙ୍କ ପାଖରେ ସିଡ୍ୟୁଲ କରାଯାଇଥିବା ମେସେଜକୁ ଏଡିଟ କରିବା, ତୁରନ୍ତ ପଠାଇବା ଏବଂ ଡିଲିଟ୍‌ କରିବାର ମଧ୍ୟ ଅପ୍ସନ ରହିବ। ବହୁତ ସହଜ ତରିକାରେ ହିଁ ଆପଣ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କୌଣସି ବି ମେସେଜକୁ ସିଡ୍ୟୁଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.