ଏପରି ପଠାନ୍ତୁ ଫଟୋ, ବିନା ପାସଓ୍ଵାର୍ଡରେ କେହି ବି କରିପାରିବେନି ଓପନ୍‌

ଗୋଟିଏ ଫିଚର୍ସ ଏମିତି ବି ଅଛି ଯେଉଁଥିରେ ଲୋକଙ୍କୁ ପାସଓ୍ଵାର୍ଡ ପ୍ରୋଟେକ୍ଟେଡ ଫଟୋ ପଠାଇବା ଫିଚର ବି ମିଳୁଛି । ଯଦିଓ ଏହା କୌଣସି ଅଫିସିଆଲ ଫିଚର ନୁହେଁ, ଏଥିପାଇଁ ଆପଣଙ୍କୁ କେବଳ ଏକ ଟ୍ରିକର ସାହାଯ୍ୟ ନେବାକୁ ହେବ ।

ହ୍ଵାଟ୍ସଆପ୍‌ ବହୁତ ଲୋକପ୍ରିୟ ମ୍ୟାସେଜିଙ୍ଗ ଆପ୍‌ ଅଟେ । କମ୍ପାନୀ ୟୁଜର୍ସଙ୍କୁ ଅନେକ ପ୍ରକାର ଫିଚର୍ସ ଉପଲବ୍ଧ କରାଉଛି । ଏଥିରେ ଗୋଟିଏ ଫିଚର୍ସ ଏମିତି ବି ଅଛି ଯେଉଁଥିରେ ଲୋକଙ୍କୁ ପାସଓ୍ଵାର୍ଡ ପ୍ରୋଟେକ୍ଟେଡ ଫଟୋ ପଠାଇବା ଫିଚର ବି ମିଳୁଛି । ଯଦିଓ ଏହା କୌଣସି ଅଫିସିଆଲ ଫିଚର ନୁହେଁ, ଏଥିପାଇଁ ଆପଣଙ୍କୁ କେବଳ ଏକ ଟ୍ରିକର ସାହାଯ୍ୟ ନେବାକୁ ହେବ ।

ଏହି ଫିଚର ସାହାଯ୍ୟରେ ଆପଣ କାହାକୁ ବି ହ୍ଵାଟ୍ସଆପରେ ପାସଓ୍ଵାର୍ଡ ପ୍ରୋଟେକ୍ଟେଡ ଫଟୋ ପଠାଇପାରିବେ । ଫଟୋକୁ ଓପନ କରିବା ପାଇଁ ରିସିଭରଙ୍କ ପାଖରେ ପାସଓ୍ଵାର୍ଡ ରହିବା ବହୁତ ଜରୁରୀ । ଏହା ଜାଣିବା ବି ବହୁତ ସହଜ । ଏଠାରେ ଆମେ ଆପଣଙ୍କୁ ବତାଇବୁ ପାସଓ୍ଵାର୍ଡ ଜାଣିବାର ତରିକା । ଏଥିପାଇଁ ଆପଣଙ୍କୁ ଫଟୋକୁ ଡକ୍ୟୁମେଣ୍ଟ କିମ୍ବା ପିଡିଏଫ ଫର୍ମାଟରେ ସେଣ୍ଡ କରିବାର ବି ଆବଶ୍ୟକତା ନାହିଁ ।

ସର୍ବପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ IMG2PDF ଆପ୍‌ ଡାଉନଲୋଡ କରିବାକୁ ହେବ । ଇନଷ୍ଟଲ ହେବା ପରେ ଏହାକୁ ଲଞ୍ଚ୍‌ କରିଦିଅନ୍ତୁ । ଏହାପରେ ଆପଣଙ୍କୁ + ବଟନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ସେହି ମେସେଜକୁ ସିଲେକ୍ଟ କରିବାକୁ ହେବ ଯାହାକୁ ଆପଣ ପାସଓ୍ଵାର୍ଡ କରିବାକୁ ଚାହୁଁଛନ୍ତି ।

ଏହାପରେ କ୍ରିଏଟ୍‌ ପିଡିଏଫ ବଟନ ଉପରେ କ୍ଳିକ କରନ୍ତୁ । ତାପରେ ପାସଓ୍ଵାର୍ଡ ପ୍ରୋଟେକ୍ସନ ବକ୍ସ ଉପରେ କ୍ଲିକ କରିବାକୁ ହେବ । ଏଠାରେ ଆପଣଙ୍କୁ ଏଣ୍ଟର ପିଡିଏଫ ଫାଇଲନେମ ଆଗରେ ଫାଇଲର ନାମ ଦେବାକୁ ହେବ । ଏହାପରେ ପିଡିଏଫ ପାସଓ୍ଵାର୍ଡ ଆଗରେ ପାସଓ୍ଵାର୍ଡ ଦେବାକୁ ହେବ । ଏହାପରେ ଓକେ ବଟନ ଉପରେ କ୍ଲିକ କରିଦିଅନ୍ତୁ।

ଏହି ଫାଇଲ ଆଗରେ ଥିବା ସେୟାର ବଟନ ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କୁ ହ୍ଵାଟ୍ସଆପ ସିଲେକ୍ଟ କରିବାକୁ ହେବ । ଏବେ ହ୍ଵାଟ୍ସଆପ୍‌ ଓପନ ହୋଇଯିବ । ଆପଣଙ୍କୁ ସେହି କଣ୍ଟାକ୍ଟକୁ ସିଲେକ୍ଟ କରିବାକୁ ହେବ ଯାହାକୁ ଆପଣ ଫଟୋ ସେଣ୍ଡ କରିବାକୁ ଚାହୁଁଛନ୍ତି । ଏହାପରେ ସେଣ୍ଡ ବଟନ୍‌ ଉପରେ କ୍ଲିକ କରିଦିଅନ୍ତୁ ।

ଏହି ଇମେଜକୁ ଓପନ କରିବା ପାଇଁ ରିସିଭରଙ୍କୁ ପାସଓ୍ଵାର୍ଡ ଜାଣିଥିବା ନିହାତି ଆବଶ୍ୟକ । ଆପଣ ଆମେ କହିଥିବା ସମସ୍ତ ଷ୍ଟେପକୁ ଫଲୋ କରିବା ସମୟରେ ଯେଉଁ ପାସଓ୍ଵାର୍ଡ ଦେଇଥିଲେ, ସେହି ପାସଓ୍ଵାର୍ଡକୁ ରିସିଭରଙ୍କୁ ସେଣ୍ଡ କରିଦିଅନ୍ତୁ । ଏହି ଇମେଜ ଫାଇଲକୁ କୌଣସି ବି ପିଡିଏଫ ରିଡର ଆପ୍‌ ଦ୍ୱାରା ଆପଣ ଓପନ କରିପାରିବେ।