ଦୀପାବଳିରେ ସାଙ୍ଗମାନଙ୍କୁ ପଠାନ୍ତୁ Whatsapp Diwali Stickers, ହ୍ଵାଟସଅପରେ ଏପରି କରନ୍ତୁ ସେୟାର

ଦୀପାବଳି ହେଉଛି ଆଲୋକ ଏବଂ ଖୁସିର ପର୍ବ। କେବଳ ଭାରତ ନୁହେଁ ସାରା ଦୁନିଆର ଅନେକ ଦେଶ ଦୀପାବଳି ପର୍ବକୁ ବହୁତ ଧୂମଧାମରେ ପାଳନ କରନ୍ତି। କିଏ ନିଜ ଘରେ ସୁନ୍ଦର ସୁନ୍ଦର ରଙ୍ଗୋଲୀ ବନାଇଲେଣି ତ ଆଉ କିଏ ଘରକୁ ଦୀପରେ ସଜାଇଲେଣି। ଆପଣଙ୍କ ଦୀପାବଳି ଖୁସି କମ୍‌ ନହେଉ ସେଥିପାଇଁ ଡେଭଲପର୍ସ ବହୁତ କଠିନ ପରିଶ୍ରମ କରୁଛନ୍ତି ଏବଂ ହ୍ଵାଟସଅପ୍‌ ପାଇଁ ଦୀପାବଳି ଷ୍ଟିକର ବନାଇଛନ୍ତି। ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ହ୍ଵାଟସଅପରୁ ଦୀପାଳବି ଷ୍ଟିକର ପଠାଇବାର ତରିକା ବିଷୟରେ ଜଣାଇବୁ।

diwaliiହ୍ଵାଟସଅପରୁ ଷ୍ଟିକର ପଠାଇବାର ତରିକା

  1. ପ୍ରଥମ ଆଉ ସବୁଠାରୁ ସହଜ ତରିକ ହେଉଛି ଆପଣ ସିଧା ହ୍ଵାଟସଅପକୁ ଓପନ କରନ୍ତୁ। ଏହାପରେ ମେସେଜ୍‌ ବାରର ଡାହାଣ ପାର୍ଶ୍ୱରେ ଦେଖାଯାଉଥିବା ଷ୍ଟିକର ଆଇକନ ଉପରେ କ୍ଲିକ କରନ୍ତୁ। କ୍ଲିକ କରିବା ପରେ ଆପଣଙ୍କୁ ଷ୍ଟିକରର ବିକଳ୍ପ ସହିତ GIF ର ବି ବଟନ ଦେଖାଯିବ। ଆଉ ଯଦି ଦେଖାନଯାଉଥିବ ତାହେଲେ ଆପଣ ଦୀପାବଳି କିମ୍ବା Diwali ଲେଖି ସର୍ଚ୍ଚ ବି କରିପାରିବେ।
  2. ଦ୍ୱିତୀୟ ତରିକା ହେଉଛି ପ୍ରଥମେ ହ୍ଵାଟସଅପ ଓପନ କରନ୍ତୁ ଏହାପରେ ଇମୋଜି ଆଇକନ ଉପରେ କ୍ଲିକ କରନ୍ତୁ। ପରେ ଷ୍ଟିକର ବିକଳ୍ପ ଉପରେ କ୍ଲିକ କରନ୍ତୁ।
  3. ଏବେ ଡାହାଣ ଏବଂ କୋଣରେ ଦେଖାଯାଉଥିବା ଚିହ୍ନ ଉପରେ କ୍ଲିକ କରନ୍ତୁ ଏବଂ ସ୍କ୍ରୋଲ କରି ତଳକୁ ଆସନ୍ତୁ। ଏବେ ଆପଣଙ୍କୁ ଗେଟ ମୋର ଷ୍ଟିକର୍ସର ଅପସନ୍‌ ମିଳିବ।
  4. ଗେଟ ମୋର ଷ୍ଟିକର୍ସ ଉପରେ କ୍ଲିକ କରିବା ପରେ ଆପଣ ସିଧା ଗୁଗଲ ପ୍ଲେ-ଷ୍ଟୋର ଉପରେ ପହଁଚିଯିବେ। ଏବେ ସର୍ଚ୍ଚ କରନ୍ତୁ ଏବଂ ଡାଉନଲୋଡ କରନ୍ତୁ।
  5. ଏହାପରେ ଆପଣଙ୍କ ସାମ୍ନାରେ ଅନେକ ଷ୍ଟିକର୍ସ ହେବ ଯାହାକୁ ଚିହ୍ନ ଉପରେ କ୍ଲିକ କରି ଏହାକୁ ଷ୍ଟିକରରେ ଆଡ୍‌ କରନ୍ତୁ। ଏହାପରେ ହ୍ଵାଟସଅପ୍‌ ଷ୍ଟିକରକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ବହୁତ ଷ୍ଟିକର୍ସ ମିଳିଯିବ ଯାହାକୁ ଆପଣ ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କୁ ପଠାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.