ଅନଲାଇନ ଚାଟିଙ୍ଗ ଆପ Whatsappରେ ଉପଲବ୍ଧ ଥିବା ଗ୍ରୁପ ଚାଟ ମାଧ୍ୟମରେ ଏକା ସମୟରେ ଅନେକ ଲୋକ ସହିତ କଥା ହେବାରେ ବା ଖବର ପହଞ୍ଚାଇବାରେ ସୁବିଧା ହୋଇଥାଏ । କିନ୍ତୁ ବେଳେ ବେଳେ ଆପଣଙ୍କ ବିନା ଅନୁମତିରେ ବା ଅଜାଣତରେ ଆପଣଙ୍କୁ କିଛି ଲୋକ ହୁଆଟସପ୍ ଗ୍ରୁପରେ ଆଡ କରିଥାନ୍ତି । ଅନେକ ସମୟରେ ଏହି ସବୁ ଗ୍ରୁପରୁ ଆସୁଥିବା ଅଦରକାରୀ ମେସେଜର ନୋଟିଫିକେସନ ଆପଣଙ୍କୁ ବିରକ୍ତ କରାଇଥାଏ । ଏପରି ପରିସ୍ଥିତିରେ ଗ୍ରୁପରେ ଆଡ କରିଥିବା ବ୍ୟକ୍ତିଙ୍କ ମନକୁ ଆଘାତ ନଦେବା ପାଇଁ ଇଚ୍ଛା ଥାଇ ମଧ୍ୟ ଗ୍ରୁପରୁ ଲେଫ୍ଟ ହୋଇପାରିନଥାନ୍ତି । ବର୍ତ୍ତମାନ ଏସମସ୍ତ ପରିସ୍ଥିତିରୁ ଆପଣ ବଞ୍ଚି ଯାଇ ପାରିବେ । Whatsapp ନିଜ ଗ୍ରୁପ ଇନଭିଟେସନ ଫିଚରକୁ ଅପଗ୍ରେଡ କରିଛି ଯାହା ଦ୍ୱାରା ଆପଣ ଅବାଞ୍ଛିତ ଗ୍ରୁପରେ ଆଡ ହେବାରୁ ରକ୍ଷା ପାଇ ପାରିବେ ।
ପୂର୍ବରୁ ଆପଣଙ୍କ ଅନୁମତି ବିନା କୌଣସି ବି Whatsapp ୟୁର୍ଜସ ଅଦରକାରୀ ଗ୍ରୁପରେ ଆଡ କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି । ଏଣିକି ଆପଣଙ୍କ ବିନା ଅନୁମତିରେ କେହି ଜଣେ ୟୁର୍ଜସ ଯେକୌଣସି ଗ୍ରୁପରେ ଆଡ କରି ପରିବେ ନାହିଁ । ସେହିପରି ଆପଣ ଏହି ଫିଚରକୁ ଆପଣଙ୍କ କିଛି ଖାସ କଣ୍ଟାଣ୍ଟଙ୍କ ପାଇଁ କଷ୍ଟମାଇଜ ମଧ୍ୟ କରିପାରିବେ । ଏହି ନୂତନ ଫିଚର ଉଭୟ Android ଏବଂ Ios ଉଭୟ ପାଇଁ ଉପଲବ୍ଧ ରହିଛି ।
Android ଫୋନରେ Group Invitation featureକୁ କଷ୍ଟମାଇଜ କରନ୍ତୁ :
– ଆଣ୍ଡ୍ରୋଏଡ ଫୋନରେ ସର୍ବ ପ୍ରଥମେ ହୁଆଟସପର ସେଟିଙ୍ଗ> ଆକାଉଣ୍ଟ> ପ୍ରାଇବେସି> ଗ୍ରୁପ୍ସ କୁ ଯିବେ ।
– ସେଠାରେ ପ୍ରାଇଭେସି ସେଟିଙ୍ଗରେ ଗ୍ରୁପ ଇନଭିଟେସନକୁ ନିୟନ୍ତ୍ରଣ କରିବା ପାଇଁ ତିନୋଟି ଅପସନ ରହିଛି – Everyone, My Contacts ଏବଂ Nobody ।
– ଏଠାରେ ଆପଣ ଆପଣଙ୍କ ଇଚ୍ଛାନୁସାର ଅପସନ ଚୟନ କରି ପାରିବେ ।Nobody ଅପସନ ଉପରେ କ୍ଲିକ କଲେ ଆପଣଙ୍କୁ କୌଣସି ବି ୟୁର୍ଜସ ବିନା ଅନୁମତିରେ ଗ୍ରୁପରେ ଆଡ କରି ପାରିବେ ନାହିଁ । ଗ୍ରୁପରେ ଆଡ ହେବା ପାଇଁ ଆପଣଙ୍କ ନିକଟକୁ ଏକ ରିକ୍ୱେଷ୍ଟ ଆସିବ । ତେବେ ଏହି ରିକ୍ୱେଷ୍ଟକୁ ସ୍ୱିକାର କରିଲା ପରେ ଆପଣ ଗ୍ରୁପରେ ଆଡ ହୋଇ ପାରିବେ ।
iPhone Group Invitation feature କୁ କଷ୍ଟମାଇଗ କରନ୍ତୁ :
– ହ୍ଵାଟସଅପ୍କୁ ଓପେନ କରିବା ପରେ ସେଟିଙ୍ଗକୁ ଯାଇ ଆକାଉଣ୍ଟ ସେକ୍ସନରୁ ପ୍ରାଇଭେସିକୁ ଚୟନ କରନ୍ତୁ ।
– ବର୍ତ୍ତମାନ ଗ୍ରୁପ୍ସରେ କ୍ଲିକ କରନ୍ତୁ । ଏଠାରେ ମଧ୍ୟ ଆପଣ Everyone, My Contacts ଏବଂ Nobodyର ଅପସନ ମଧ୍ୟରୁ ନିଜ ଇଚ୍ଛାନୁସାର ଅପସନ ଚୟନ କରି ପାରିବେ ।
-ଏହା ସହିତ ଏହି ଫିଚରରେ ଗ୍ରୁପ ଲିଙ୍କ ନାମକ ଅନ୍ୟ ଏକ ଲିଙ୍କ ମଧ୍ୟ ରହିଛି । ଏହି ଲିଙ୍କକୁ କ୍ଲିକ କରି ଆପଣ ଯେକୌଣସି ଗ୍ରୁପ ସହିତ ଯୋଡି ହୋଇ ପାରିବେ । ଗ୍ରୁପ ତିଆରି କରୁଥିବା ସମୟରେ ଏହି ଲିଙ୍କ ମଧ୍ୟ କ୍ରିଏଟ ହୋଇଥାଏ । ପ୍ରାଇଭେସିରେ Nobody ଅପସନ କ୍ଲିକ କଲା ପରେ ମଧ୍ୟ ଏହି ଲିଙ୍କକୁ ବ୍ୟବହାର କରି ଗ୍ରୁପରେ ଆଡ ହୋଇ ପାରିବେ ।
-Whatsappର ନୂତନ ଫିଚରକୁ ଏହିଭଳି ଭାବରେ ବ୍ୟବହାର କରି ଆପଣ ଅବାଞ୍ଛିତ ଗ୍ରୁପରୁ ଆଡ ହେବାରୁ ରକ୍ଷା ପାଇ ପାରବେ ।