ମୋବାଇଲ ଡାଟା ସରିଯାଇଛି କି, ବାସ୍‌ ଡାଏଲ କରନ୍ତୁ ଏହି ନମ୍ବର ଏବଂ ତୁରନ୍ତ ପାଆନ୍ତୁ ଡାଟା

ଇଣ୍ଟରନେଟ ଡାଟା ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ। ଫୋନରେ କରାଯାଉଥିବା ସବୁ କାମ ପ୍ରାୟ ଏହା ଜରିଆରେ ହୋଇଥାଏ। ତେଣିକି ତାହା ହ୍ଵାଟ୍ସଆପ ଚାଟିଙ୍ଗ୍‌ କରିବା ହେଉ କିମ୍ବା ଭିଡିଓ କଲ କରିବା ହେଉ ଅବେ ବ୍ରାଉଜିଙ୍ଗ ଏବଂ ସୋସିଆଲ ମିଡିଆ ଚଲାଇବା ହେଉ, ଫୋନରେ ଡାଟା ରହିବା ବହୁତ ଜରୁରୀ। କିନ୍ତୁ ଅନେକ ଥର ଆମେ ଅତ୍ୟଧିକ ଡାଟା ବ୍ୟବହାର କରିଦେଇଥାନ୍ତି ଆଉ ଆମ ଡାଟା ସରିଯାଏ। ସେଥିପାଇଁ ଆମକୁ ପୁଣି ଥରେ ରିଚାର୍ଜ କରିବାକୁ ପଡିଥାଏ। କିନ୍ତୁ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଅନେକ ଥର ଏମିତି ହୋଇଥାଏ ଯେ ଆପଣଙ୍କ ପାଖରେ ଡାଟା ରିଚାର୍ଜ ପାଇଁ ଆପଣଙ୍କ ପାଖରେ ଟଙ୍କା ନଥାଏ। ତେବେ ଏମିତି ପରିସ୍ଥିତିରେ ଆପଣ କଣ କରିବେ?

ଏଭଳି ସ୍ଥିତିରେ ଆପଣ ଡାଟା ଲୋନ୍‌ ନେଇପାରିବେ ଏବଂ ଆପଣଙ୍କୁ କୌଣସି ପେମେଣ୍ଟ ମଧ୍ୟ ଦେବାକୁ ପଡିବନି। ଏମିତି ତ ଆପଣ ଡାଟା ସରିଗଲେ ଆପଣ ଅନ୍ୟ କାହା ଠାରୁ ହଟସ୍ପଟରେ ଚଲାଇପାରିବେ। କିନ୍ତୁ ଏୟାରଟେଲ ନିଜର ୟୁଜର୍ସଙ୍କୁ ଡାଟା ଲୋନ୍‌ ଉପଲବ୍ଧ କରାଇଛି। ଯାହାଦ୍ୱାରା ଆପଣ ଡାଟା ଲୋନ୍‌ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ସେହି ତରିକା ଯାହାଦ୍ୱାରା ଡାଟା ଲୋନ୍‌ କରିପାରିବେ।

ଆସନ୍ତୁ ଜାଣିବା କେମିତି କରିବେ ଏୟାରଟେଲ ଡାଟା ଲୋନ୍‌

  • ସର୍ବପ୍ରଥମେ ଆପଣଙ୍କୁ ନିଜ ଫୋନର ଡାଏଲରକୁ ଯିବାକୁ ହେବ।
  • ଏହାପରେ *141*567# କୋଡ୍‌ ଡାଏଲ କରିବାକୁ ହେବ।
  • ଡାଏଲ କରିବା ପରେ ଆପଣଙ୍କୁ ଏୟାରଟେଲରେ ନେଟଓ୍ଵର୍କ ଦେଖାଯିବ।
  • ଏଥିରେ ୨ଜି, ୩ଜି କିମ୍ବା ୪ଜି ସାମିଲ ଥିବ, ଯେଉଁଥିରେ ଆପଣ ନିଜ ନେଟଓ୍ଵର୍କକୁ ଚୟନ କରିପାରିବେ।
  • ଏହାବ୍ୟତୀତ ଆପଣ ଏୟାରଟେଲ ଲୋନ୍‌ ନମ୍ବର 52141 ଡାଏଲ କରିପାରିବେ। ଏହାପରେ ନିର୍ଦ୍ଦେଶର ପାଳନ କରି ଡାଟା ଲୋନର ଲାଭ ନେଇପାରିବେ।
  • ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସର୍ଭିସ ଫ୍ରି ନୁହେଁ। ଏଥିପାଇଁ ଆପଣଙ୍କୁ ଏକ ନିଶ୍ଚିତ ସମୟ ପରେ ପେମେଣ୍ଟ କରିବାକୁ ହେବ। ମନେ ରଖିବେ ଏହି ଡାଟା ଆପଣଙ୍କୁ ଲୋନରେ
  • ହିଁ ମିଳୁଛି। ଏହି ଲୋନ୍‌ ପାଇର୍ ଆପଣ Airtel Thanks mobile କୁ ବି ଯାଇପାରିବେ।
Leave A Reply

Your email address will not be published.