ଆପଣଙ୍କ ମୋବାଇଲ ହଜିଯାଇଛି କି ? ଏହିପରି କରନ୍ତୁ ଟ୍ରାକ୍‌

ପ୍ରତ୍ୟେକ ଦିନ ଅନେକ ଲୋକ ଅଜାଣତରେ ନିଜ ସ୍ମାର୍ଟଫୋନ ହଜେଇ ବସିଥାନ୍ତି । ନିଜ ମୋବାଇଲ ହରାଇବା ଏକ କଷ୍ଟଦାୟକ ଅନୁଭୂତି ହୋଇଥାଏ । ସ୍ମାର୍ଟଫୋନ୍‌ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ଏଥିରେ ବ୍ୟକ୍ତିଗତ ସୂଚନା ମଧ୍ୟ ରହିଥାଏ । ଯଦି ଏହା ଭୁଲ ହାତକୁ ଚାଲିଯାଏ ତାହେଲେ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ ଏବଂ ଏହାଦ୍ୱାରା ଠକି ମଧ୍ୟ ପାରନ୍ତି ।

କେବଳ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ନୁହେଁ, ଏହା ଆର୍ଥିକ କ୍ଷତି ମଧ୍ୟ କରିଥାଏ । କିନ୍ତୁ ଏଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ , କାରଣ ଆମେ ଏଠାରେ କିଛି ସହଜ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ହଜିଯାଇଥିବା ଫୋନ୍‌କୁ ଟ୍ରାକ୍‌ କରିବା ସହ ପୁନଃ ରିସେଟ୍‌ ମଧ୍ୟ କରିପାରିବେ ।

ହଜିଯାଇଥିବା ଫୋନକୁ କିପରି ଟ୍ରାକ୍‌ କରିବେ ?
ଯଦି ଆପଣଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ ହଜିଯାଇଥାଏ, ତେବେ ‘ଗୁଗୁଲ find my device’ ଫିଚର ଦ୍ୱାରା ଏହାକୁ ଟ୍ରାକ୍‌ କରିପାରିବେ । ଯଦି ଆପଣଙ୍କ ଫୋନ୍‌ ଗୁଗୁଲ୍‌ ଆକାଉଣ୍ଟ ସହିତ ସାଇନ୍‌ ଇନ୍‌ ହୋଇଥିବ ତେବେ ଏହି ଫିଚର କାର୍ଯ୍ୟ କରିବ । ଏଥିପାଇଁ ଆପଣଙ୍କୁ ‘ଗୁଗୁଲ୍‌ find my device’ ଆପ୍‌ କୁ ଯାଇ ଆପଣଙ୍କର ଗୁଗୁଲ୍‌ ଆକାଉଣ୍ଟ ସହିତ ଲଗ୍‌ଇନ୍‌ କରିବାକୁ ପଡ଼ିବ । ଲଗ୍‌ଇନ ପରେ ସେହି ଆକାଉଣ୍ଟ ସହ ଲିଙ୍କ୍‌ ହୋଇଥବା ସମସ୍ତ ଡିଭାଇସ୍‌ର ଏକ ସମ୍ପୂର୍ଣ୍ଣ ତାଲିକା ପାଇବେ ।

ତାଲିକାରୁ ହଜିଯାଇଥିବା ଡିଭାଇସ୍‌ ଚୟନ କରନ୍ତୁ ଏବଂ ‘track my Location’ ଅପ୍ସନ ଉପରେ କ୍ଲିକ କରି ଏହାର ଅବସ୍ଥିତି ଟ୍ରାକ୍‌ କରନ୍ତୁ । ଯଦି ଫୋନଟି ଅନ୍‌ ଥିବା ସହ ଇଣ୍ଟରନେଣ୍ଟ କନ୍କେସନ ଅନ୍‌ ଥାଏ ତେବେ ଏହାର ଅବସ୍ଥିତି ଟ୍ରାକ୍‌ କରିବା ସମ୍ଭବ ହୋଇଥାଏ । ଏହା ବ୍ୟତୀତ, ଫୋନ୍‌ରେ ଥିବା ‘ଇରେଜ୍‌ ଡାଟା’ ଅପ୍ସନ ବ୍ୟବହାର କରି ସମସ୍ତ ତଥ୍ୟକୁ ଡିଲେଟ୍‌ କରିପାରିବେ ।ଏଥି ସହ ଦୂରରେ ଥାଇବି ଆପଣ ଆପଣଙ୍କ ଫୋନ୍‌କୁ ଲକ୍‌ ମଧ୍ୟ କରିପାରିବେ ।

ଆପଲ find my: ଯଦି ଆପଣଙ୍କର ଆଇଫୋନ୍‌ ହଜିଯାଇଛି ତାହେଲେ , ‘ଆପଲ find my’ ଫିଚର୍‌ର ବ୍ୟବହାର କରିପାରିବେ ।ଏହି ଫିଚର ମାଧ୍ୟମରେ ଆପଣ ଆଇଫୋନ୍‌ ଟ୍ରାକ୍‌ କରିପାରିବେ ଏବଂ ଆବଶ୍ୟକ ହେଲେ ଏହାକୁ ପୁନଃ ରିସେଟ୍‌ ମଧ୍ୟ କରିପାରିବେ । ଏହି ସେବା ଠିକ୍‌‘ଗୁଗୁଲ୍‌ ଫାଇଣ୍ଡ ମାଇଁ ଡିଭାଇସ୍‌’ ପରି କାମ କରେ ।

ଫୋନ୍‌କୁ କେତେବେଳେ ରିସେଟ୍‌ କରିବେ ?
ଯଦି ଆପଣ ଭାବୁଛନ୍ତି କି ଫୋନକୁ ଆଉ ଫେରିପାଇବେ ନାହିିଁ, ତେବେ ଆପଣ ଏହକୁ ଫ୍ୟାକ୍ଟ୍ରି ରିସେଟ୍‌ କରିପାରିବେ । ଏହା ଫୋନରେ ଥିବା ସମସ୍ତ ତଥ୍ୟକୁ ଡିଲେଟ୍‌ କରିଦେବା ସହ ଫୋନ୍‌ଟିକୁ ଏହାର ମୂଳ ସେଟିଂକୁ ଫେରାଇ ଆଣିବ । ‘ଗୁଗୁଲ୍‌ ଫାଇଣ୍ଡ ମାଇଁ ଡିଭାଇସ୍‌ ’ କିମ୍ବା ‘ଆପଲ୍‌ ଫାଇଣ୍ଡ ମାଇଁ ’ ମାଧ୍ୟମରେ ଆପଣ ଏହି ପ୍ରକ୍ରିୟାକୁ ଅତି ସହଜରେ କରିପାରିବେ ।

ଫୋନ୍‌ ହଜିବା ପରେ ପ୍ରଥମେ କ’ଣ କରିବେ ?

ସିମ୍‌ କାର୍ଡ ବ୍ଲକ୍‌ କରନ୍ତୁ : ନିଜ ନେଟଓ୍ଵାର୍କ ପ୍ରୋଭାଇଡର୍‌କୁ ତୁରନ୍ତ କଲ୍‌ କରି ସିମ୍‌ କାର୍ଡକୁ ବ୍ଲକ୍‌ କରାନ୍ତୁ । ଏହା କରିବା ଦ୍ୱାରା କୌଣସି ବ୍ୟକ୍ତି ଆପଣଙ୍କ ଫୋନ୍‌ ବ୍ୟବହାର କରିବାକୁ ଅସମର୍ଥ ହେବେ ।

ପୋଲିସରେ ଅଭିଯୋଗ ଦାଖଲ କରନ୍ତୁ : ଯଦି ଫୋନ ଚୋରି ହୋଇଥାଏ ତାହେଲେ, ନିକଟସ୍ଥ ପୋଲିସ ଷ୍ଟେସନ୍‌ରେ ଅଭିଯୋଗ ଦାଖଲ କରନ୍ତୁ ।

ଆପଣଙ୍କର ବ୍ୟାଙ୍କ ଏବଂ କ୍ରେଡିଟ୍‌ କାର୍ଡ କମ୍ପାନୀକୁ ସୂଚନା ଦିଅନ୍ତୁ : ଯଦି ହଜିଯାଇଥିବା ଫୋନରେ ବ୍ୟାଙ୍କ କିମ୍ବା କ୍ରେଡିଟ୍‌ କାର୍ଡର କୌଣସି ତଥ୍ୟ ରହିଥାଏ, ତେବେ ତୁରନ୍ତ ନିଜର ବ୍ୟାଙ୍କ ଏବଂ କ୍ରେଡିଟ୍‌ କାର୍ଡ କମ୍ପାନୀଙ୍କୁ ଜଣାନ୍ତୁ ।

ସୋସିଆଲ ମିଡିଆ ଆକାଉଣ୍ଟସ୍‌ କୁ ସୁରକ୍ଷିତ କରନ୍ତୁ : ନିଜ ସୋସିଆଲ ମିଡିଆ ଆକାଉଣ୍ଟସ୍‌କୁ ସୁରକ୍ଷିତ ରଖିବା ପାଇଁ ସେଗୁଡ଼ିକର ପାସଓ୍ଵାର୍ଡ ଚେଞ୍ଜ୍‌ କରନ୍ତୁ ।

ହଜିଯାଇଥିବା ଫୋନକୁ ପୁନଃ ଫେରିପାଇବା କଷ୍ଟକର ହୋଇପଡ଼େ। କିନ୍ତୁ ଏହି ପଦ୍ଧତିଗୁଡ଼ିକ ଦ୍ୱାରା ଆପଣ ହଜିଯାଇଥିବା ଫୋନକୁ ଖୋଜିବା ସହ କୌଣସି ସଂକଟଠୁ ମଧ୍ୟ ନିଜକୁ ସୁରକ୍ଷିତ ରଖି ପାରିବେ ।

You might also like