ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ସିକ୍ୟୁରିଟୀକୁ ନେଇ ସବୁବେଳେ ଭୟ ରହିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଆଣ୍ଡ୍ରଏଡ୍ ଫୋନର ପାର୍ଟନ ଲକ୍କୁ ସହଜରେ ଖୋଲା ଯାଇହେବ। ଅନେକ ଥର ଏମିତି ମଧ୍ୟ ହୋଇଥାଏ ଆମେ ଫୋନର ପାର୍ଟନ ଲକ୍ ଭୁଲିଯାଇଥାନ୍ତି। ଏମିତି ପରିସ୍ଥିତରେ ଆମେ ଚିନ୍ତିତ ହୋଇଯାଇଥାନ୍ତି କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଆଜି ଆମେ ଆପଣଙ୍କୁ ଫୋନର ପାର୍ଟନ ଲକ୍ ଖୋଲିବାର ୪ଟି ଉପାୟ।
ଆଣ୍ଡ୍ରଏଡ୍ ଡିଭାଇସ ମ୍ୟାନେଜର ସାହାଯ୍ୟରେ
ଆଣ୍ଡ୍ରଏଡ୍ ଡିଭାଇସ ମ୍ୟାନେଜର ସର୍ଭିସ ଆପଣଙ୍କୁ ଗୁଗଲ୍ ଆକାଉଣ୍ଟରେ ଲିଙ୍କ ହୋଇଥାଏ। ଯଦି ଆପଣ ଫୋନର ଲକ୍ ଭୁଲି ଯାଇଛନ୍ତି ତେବେ କୌଣସି ଅନ୍ୟ ଡିଭାଇସରେ ଗୁଗଲ୍ ଆକାଉଣ୍ଟ ଲଗଇନ୍ କରନ୍ତୁ ଏବଂ ଆଣ୍ଡ୍ରଏଡ୍ ଡିଭାଇସ ମ୍ୟାନେଜର ସର୍ଚ୍ଚ କରି ଫୋନକୁ ଅନଲକ୍ କରନ୍ତୁ। ଅବଶ୍ୟ ଏଥିପାଇଁ ଆପଣଙ୍କୁ ଫୋନରେ ଇଣ୍ଟାନେଟ କନେକସନ ହେବା ଆବଶ୍ୟକ।
ଫାଇଣ୍ଡ ମାଇଁ ମୋବାଇଲ
ଏହା ଗୁଗଲ୍ ଡିଭାଇସ ମ୍ୟାନେଜର ଭଳି ସାମସଙ୍ଗର ଡିଭାଇସ ଅଟେ। ଯଦି ଆପଣଙ୍କ ପାଖରେ ସାମସଙ୍ଗ ଫୋନ ଅଛି ତେବେ //findmymobile.samsung.com/login.doକୁ ଯାଆନ୍ତୁ ଏବଂ ସାମସଙ୍ଗ ଆକାଉଣ୍ଟ ଦ୍ୱାରା ଲଗଇନ୍ କରନ୍ତୁ। ଏହାପରେ Lock my screen ଉପରେ କ୍ଲିକ କରି ଫୋନୁ ଅନଲକ୍ କରନ୍ତୁ। କିନ୍ତୁ ଯଦି କେବେ ଆପଣ ସାମସଙ୍ଗ ଆକାଉଣ୍ଟ ବନାଇ ନାହାନ୍ତି ତେବେ ଏହି ସର୍ଭିସ କାମ କରିବନାହିଁ।
ଫରଗେଟ୍ ପାଟର୍ଣ୍ଣ ଫିଚର
ତ୍ରୁତୀୟ ଉପାୟ ହେଉଛି ଫରଗେଟ ପାଟର୍ଣ୍ଣ। ୫ ଥର ଭୁଲ ପାସଓ୍ଵାର୍ଡ ଦେବା ଦ୍ୱାରା ଆପଣଙ୍କୁ Try again in 30 secondsର ମେସେଜ୍ ଦେଖାଯିବ। ଏହି ମେସେଜ୍ ଦେଖିବା ମାତ୍ରକେ ଫୋନର ତଳ ବଟନ ଅର୍ଥାତ୍ ହୋମ ବଟନ ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କୁ ର ଅପସନ ଦେଖାଯିବ। ଏହାପରେ ଗୁଗଲ ଆକାଉଣ୍ଟ ଡିଟେଲ ଦିଅନ୍ତୁ। ଏବେ ଆପଣଙ୍କୁ ଏକ ଇମେଲ ମିଳିବ ଯାହାକୁ ଲଗଇନ କରି ଆପଣ ଫୋନର ନୂଆ ପାଟର୍ଣ୍ଣ ସେଟ୍ କରିପାରିବେ।
ଫ୍ୟାକଟ୍ରୀ ରିସେଟ୍
ଚତୁର୍ଥ ଉପାୟ ହେଉଛି ଫ୍ୟାକଟ୍ରୀ ରିସେଟ। କିନ୍ତୁ ଏଥିରେ ଆପଣଙ୍କ ଫୋନ ମେମୋରୀର ପୂରା ଡାଟା ଡିଲିଟ୍ ହୋଇଯିବ। ସର୍ବପ୍ରଥମେ ଫୋନକୁ ଅଫ୍ କରନ୍ତୁ। ଏବେ ଭଲ୍ୟୁମ୍ ଆପ୍, ହୋମ ବଟନ ଏବଂ ଅନ ବଟନକୁ ଏକା ସାଥିରେ ଦବାନ୍ତୁ। କିଛି ସମୟ ମଧ୍ୟରେ ଆପଣଙ୍କୁ ଫଟୋରେ ଦେଖୁଥିବା ଏହି ଅପସନ ମିଳିବ। ଏଥିରେ Wipe data/factory reset>Reboot system now ଉପରେ କ୍ଲିକ କରି ଫୋନର ରିସେଟ୍ କରିପାରିବେ।