ବିନା ଇଣ୍ଟରନେଟରେ ବି ୟୁଜ୍‌ କରିପାରିବେ ଗୁଗଲ ମ୍ୟାପ୍ସ, ଜାଣନ୍ତୁ ଅଫଲାଇନ GPS ଚଲାଇବାର ତରିକା

ଆଜିକା ଡେଟରେ ଅଧିକାଂଶ ଲୋକ ବହୁତ ସଂଖ୍ୟାରେ ଗୁଗଲ ମ୍ୟାପର ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନରେ ଥିବା ଜିପିଏସ୍‌ ସର୍ଭିସ ସାହାଯ୍ୟରେ ନା କେବଳ ଆପଣ ଅନ୍ୟ ମାନଙ୍କର ଲୋକେସନ ସହିତ ନିଜର ଲୋକେସନକୁ ସେୟାର କରିପାରିବେ। ବରଂ ବିନା କୌଣସି ସମସ୍ୟାରେ ମାର୍କ କରାଯାଇଥିବା ଲୋକେସନରେ ମଧ୍ୟ ପହଁଚିପାରିବେ। ଯଦି ଆପଣ କୌଣସି ନୂଆ ଯାଗାରେ ଅଛନ୍ତି ତାହେଲେ ଏହି କ୍ଷେତ୍ରରେ ଆପଣଙ୍କୁ ଗୁଗଲ ମ୍ୟାପ୍ସ ବହୁତ ମାତ୍ରାରେ ସାହାଯ୍ୟ କରିପାରିବ।

ତେବେ ସବୁବେଳେ ଯେ ଗୁଗଲ ମ୍ୟାପ୍ସ କିମ୍ବା ନେଭିଗେସନ ସର୍ଭିସ ଆପଣଙ୍କ ସାହାଯ୍ୟ କରିବ ତାହା ନୁହେଁ। ଖାସ୍‌ କରି ଏମିତି ସ୍ଥିତିରେ ଯେତେବେଳେ ଆପଣଙ୍କ ସ୍ମାର୍ଟଫୋନରେ ଇଣ୍ଟରନେଟ ଆକସେସ୍‌ ନଥିବ କିମ୍ବା ସେଲୁଲାର ନେଟଓ୍ଵାର୍କ ଆସୁନଥିବ। ତେବେ ଆପଣ ଏମିତି ସମୟରେ କଣ କରିବେ? ନିଶ୍ଚୟ ଭାବୁଥିବେ ନେଟଓ୍ଵାର୍କ ନାହିଁ କିପରି ଗୁଗଲ ମ୍ୟାପ୍ସରେ ଲୋକେସନ୍‌ ସର୍ଚ୍ଚ କରିବେ? ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏମିତି ପରିସ୍ଥିତିରେ ବି ଆପଣ ଅଫଲାଇନ GPS ବ୍ୟବହାର କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସକୁ ଫଲୋ କରିବାକୁ ହେବ। ନିଜ ଆଣ୍ଡ୍ରଏଡ୍‌ ଡିଭାଇସ୍‌ କିମ୍ବା ଆଇଫୋନରେ ଅଫଲାଇନ ଜିପିଏସ ଚଲାଇବା ଏବଂ ମ୍ୟାପ ଆକସେସ୍‌ କରିବା ପାଇଁ ଆପଣଙ୍କୁ ପ୍ରଥମେ ଲୋକେସନ୍‌ ସେଭ୍‌ କରିବାକୁ ହେବ।

SMARTPHONବେଳେବେଳେ ଆମ ସହିତ ଏମିତି ହୋଇଥାଏ ଯେ ଯେତେବେଳେ ଆମେ କୌଣସି ଲଙ୍ଗ୍‌ ଟ୍ରିପକୁ ଯାଇଛନ୍ତି ଆଉ ସବୁ ପ୍ରସ୍ତୁତି ମଧ୍ୟ ସରିଛି କିନ୍ତୁ ଠିକ ସେତିକିବେଳେ ଫୋନରେ ଇଣ୍ଟରନେଟ ଆକସେସ୍‌ ନାହିଁ। ସେତେବେଳେ ଆପଣଙ୍କ କାମରେ ଆସିପାରେ ‘ଗୁଗଲ ମ୍ୟାପ୍ସ’। ଗୁଗଲ ମ୍ୟାପ୍ସର ଅଫଲାଇନ ମ୍ୟାପ୍ସ ଅପସନ୍‌ ସାହାଯ୍ୟରେ ଆପଣ ବିନା ଇଣ୍ଟରନେଟ କିମ୍ବା ସେଲ୍ୟୁଲାର ନେଟଓ୍ଵାର୍କରେ ମଧ୍ୟ GPS ଅଫଲାଇନକୁ ବ୍ୟବହାର କରିପାରିବେ। ଆପଣ ଏହା ସାହାଯ୍ୟରେ କୌଣସି ବି ଲୋକେସନକୁ ନିଜ ସ୍ମାର୍ଟଫୋନରେ ପୂର୍ବରୁ ହିଁ ଡାଉନଲୋଡ ଏବଂ ସେଭ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ସକୁ ଫଲୋ କରିବାକୁ ହେବ।

ଆସନ୍ତୁ ଜାଣିବା ସେହି ଟିପ୍ସ

  • ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ସ ଆପ୍‌ ଓପନ କରନ୍ତୁ।
  • ଏହାପରେ ଉପର ବାମ ପାଶ୍ୱୟରେ ଦେଖାଯାଉଥିବା ନିଜ ପ୍ରୋଫାଇଲ ଫଟୋ ଉପରେ କ୍ଲିକ କରନ୍ତୁ ଏବଂ ‘ଅଫଲାଇନ ମ୍ୟାପ୍ସ’କୁ ସିଲେକ୍ଟ କରନ୍ତୁ।
  • ଏହାପରେ ‘ସିଲେକ୍ଟ ଇୟର ଅନ୍‌ ମ୍ୟାପ’ ଉପରେ ଟ୍ୟାପ କରନ୍ତୁ।
  • ଏବେ ସେଥିରେ ସର୍ଚ୍ଚ କରିବାକୁ ଚାହୁଁଥିବା ଲୋକେସନ ଚୟନ କରନ୍ତୁ, ଯେଉଁଠିକୁ ଆପଣ ଯିବାକୁ ଚାହୁଁଛନ୍ତି।
  • ଏହାପରେ ମ୍ୟାପ ଡାଉନଲୋଡ ହୋଇଯିବ ଏବଂ ଆପଣ ଏବେ ଏହାକୁ ଅଫଲାଇନ ମଧ୍ୟ ଆକସେସ୍‌ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.