ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ବହୁୁତ ଜୋରସୋରରେ ବଢ଼ିଚାଲିଛି। ପ୍ରତ୍ୟେକଦିନ କୋଟି କୋଟି ୟୁଜର୍ସ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରୁଛନ୍ତି। ଏହାବ୍ୟତୀତ ଅନ୍ୟ ୟୁଜର୍ସଙ୍କ ପୋଷ୍ଟକୁ ଲାଇକ କରିବା ସହିତ କମେଣ୍ଟ ଜରିଆରେ ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି ଲୋକେ। ତେବେ ଏହି ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ହେଉଛି ଇନଷ୍ଟାଗ୍ରାମ୍। ଇନଷ୍ଟାଗ୍ରାମରେ ଲୋକମାନେ ନିଜ ଫଟୋ ଏବଂ ଭିଡିଓକୁ ସେୟାର କରିପାରିବେ, ଯେଉଁଥିରେ ସେ ଫିଲ୍ଟର ମଧ୍ୟ ବଦଳାଇପାରିବେ। ସେହିପରି ଅନେକ ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଗୋଟିଏ ରୁ ଅଧିକ ଇନଷ୍ଟାଗ୍ରାମ ଆକାଉଣ୍ଟ ଚଲାଉଛନ୍ତି।
ଯଦି ଆପଣ ମଧ୍ୟ ଗୋଟିଏ ରୁ ଅଧିକ ଇନଷ୍ଟାଗ୍ରାମ ଆକାଉଣ୍ଟ ୟୁଜ କରିବାକୁ ଚାହୁଁଛନ୍ତି କିନ୍ତୁ କେମିତି ଚଲାଇବେ ଜାଣିନାହାଁନ୍ତି ତାହେଲେ ବ୍ୟସ୍ତ ହୁଅନ୍ତୁନି। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଇନଷ୍ଟାଗ୍ରାମ ଆପରେ ଗୋଟିଏ ରୁ ଅଧିକ ଆକାଉଣ୍ଟ କେମିତି ଖୋଲିବେ ଏବଂ ଏକାଧିକ ଆକାଉଣ୍ଟକୁ କେମିତି ସ୍ୱିଚ୍ କରିବେ। ତାହେଲେ ଆସନ୍ତୁ ଜାଣିବା ଗୋଟିଏ ଫୋନରେ ଏକାଧିକ ଆକାଉଣ୍ଟକୁ କେମିତି ୟୁଜ କରିବେ।
ଗୋଟିଏ ଫୋନରେ ପାଞ୍ଚଟି ଆକାଉଣ୍ଟକୁ ଅପରେଟ୍ କରିବାର ଅନୁମତି ଦେଇଥାଏ ଇନଷ୍ଟାଗ୍ରାମ। ଏହାକୁ ଚଲାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ ଇନଷ୍ଟାଗ୍ରାମ ଆପକୁ ଓପନ କରନ୍ତୁ ଏବଂ ତଳେ ଡାହାଣ କୋଣରେ ଡିପି ଉପରେ କ୍ଲିକ କରି ପ୍ରୋଫାଇଲକୁ ଯାଆନ୍ତୁ।
ଏବେ ସ୍କ୍ରୀନର ଉପର ଏବଂ ଡାହାଣ କୋଣରେ ତିନି ଭର୍ଟିକାଲ ପଏଣ୍ଟସକୁ ସିଲେକ୍ଟ କରନ୍ତୁ। ତଳେ ସ୍କ୍ରୋଲ କରନ୍ତୁ ଏବଂ ଆଡ୍ ଆକାଉଣ୍ଟ ବାଛନ୍ତୁ। ଏଠାରେ ନିଜର ୟୁଜର ନେମ ଏବଂ ପାସଓ୍ଵାର୍ଡ ଏଣ୍ଟର କରନ୍ତୁ କିମ୍ବା ନିଜ ଫେସବୁକ ଆକାଉଣ୍ଟରେ ଲଗଇନ୍ କରନ୍ତୁ।
ଦ୍ୱିତୀୟ ଆକାଉଣ୍ଟ ଚଲାଇବା ପାଇଁ ନିଜର ପ୍ରୋଫାଇଲ ପେଜକୁ ଯାଆନ୍ତୁ ଏବଂ ନିଜର ନେମ ଉପରେ ଟ୍ୟାପ୍ କରନ୍ତୁ। ଯାହା ଉପର ବାମ ପାର୍ଶ୍ୱ କୋଣରେ ଦିଆଯାଇଛି।
ଏଠାରେ ଆପଣ ଯେତେ ବି ଆକାଉଣ୍ଟ ଯୋଡି ହୋଇ ରହିଥିବ ସେ ସବୁକିଛି ନଜର ଆସିବ। ଆପଣ ଯେଉଁ ଆକାଉଣ୍ଟକୁ ଅପରେଟ୍ କରିବାକୁ ଚାହୁଁଛନ୍ତି ତାକୁ ବାଛନ୍ତୁ ଏବଂ ହ୍ୟାଣ୍ଡେଲ କରନ୍ତୁ।