ଇନଷ୍ଟାଗ୍ରାମରେ ସିକ୍ରେଟଲୀ ଦେଖନ୍ତୁ କାହାର ବି ଷ୍ଟୋରୀ, ସାମ୍ନା ବାଲାଙ୍କୁ ବିଲକୁଲ ବି ଲାଗିବନି ପତ୍ତା

ଇନଷ୍ଟାଗ୍ରାମର କ୍ରେଜ୍‌ ଏବେ ବହୁତ ବେଗରେ ବଢ଼ିଚାଲିଛି। ଟିକଟକ୍‌ ବ୍ୟାନ ହେବା ପରେ ଭାରତରେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ସର୍ଟ ଭିଡିଓର କ୍ରେଜ୍‌ ଏବେ ଲୋକଙ୍କୁ ପୂରା ଦ୍ୱିଓ୍ଵାନା କରିଛି। ଖାଲି ଏତିକି ନୁହେଁ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓର ଷ୍ଟୋରୀ ମଧ୍ୟ ରଖୁଛନ୍ତି ୟୁଜର୍ସ। ଯିଏ ବି ଏହି ଷ୍ଟୋରୀକୁ ଦେଖନ୍ତି ତାର ସୂଚନା ୟୁଜରଙ୍କୁ ମିଳିଯାଏ। ୟୁଜରଙ୍କୁ ଏହା ଜଣାପଡିଯାଏ ଯେ କେଉଁ କେଉଁ ଷ୍ଟୋରୀ ଦେଖିଛନ୍ତି। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଆପଣ କାହାର ଷ୍ଟୋରୀ ଦେଖିବେ କିନ୍ତୁ ତାଙ୍କୁ ଏ ବିଷୟରେ ଜଣାପଡିବନାହିଁ ତାହେଲେ ଆପଣଙ୍କ ପାଇଁ ଏକ ଟ୍ରିକ ଆଣିଛୁ। ଯେଉଁ ଟ୍ରିକ ଦ୍ୱାରା ଆପଣ ଯାହାର ଷ୍ଟୋରୀ ଦେଖିବେ ତାଙ୍କୁ ବିଲକୁଲ ବି ଆପଣଙ୍କ ନାମ ଜଣାପଡିବନି। ତାହେଲେ ଆସନ୍ତୁ ଜାଣିବା ସେହି ଟ୍ରିକ ବିଷୟରେ।

ଇନଷ୍ଟାଗ୍ରାମରେ ଷ୍ଟୋରୀ ପ୍ରିଲୋଡ ହୋଇଥାଏ। ଯଦି ଆପଣଙ୍କୁ ସିକ୍ରେଟଲୀ କାହାର ଷ୍ଟୋରୀ ଦେଖିବାର ଅଛି ତାହେଲେ ଆପଣଙ୍କୁ ନିଜ ସ୍ମାର୍ଟଫୋନକୁ ଏରୋପ୍ଲେନ ମୋଡ କରିବାକୁ ହେବ। ଏହାପରେ ଆପଣ ଷ୍ଟୋରୀ ଦେଖିଲେ ବି ଭ୍ୟୁ ଲିଷ୍ଟରେ ଆପଣଙ୍କ ନାମ ନଜର ଆସିବନି।

ଅନେକ ଥର ଅଧିକ ଷ୍ଟୋରୀ ହୋଇଯିବା କାରଣରୁ ପ୍ରୀଲୋଡ ହୋଇପାରେନାହିଁ। ଏହାର ବି ଗୋଟେ ତରିକା ରହିଛି। ଯଦି ଆପଣଙ୍କୁ କୌଣସି ଖାସ୍‌ ବ୍ୟକ୍ତିଙ୍କ ଷ୍ଟୋରୀ ଦେଖିବାର ଅଛି ତାହେଲେ ସର୍ବପ୍ରଥମେ ତାଙ୍କ ଆକାଉଣ୍ଟକୁ ଯାଆନ୍ତୁ ଏବଂ ଅପେକ୍ଷା କରନ୍ତୁ। ଏହାପରେ ଫୋନକୁ ପୁଣିଥରେ ଏରୋପ୍ଲେନ ମୋଡ୍‌ କରିଦିଅନ୍ତୁ। ଏହାପରେ ଆପଣ ଷ୍ଟୋରୀ ଓପନ କରିବେ ତ ଷ୍ଟୋରୀ ଦେଖାଯିବ ଏବଂ ଭ୍ୟୁ ଲିଷ୍ଟରେ ନାମ ଦେଖାଯିବନାହିଁ।

ଏସବୁ ବ୍ୟତୀତ ଆପ୍‌ ଷ୍ଟୋରରେ ଅନେକ ଥାର୍ଡ ପାର୍ଟି ଆପ୍ସ ରହିଛି, ଯାହାଦ୍ୱାରା ଷ୍ଟୋରୀକୁ ଗୋପନରେ ଦେଖିପାରିବେ। କିନ୍ତୁ ଏହି ଆପ୍ସକୁ ଇନଷ୍ଟଲ କରିବେ ତ ଭଲ ହେବ। କାହିଁକିନା ଏହି ଆପ୍ସ ଭେରିଫାଏଡ ହୋଇନଥାଏ ଏବଂ ଡାଟା ଚୋରୀ ହେବାର ଡର ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.