କାର୍ଡ ନଥାଉ ପାଖରେ ମୋବାଇଲ ଅଛି ତ ଟେନସନ୍‌ ନାହିଁ, ଗୁଗଲ ପେ-ଫୋନପେ ଜରିଆରେ ATMରୁ ଉଠାନ୍ତୁ ଟଙ୍କା

ବିନା ଏଟିଏମ କାର୍ଡରେ ଉଠାନ୍ତୁ ଟଙ୍କା। ପାଖରେ କାର୍ଡ ନଥିଲେ ବି ଟେନସନ୍‌ ନେବାର ନାହିଁ। କେବଳ ୟୁପିଆଇ ଆପ୍‌ ଅଛି ତ ଦିଲଖୁସ୍‌ କରି ଉଠାନ୍ତୁ ଟଙ୍କା। ହଁ ଆଜ୍ଞା ଏବେ ଆପଣ ୟୁପିଆଇ ଜରିଆରେ ଏଟିଏମରୁ ଉଠାଇପାରିବେ ଟଙ୍କା। ଏବେ ପର୍ଯ୍ୟନ୍ତ ଆପଣ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଡେବିଟ୍‌ କାର୍ଡ କିମ୍ବା ଓଟିପି ବେସଡ ଅପ୍ସନର ବ୍ୟବହାର କରୁଛନ୍ତି। କିନ୍ତୁ କଣ ଆପଣ ଜାଣନ୍ତି କି ଏବେ ଆପଣ ଫୋନପେ, ପେଟିଏମ ଏବଂ ଗୁଗପେ ଭଳି ୟୁପିଆଇ ଆପ୍‌ ସାହାଯ୍ୟରେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇପାରିବେ। କିଛି ଦିନ ପୂର୍ବରୁ ଏହି ଫିଚରର ଘୋଷଣା କରାଯାଇଥିଲା ଏହାକୁ ନେଇ ଏବେ ଏନସିଆର କର୍ପୋରେସନ୍‌ ସମସ୍ତ ଏଟିଏମକୁ ଅପଗ୍ରେଡ ମଧ୍ୟ କରୁଛି। ମେସିନ୍‌ ଅପଗ୍ରେଡ ହେବା ପରେ ୟୁପିଆଇ ଆପ୍‌ ଜରିଆରେ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଫିଚରକୁ ଆପଣ କେମିତି ୟୁଜ୍‌ କରିବେ।

ଏହି ଫିଚରର ବ୍ୟବହାର କରିବା ପୂର୍ବରୁ ଆପଣ କିଛି କଥା ଉପରେ ନିହାତି ଧ୍ୟାନ ଦେବା ଉଚିତ। ଯେହେତୁ ଏହି ଫିଚର ବିନା ଡେବିଟ ଏବଂ କ୍ରେଡିଟ କାର୍ଡରେ କ୍ୟାସ୍‌ ବାହାର କରିବା ସୁବିଧା ଦେଉଛି, ତାହେଲେ ଏହା ବି ଜରୁରୀ ଯେ ଏଟିଏମ୍‌ ମେସିନରେ ମଧ୍ୟ ଏହି ଫିଚର ଏନାବଲଡ୍‌ ହୋଇଥିବା ଆବଶ୍ୟକ। ଆପଣଙ୍କ ନମ୍ବର ବ୍ୟାଙ୍କରେ ରେଜିଷ୍ଟର୍ଡ ହୋଇଥିବା ଆବଶ୍ୟକ ଏବଂ ଆପଣଙ୍କ ଫୋନରେ କୌଣସି ନା କୌଣସି ୟୁପିଆଇ ଆପ୍‌ ରହିଥିବା ଆବଶ୍ୟକ।

ତେବେ ଆସନ୍ତୁ ଜାଣିବା ସେହି ପ୍ରୋସେସ ବିଷୟରେ ଯାହା ସାହାଯ୍ୟରେ ଆପଣ ବିନା କାର୍ଡରେ ବି କେବଳ ୟୁପିଆଇ ଆପ୍‌ ସାହାଯ୍ୟରେ ଟଙ୍କା ଉଠାଇପାରିବେ।

  • ସର୍ବପ୍ରଥମେ ଆପଣ ନିଜ ସ୍ମାର୍ଟଫୋନରେ ଗୁଗଲପେ, ଫୋନପେ, ପେଟିଏମ ଏବଂ ଆମାଜନ ପେ ମଧ୍ୟରୁ କୌଣସି ଗୋଟିଏ ୟୁପିଆଇ ଆପ ଡାଉନଲୋଡ କରନ୍ତୁ।
  • ଏହି ଫିଚରର ବ୍ୟବହାର କରିବା ସମୟରେ ଫୋନରେ ଇଣ୍ଟରନେଟ କନେକସନ୍‌ ଚାଲୁ ରହିଥିବା ଆବଶ୍ୟକ।
  • ଏବେ ଆପଣଙ୍କୁ ଏଟିଏମ ମେସିନକୁ ଯାଇ ଓ୍ଵିଡ୍ରୋ କ୍ୟାସ୍‌ ଉପରେ କ୍ଲିକ କରିବାକୁ ହେବ। ଏବେ ଆପଣଙ୍କ ସାମ୍ନାରେ ୟୁପିଆଇର ଅପ୍ସନ ଦେଖାଯିବ। ଏହା ଉପରେ କ୍ଲିକ କରିବା ମାତ୍ରକେ ଆପଣଙ୍କ ସାମ୍ନାରେ କ୍ୟୁଆର କୋଡ ଦେଖାଯିବ।
  • ଏବେ ଆପଣ ନିଜ ଫୋନରେ କୌଣସି ବି ଏକ ୟୁପିଆଇ ଆପ୍‌ ଓପନ କରି କ୍ୟୁଆର କୋଡକୁ ସ୍କାନ କରିନିଅନ୍ତୁ।
  • ଏହାପରେ ଏଟିଏମ ମେସିନରେ ସେହି ଆମାଉଣ୍ଟ ଟାଇପ୍‌ କରନ୍ତୁ ଯେତିକି ଟଙ୍କା ଆପଣ ଉଠାଇବାକୁ ଚାହୁଁଛନ୍ତି।
  • ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏହି ଫିଚର ସାହାଯ୍ୟରେ ଆପଣ ୫ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନାହିଁ।
  • ଆମାଉଣ୍ଟ ଏଣ୍ଟର କରିବା ପରେ ପ୍ରୋସିଡ୍‌ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କୁ ପିନ୍‌ ଏଣ୍ଟର କରିବାକୁ କୁହାଯିବ, ଏଠାରେ ଆପଣ ୟୁପିଆଇ ପିନ୍‌ ଏଣ୍ଟର କରନ୍ତୁ।
  • ଏହାପରେ ଏଟିଏମରୁ କ୍ୟାସ୍‌ ବାହାରିଆସିବ।
Leave A Reply

Your email address will not be published.