ଡିସକାଉଣ୍ଟରେ କିଣନ୍ତୁ Realme Narzo N53, ମିଳିବ ଆଇଫୋନ୍‌ ୧୪ ପ୍ରୋ ଭଳି ଫିଚର

ସ୍ମାର୍ଟଫୋନ ବ୍ରାଣ୍ଡ୍ ରିଅଲମି ଏଇ ମାସରେ ତାର Narzo ସିରିଜରେ କମ ମୂଲ୍ୟର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଗତ ସପ୍ତାହରେ ରିଅଲମି Narzo ଏନ୍ ୫୩ ଭାରତୀୟ ବଜାରରେ ଡେବ୍ୟୁ କରିଛି। ଏହି ସ୍ମାର୍ଟଫୋନ୍ ଏଣ୍ଟ୍ରି-ଲେଭଲ୍ ସେଗମେଣ୍ଟ ଅଧୀନରେ ଆସୁଥିବାରୁ ଏଥିରେ କିଛି ବିଶେଷ ଫିଚର୍ସ ଦିଆଯାଇଛି।

ସ୍ମାର୍ଟଫୋନ ବ୍ରାଣ୍ଡ୍ ରିଅଲମି ଏଇ ମାସରେ ତାର Narzo ସିରିଜରେ କମ ମୂଲ୍ୟର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଗତ ସପ୍ତାହରେ ରିଅଲମି Narzo ଏନ୍ ୫୩ ଭାରତୀୟ ବଜାରରେ ଡେବ୍ୟୁ କରିଛି। ଏହି ସ୍ମାର୍ଟଫୋନ୍ ଏଣ୍ଟ୍ରି-ଲେଭଲ୍ ସେଗମେଣ୍ଟ ଅଧୀନରେ ଆସୁଥିବାରୁ ଏଥିରେ କିଛି ବିଶେଷ ଫିଚର୍ସ ଦିଆଯାଇଛି। Realme Narzo N53 ଉଭୟ ଅନଲାଇନ୍ ଓ ଅଫଲାଇନ୍ ବିକ୍ରୟ ପାଇଁ ଉପଲବ୍ଧ ହୋଇଛି। ଆମାଜନ, ରିଅଲ୍ ୱେବସାଇଟ୍ ଏବଂ ପ୍ରାଧିକୃତ ଖୁଚୁରା ଷ୍ଟୋର୍ ମାଧ୍ୟମରେ କିଣା ଯାଇପାରିବ।

ରିଅଲମି  Narzo N53 ୪ଜିବି ରାମ୍ + ୬୪ ଜିବି ଷ୍ଟୋରେଜର ମୂଲ୍ୟ ୮,୯୯୯ରୁ ଆରମ୍ଭ ହୋଇଥିବା ବେଳେ ୬ଜିବି ରାମ୍ + ୧୨୮ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ଅଫର ବିଷୟରେ କହିବାକୁ ଗଲେ, ୪ଜିବି / ୬୪ ଜିବି ଏବଂ ୬ଜିବି / ୧୨୮ଜିବି ଷ୍ଟୋରେଜ ପ୍ରକାରଗୁଡିକରେ ଯଥାକ୍ରମେ ୫୦୦ ଏବଂ ୧୦୦୦ ଟଙ୍କା ରିହାତି ମିଳୁଛି। ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଏବଂ ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି ରିହାତି ମିଳିପାରିବ।

ରିଅଲମି ନରଜୋ ଏନ୍-୫୩ରେ ୬.୭୪ ଇଞ୍ଚର ଡିସପ୍ଲେ ଦେଉଛି। ୯୦ଏଚଜେଡ୍ ରିଫ୍ରେସ୍ ରେଟ୍ ସହ ଆସୁଛି। ସ୍ମାର୍ଟଫୋନ୍ ଅକ୍ଟା-କୋର ୟୁନିସୋକ ଟି-୬୧୨ ପ୍ରୋସେସର ସହ ଆସିଛି। ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ କ୍ଷମତା ରହିଛି । ଏହା ସହିତ, ଏହି ଷ୍ଟୋରେଜ୍ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୨ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

ଆଇଫୋନ୍ ୧୪ ପ୍ରୋ ମଡେଲରେ ଡାଏନାମିକ୍ ଆଇଲାଣ୍ଡ୍ ଭଳି ଏଥିରେ ମିନି କ୍ୟାପସୁଲ ଫିଚର ରହିଛି । ମିନି କ୍ୟାପସୁଲ୍ ଫିଚର୍ ଫୋନ୍ ଚାର୍ଜ ସ୍ଥିତି, କମ୍ ବ୍ୟାଟେରି ଆଲର୍ଟ ଏବଂ ଡାଟା ବ୍ୟବହାର ପରି ସୂଚନା ଦେଖାଏ। ଏହି ସ୍ମାର୍ଟଫୋନ ଦୁଇଟି ରଙ୍ଗର ଉପଲବ୍ଧ ଅଛି ଗୋଲ୍ଡ ଏବଂ ବ୍ଲାକ୍ । ଏହି ସ୍ମାର୍ଟଫୋନରେ ଡୁଆଲ୍ ରିୟର କ୍ୟାମେରା ଉପଲବ୍ଧ ରହିଛି, ଯେଉଁଥିରେ 50MP ମେନ୍ ସେନ୍ସର ଏବଂ ଅନ୍ୟ ସବୁ ସେକେଣ୍ଡାରି ସେନ୍ସର ରହିଛି। ଫ୍ରଣ୍ଟରେ ସେଲଫି ଏବଂ ଭିଡିଓ କଲ୍ ପାଇଁ 8MP କ୍ୟାମେରା ଅଛି। ସ୍ମାର୍ଟଫୋନରେ ୩୩ଓ୍ଵାଟ୍ ଚାର୍ଜିଂ ସପୋର୍ଟ ସହିତ ୫୦୦୦ଏମଏଚ୍ ବ୍ୟାଟେରୀ ଅଛି, ଯାହା ୩୦ ମିନିଟରେ ସ୍ମାର୍ଟଫୋନକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିପାରିବ ବୋଲି କମ୍ପାନୀ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.