ଚୋରି କିମ୍ବା ହଜି ଯାଇଛି କି ଫୋନ୍‌, ତେବେ ଏମିତି ବ୍ଲକ କରନ୍ତୁ Paytm, Google Pay ଏବଂ PhonePe

ଯଦି ଆପଣ ପେମେଣ୍ଟ କରିବା ପାଇଁ କ୍ୟାସ ବଦଳରେ ୟୁପିଆଇର ବ୍ୟବହାର କରୁଛନ୍ତି, ତାହେଲେ ଏହି ଖବର ଆପଣ ଜାଣିବା ବହୁତ ଜରୁରୀ। ଆମ ଫୋନରେ ପର୍ସନାଲ ଠାରୁ ନେଇ ବ୍ୟାକିଙ୍ଗ ଡିଟେଲ୍ସ ପର୍ଯ୍ୟନ୍ତ ସବୁକିଛି ସେଭ୍‌ ହୋଇ ରହିଥାଏ। ଏମିତିରେ ଯଦି ଭୁଲରେ ବି ଫୋନ କେଉଁଠି ହଜିଯାଏ କିମ୍ବା ଚୋରି ହୋଇଯାଏ, ତାହେଲେ ଆପଣଙ୍କୁ ବଡ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା ୟୁପିଆଇର ସପୋର୍ଟ କରୁଥିବା ଆପ୍ସ, ୟୁଜରଙ୍କ ସିଧା ନିଜର ବ୍ୟାଙ୍କ ଆକାଉଣ୍ଟରୁ ଡିଜିଟାଲ ପେମେଣ୍ଟ କରିବାର ସୁବିଧା ଦେଇଥାଏ। ଯଦି ଆପଣ କିଛି ପ୍ରାଇଭେସୀ ସେଟିଙ୍ଗ୍‌ ଅନ୍‌ କରିନାହାଁନ୍ତି ତାହେଲେ ଆପଣଙ୍କ ଫୋନ୍‌ ହଜି ଗଲେ କିମ୍ବା ଫୋନ ଆଉ କାହା ହାତରେ ପଡିଗଲେ, ଏହା ବି ସମ୍ଭାବନା ରହିଥାଏ ଯେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବନି ତ।

ଯେତେ ପର୍ଯ୍ୟନ୍ତ ଆପଣଙ୍କୁ ନିଜ ଫୋନ୍‌ ପୁନର୍ବାର ନ ମିଳିଛି, ସେତେ ପର୍ଯ୍ୟନ୍ତ ଅନ୍ୟ କାହାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଁଚିବାକୁ ଦିଅନ୍ତୁନାହିଁ। ଏହି ଆପ୍ସକୁ ଅସ୍ଥାୟୀ କିମ୍ବା ସ୍ଥାୟୀ ରୂପରେ ବ୍ଲକ କରିପାରିବେ ଆପଣ। ଯଦି ଆପଣ ନିଜ ଫୋନ୍‌ ହଜାଇ ଦେଇଛନ୍ତି, ତାହେଲେ ଫୋନ ପେ, ଗୁଗଲ ପେ ଏବଂ ପେଟିଏମକୁ ତୁରନ୍ତ ବ୍ଲକ କରିଦିଅନ୍ତୁ। ଜାଣନ୍ତୁ ଆପ୍ସକୁ ବ୍ଲକ କରିବା ପାଇଁ ଷ୍ଟେପ-ବାଏ-ଷ୍ଟେପ ପ୍ରୋସେସ୍‌। ଆପଣ ଜାଣନ୍ତୁ ଆଉ ଅନ୍ୟକୁ ଜଣାନ୍ତୁ।

ପେଟିଏମ୍‌ ୟୁଜର୍ସ ଫଲୋ କରନ୍ତୁ ଏହି ଷ୍ଟେପ୍ସ

  • ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ୍‌ ହେଲ୍ପଲାଇନରେ ୦୧୨୦୪୪୫୬୪୫୬ ଉପରେ କଲ୍‌ କରନ୍ତୁ।
  • “lost phone” ଅପ୍ସନ ବାଛନ୍ତୁ।
  • “Enter a different number” ଚୟନ କରନ୍ତୁ ଏବଂ ନିଜ ହଜି ଯାଇଥିବା ଫୋନ ନମ୍ବର ଟାଇପ କରନ୍ତୁ।
  • ସବୁ ଡିଭାଇସରେ ଲଗ୍‌ ଆଉଟ କରିବା ପାଇଁ ଚୟନ କରନ୍ତୁ।
  • ପେଟିଏମ୍‌ େଓ୍ଵବସାଇଟକୁ ଯାଆନ୍ତୁ ଏବଂ 24×7 ହେଲ୍ପ ବାଛନ୍ତୁ।
  • ‘Report a Fraud’କୁ ବାଛନ୍ତୁ ଏବଂ କୌଣସି ବି କ୍ୟାଟୋଗରୀକୁ ଚୟନ କରନ୍ତୁ।
  • କୌଣସି ସମସ୍ୟାକୁ ଚୟନ କରିବା ପରେ ପେଜ ତଳେ ଉପଲବ୍ଧ ‘Message Us’ ବଟନ ଉପରେ କ୍ଲିକ କରନ୍ତୁ।
  • ଆପଣଙ୍କୁ ଆକାଉଣ୍ଟ ଅନରସିପର ଏକ ପ୍ରମାଣ ଦେବାକୁ ହେବ, ଯାହା ପେଟିଏମ୍‌ ଆକାଉଣ୍ଟ ଟ୍ରାନଜାକସନ ସହିତ ଡେବିଟ/କ୍ରେଡିଟ କାର୍ଡ ଡିଟେଲ, ପେଟିଏମ ଆକାଉଣ୍ଟ ଟ୍ରାନଜାକସନ୍‌
  • ପାଇଁ ଏକ କମର୍ସିଆଲ ଇମେଲ କିମ୍ବା ଏସଏମଏସ, ଫୋନ୍‌ ନମ୍ବର ପାଇଁ ଅନରସିପ ଡକ୍ୟୁମେଣ୍ଟେସନ୍‌ କିମ୍ବର ହଜିଯାଇଥିବା, ଚୋରି ହୋଇଯାଇଥିବା ଫୋନର ଏଫଆଇଆର
  • ଡକ୍ୟୁମେଣ୍ଟ ହୋଇପାରେ।
  • ଆପଣଙ୍କୁ ଏକ କନଫର୍ମେସନ ମେସେଜ ମିଳିବ। ଏହାପରେ ପେଟିଏମ ଆପଣଙ୍କ ଆକାଉଣ୍ଟକୁ ଅସ୍ଥାୟୀ ରୂପରେ ବ୍ଲକ କରିଦେବ।

ଗୁଗଲ ପେ ୟୁଜର୍ସ ଫଲୋ କରନ୍ତୁ ଏହି ଷ୍ଟେପ୍ସ

  • ଗୁଗଲ ପେ ୟୁଜର୍ସ କଷ୍ଟମର ସର୍ଭିସ ପର୍ଯ୍ୟନ୍ତ ପହଁଚିବା ପାଇଁ ୧୮୦୦୪୧୯୦୧୫୭ ଡାଏଲ କରିପାରିବେ।
  • ଜଣେ ଗ୍ରାହକ ସେବା ପ୍ରତିନିଧି ଆପଣଙ୍କ ଗୁଗଲ ପେ ଖାତାକୁ ବ୍ଲକ କରିବାରେ ଆପଣଙ୍କୁ ସାହାଯ୍ୟ କରିବେ।
  • ଯଦି ଆପଣ ଏକ ଆଣ୍ଡ୍ରଏଡ ଡିଭାଇସର ଉପଯୋଗ କରୁଛନ୍ତି, ତାହେଲେ ଆପଣ କାହାର ବି ଗୁଗଲ ପେ ଆପ୍‌ ଏବଂ ନିଜ ଗୁଗଲ ଆକାଉଣ୍ଟକୁ ଫୋନରୁ ଆକସେସ କରିବା ଠାରୁ
  • ରୋକିବା ପାଇଁ ନିଜ ଡାଟାକୁ ରିମୋଟଲୀ ଡିଲିଟ କରିପାରିବେ।
  • ସେହିପରି ଆଇଓଏସ ୟୁଜର୍ସ ମଧ୍ୟ ରିମୋଟଲୀ ନିଜ ଡାଟାକୁ ଡିଲିଟ କରିପାରିବେ।

ଫୋନପେ ୟୁଜର୍ସ ଏହି ଷ୍ଟେପ୍ସକୁ ଫଲୋ କରନ୍ତୁ

  • ଫୋନପେ ୟୁଜର ୦୮୦୬୮୭୨୭୩୭୪ କିମ୍ବା ୦୨୨୬୮୭୨୭୩୭୪ ଡାଏଲ କରିପାରିବେ।
  • ନିଜ ଫୋନପେ ଆକାଉଣ୍ଟରେ କୌଣସି ସମସ୍ୟାକୁ ନେଇ ରିପୋର୍ଟ କରିବା ପାଇଁ କୁହାଯିବା ପରେ ଆବଶ୍ୟକ ନମ୍ବର ଏଣ୍ଟର କରନ୍ତୁ।
  • ଏବେ ଆପଣଙ୍କ ନମ୍ବରକୁ ଏକ ଓଟିପି ପଠାଯିବ।
  • “I have not received an OTP” ଅପ୍ସନକୁ ଚୟନ କରନ୍ତୁ।
  • ସିମ୍‌ କିମ୍ବା ଡିଭାଇସ ହଜିଯିବାର ରିପୋର୍ଟ କରିବାର ଅପ୍ସନକୁ ଚୟନ କରନ୍ତୁ।
  • ଥରେ ଯଦି କୌଣସି ପ୍ରତିନିଧିଙ୍କ ପାଖରେ ଆପଣଙ୍କ ଫୋନ୍‌ ନମ୍ବର, ଇମେଲ ଆଡ୍ରେସ, ଲାଷ୍ଟ ପେମେଣ୍ଟ ଇନଫରମେସନ କିମ୍ବା ଟ୍ରାନଜାକସନ ଭ୍ୟାଲୁ ଆଦି ରହିଥିବ ତାହେଲେ ସେ
  • ଆପଣଙ୍କ ଫୋନ ପେ ଆକାଉଣ୍ଟକୁ ବ୍ଲକ କରିବାରେ ଆପଣଙ୍କୁ ସାହାଯ୍ୟ କରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.