ଟେକ୍

ନା ରବିବାର ନା ଶନିବାର ହାପ୍‌ ଡେ, ଏବେ ସବୁ ସମୟରେ ଘରେ ପାଆନ୍ତୁ ବ୍ୟାଙ୍କର ସେବା

ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଦ୍ୱାରା ବଡ ସୂଚନା ଦିଆଯାଇଛି। କୋଟି କୋଟି ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ବ୍ୟାଙ୍କ କିଛି ନମ୍ବର ଜାରି କରିଛି ଯେଉଁଥିରେ ଆପଣ ବହୁତ ବଡ ଲାଭ ପାଇବାକୁ ଯାଉଛନ୍ତି ବୋଲି କୁହାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ ଅନ୍ଲାଇନ୍) ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି। ବ୍ୟାଙ୍କ କହିଛି ଯେ, ସମସ୍ତ ଗ୍ରାହକ ଏହି ନମ୍ବରକୁ ଫୋନରେ ସେଭ୍ କରିବା ଉଚିତ୍।

ଷ୍ଟେଟ ବ୍ୟାଙ୍କ ଏହାର ଅଫିସିଆଲ ଟ୍ୱିଟରେ ଲେଖିଛି ଯେ, ଗ୍ରାହକଙ୍କ ପାଇଁ ସହଜ ନମ୍ବର ଜାରି କରାଯାଇଛି, ଯାହା ଅଧୀନରେ ଆପଣ ଘରେ ବସିଥିବା ବ୍ୟାଙ୍କର ସମସ୍ତ ସୁବିଧା ସୁଯୋଗ ନେଇପାରିବେ। ବ୍ୟାଙ୍କ କହିଛି ଯେ, ଆପଣ ୧୮୦୦ ୧୨୩୪ ଏବଂ ୧୮୦୦ ୨୧୦୦ ରେ କଲ କରିପାରିବେ । ଏହି ନମ୍ବରକୁ ଆପଣ କଲ କରି ବ୍ୟାଙ୍କର ଅନେକ ବିଶେଷ ସୁବିଧା ସୁଯୋଗ ବିଷୟରେ ଜାଣିପାରିବେ । ଏସବିଆଇ କହିଛି ଯେ, ବର୍ତ୍ତମାନ ଆପଣ କେବଳ ଗୋଟିଏ କଲରେ ବ୍ୟାଙ୍କିଂ ସୁବିଧା ପାଇପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖା ଯିବା ପାଇଁ ପଡିବ ନାହିଁ । ଏସବିଆଇ ଦ୍ୱାରା ନୂଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି।

କେଉଁ ସୁବିଧାଗୁଡ଼ିକର ଲାଭ ଉଠାଇପାରିବେ ଆପଣ ଆସନ୍ତୁ ଜାଣିବା

– ଆକାଉଣ୍ଟରେ ବାଲାନ୍ସ ଚେକ କରିପାରିବେ
– ଶେଷ ୫ଟି କାରବାର ବିଷୟରେ ଜାଣିପାରିବେ
– ଏଟିଏମ୍ କାର୍ଡକୁ ବ୍ଲକ କରିପାରିବେ ଏବଂ ଡିସ୍ପେଚ ଷ୍ଟେଟସ ଚେକ କରିପାରିବେ
– ବୁକ୍ ସ୍ଥିତି ଯାଞ୍ଚ କରିପାରିବେ
– TDS ବିବରଣୀ ଖୋଜିପାରିବେ
– ପୁରୁଣା କାର୍ଡକୁ ଅବରୋଧ କରିବା ପରେ ଏକ ନୂଆ ଏଟିଏମ୍ କାର୍ଡ ପାଇଁ ଅନୁରୋଧ କରିପାରିବେ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ସେବା ୨୪ ଘଣ୍ଟା ୭ ଦିନ ଉପଲବ୍ଧ । ଅର୍ଥାତ୍‌ ସବୁ ସମୟରେ ସବୁବେଳେ ଆପଣ ଏହି ସୁବିଧାର ଲାଭ ପାଇପାରିବେ। ନା ରବିବାର ନା ଶନିବାରର ହାପ୍‌ ଡେ, ଏବେ ସବୁ ସମୟରେ ବ୍ୟାଙ୍କର ସେବା ପାଆନ୍ତୁ ଘରେ। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି ନୂତନ ନମ୍ବର ଜାରି କରିଛି, ଯାହାଫଳରେ ଗ୍ରାହକମାନେ ଛୁଟିଦିନରେ ମଧ୍ୟ ବ୍ୟାଙ୍କର ସୁବିଧା ନେଇପାରିବେ।

Pritiparna

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

37 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

49 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

58 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

1 hour ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

1 hour ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

2 hours ago