ଟ୍ଵିଟରରୁ କ’ଣ ପାଇଁ କରିଦିଆଯିବ ୧୫୦ କୋଟି ଆକାଉଣ୍ଟକୁ ଡିଲିଟ୍‌, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସର୍ବ ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମର ଲଗାମ ଯେବେ ଠାରୁ ଏଲନ ମସ୍କଙ୍କ ହାତରେ ପହଞ୍ଚିଲାଣି, ସେବେ ଠାରୁ ଟ୍ଵିଟରରେ କିଛି ନା କିଛି ଘଟଣା ଘଟିଚାଲିଛି । ମସ୍କ କମ୍ପାନୀ ଗ୍ରହଣ କରିବା ଦିନଠୁ କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି । କର୍ମଚାରୀଙ୍କ ଛଟେଇ ଠାରୁ ଆରମ୍ଭ କରି ଟ୍ଵିଟର ବ୍ଲୁଟିକ୍‌ ସବକ୍ସିପସନ ଓ ଏବେ ଟ୍ଵିଟରରୁ ୧୫୦ କୋଟି ଆକାଉଣ୍ଟକୁ ଡିଲିଟ କରିବା ନେଇ ସୂଚନା ମିଳିଛି । ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ।

ଦୁନିଆରେ ଟ୍ଵିଟର ୟୁଜର୍ସଙ୍କ ସଂଖ୍ୟା

ସାରା ଦୁନିଆରେ ଏକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ୨୨କୋଟିରୁ ଅଧିକ । ଯେଉଁଠି ସବୁଠୁ ଅଧିକ ୟୁଜର୍ସ ଆମେରିକାରେ । ଯାହାର ସଂଖ୍ୟା ପ୍ରାୟ ୭.୬ କୋଟି । ଏହାଛଡ଼ା ଜାପାନରେ ୫.୮ କୋଟି ୟୁଜର୍ସ, ଭାରତରେ ୨.୩ କୋଟି ୟୁଜର୍ସ, ବ୍ରାଜଲରେ ୧.୯ କୋଟି ୟୁଜର୍ସ ଓ ଇଣ୍ଡୋନେସିଆରେ ୧.୮ କୋଟି ୟୁଜର୍ସ ଥିବା ଜଣାଯାଇଛି ।

ଏମିତି ଆକାଉଣ୍ଟ ହେବ ଡିଲିଟ

ମସ୍କ ଟ୍ଵିଟରରେ ଏପରି ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି,ଯାହା ଦୀର୍ଘ ଦିନ ଧରି ବ୍ୟବହାର କରାଯାଇନି । ଏହି ଆକାଉଣ୍ଟରୁ କିଛି ବି ଟ୍ଵିଟ କରାଯାଇନାହିଁ । ଏମିତି ଆକାଉଣ୍ଟ ଶୀଘ୍ର ଟ୍ଵିଟରରୁ ଡିଲିଟ କରିଦିଆଯିବ । ତେବେ ସବୁଠୁ ଲାଭ ସେହି ଲୋକଙ୍କୁ ମିଳିବ, ଯିଏ ନୂଆ ଆକାଉଣ୍ଟ ଖୋଲିବା ବେଳେ ନିଜ ପସନ୍ଦର ନାମ ରଖିପାରି ନାହାଁନ୍ତି । କାରଣ ଏହି ନାମର ପ୍ରଥମରୁ ହିଁ ଅନେକ ଆକାଉଣ୍ଟ ତିଆରି ହୋଇସାରିଥିଲା ।

ଟ୍ଵିଟରରେ ଏବେ ଯାଏ ହୋଇଥିବା ପରିବର୍ତ୍ତନ

ଟ୍ଵିଟର କିଣିବା ପରେ ଏଲନ ମସ୍କ ଦୁଇଟି ବଡ ପରିବର୍ତ୍ତନ କରିଛନ୍ତି । ପ୍ରଥମ ହେଉଛି ଟ୍ଵିଟରରୁ ଅଧାରୁ ଅଧିକ କର୍ମଚାରୀଙ୍କୁ ବାହାର କରିବା ଓ ଦ୍ୱିତୀୟରେ ବ୍ଲୁଟିକ ପାଇଁ ସବସ୍କ୍ରିପସନ ବା ଶୁଳ୍କ ଜାରି କରିବା । ବ୍ଲୁଟିକର ଦୁରୁପଯୋଗକୁ ଦୃଷ୍ଟିରେ ରଖଇ ଏବେ ଏହାକୁ ସ୍ଥଗିତ ଯଦିଓ ରଖାଯାଇଛି, କେବେ ପୁଣି ଆରମ୍ଭ କରି ଦିଆଯିବ ନାହିଁ ବୋଲି କହିବେହନି ।

Leave A Reply

Your email address will not be published.