ଫୋନ ଚାର୍ଜ କଲାବେଳେ ଆପଣ ବି କରୁଛନ୍ତି କି ଏହି ଭୁଲ, ତେବେ ଏହି ଟ୍ରିକକୁ ଆପଣାଇ ଫୋନକୁ କରନ୍ତୁ ସେଫ୍‌

ଆମେ ଫୋନ ଚାର୍ଜ କରିବା ସମୟରେ କିଛି ଭୁଲ କରି ବସିଥାଉ, ଯଦ୍ଦ୍ୱାରା ଆମ ଫୋନରେ ନାନା ସମସ୍ୟା ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଚାର୍ଜ କରିବାର ଠିକ ଉପାୟ ବିଷୟରେ କହିବୁ।

ଆଜିକାଲି ସ୍ମାର୍ଟଫୋନ ଏତେ ବ୍ୟବହାର ହେଉଛି ଯେ ବ୍ୟାଟେରୀ ଜଲଦି ସରି ଯାଉଛି। କାହିଁକିନା, ସ୍ମାର୍ଟଫୋନର ଉପଯୋଗ କେବଳ କଲିଂ ପାଇଁ ନୁହେଁ, ବରଂ ମ୍ୟାସେଜିଂ, ମିଟିଂ, କ୍ଲାସେଜ ଆଟେଣ୍ଡ କରିବା ଏବଂ ଭିଡିଓ ଦେଖିବାରେ ମଧ୍ୟ କରାଯାଉଛି। ଏମିତିରେ ଦିନରାତି ଫୋନ ବ୍ୟବହାର କଲେ ବ୍ୟାଟେରୀ ଶେଷ ହୋଇଯିବା ଏକ ସ୍ୱାଭାବିକ କଥା। କିନ୍ତୁ ଆମେ ଫୋନ ଚାର୍ଜ କରିବା ସମୟରେ କିଛି ଭୁଲ କରି ବସିଥାଉ, ଯଦ୍ଦ୍ୱାରା ଆମ ଫୋନରେ ନାନା ସମସ୍ୟା ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଚାର୍ଜ କରିବାର ଠିକ ଉପାୟ ବିଷୟରେ କହିବୁ।

ନିଜ ଚାର୍ଜରରେ ହିଁ କରନ୍ତୁ ଫୋନ ଚାର୍ଜ: ଆଜିକାଲି ସବୁ ଫୋନ ଚାର୍ଜର ପ୍ରାୟତଃ ସମାନ ଆସୁଛି। ତେଣୁ ଆପଣ କୌଣସି ବି ଚାର୍ଜରରେ ଫୋନ ଚାର୍ଜ କରି ଦେଇଥାନ୍ତି। କିନ୍ତୁ ଏପରି ଆଦୌ କରନ୍ତୁ ନାହିଁ। ସବୁବେଳେ ନିଜ ଫୋନ ସହିତ ମିଳିଥିବା ଚାର୍ଜରରେ ହିଁ ଫୋନ ଚାର୍ଜ କରନ୍ତୁ।

ଚାର୍ଜିଙ୍ଗ ସମୟରେ କଭର ହଟାଇ ଦିଅନ୍ତୁ: ଚାର୍ଜିଙ୍ଗ କରିବା ସମୟରେ ଫୋନ କଭର ହଟାଇ ଦିଅନ୍ତୁ। କାହିଁକି ନା, ଚାର୍ଜ ବେଳେ ଫୋନ ଗରମ ହୋଇଯାଏ। ଏମିତିରେ କଭର ଫୋନର କୁଲିଙ୍ଗ ଇଫେକ୍ଟକୁ ଧିମା କରି ଦେଇଥାଏ।

ଫୋନକୁ ରାତିସାରା ଚାର୍ଜ କରନ୍ତୁ ନାହିଁ: କଦାପି ଫୋନକୁ ରାତିସାରା ଚାର୍ଜରେ ବସାନ୍ତୁ ନାହିଁ। ଫୋନକୁ ଦୀର୍ଘ ସମୟ ଧରି ଚାର୍ଜରେ ବସାଇବା ବ୍ୟାଟେରୀ ପାଇଁ ଠିକ ନୁହେଁ। ଏମିତିରେ ଫୋନ ବ୍ଲାଷ୍ଟ ହେବାର ଅନେକ ଖବର ସାମ୍ନାକୁ ଆସିଛି। ଆଜିକାଲି ବଜାରରେ ଫାଷ୍ଟ ଚାର୍ଜିଙ୍ଗ କରୁଥିବା ଚାର୍ଜର ମିଳିଲାଣି, ଯଦ୍ଦ୍ୱାରା ବହୁତ କମ ସମୟ ମଧ୍ୟରେ ଆପଣଙ୍କ ଫୋନ ଫୁଲ ଚାର୍ଜ ହୋଇଯାଇଥାଏ।

ଫୋନକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରନ୍ତୁ: ଫୋନର ଚାର୍ଜ ସମ୍ପୂର୍ଣ୍ଣ ସରିବାକୁ ଦିଅନ୍ତୁ ନାହିଁ। ଫୋନରେ ୨୦ ପ୍ରତିଶତ ବ୍ୟାଟେରୀ ଥିଲେ ଏହାକୁ ଚାର୍ଜରେ ବସାଇ ଦିଅନ୍ତୁ। ଚେଷ୍ଟା କରନ୍ତୁ କି, ଆପଣଙ୍କ ଫୋନ ଅତି କମରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଉ।

ନକଲି ଚାର୍ଜର ବ୍ୟବହାର କରନ୍ତୁ ନାହିଁ: ଯଦି ଆପଣଙ୍କ ଚାର୍ଜର ଖରାପ ହୋଇଯାଇଛି, ତ ସେହି କମ୍ପାନୀର ହିଁ ନୂଆ ଚାର୍ଜର କିଣି ଆଣନ୍ତୁ। ଓରିଜିନାଲ ଚାର୍ଜର ଫୋନ ପାଇଁ ବହୁତ ଭଲ। କେବେ ବି ନକଲି କି ଶସ୍ତା ଚାର୍ଜର ବ୍ୟବହାର କରନ୍ତୁ ନାହିଁ। ଏହା ଫୋନରେ ଏଡପଟର ଫେଲ୍ୟୁୟରର କାରଣ ବନିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.