ଟେକ୍

ବହୁତ ଜଲଦି ଆପଣଙ୍କ ମୋବାଇଲ ନମ୍ବରକୁ ନେଇ ହେବ ବଡ ପରିବର୍ତ୍ତନ, ୧୧ ଅଙ୍କ ସଂଖ୍ୟାକୁ ନେଇ କଣ କହିଲା ଟ୍ରାଇ ଜାଣନ୍ତୁ

ଟେଲିକମ୍ ରେଗୁଲେଟାରୀ ଅଥରିଟୀ ଅଫ ଇଣ୍ଡିଆ ଏକ ନୂଆ ନିୟମର ଘୋଷଣା କରିଛି। ଟ୍ରାଇ ଘୋଷଣା କରିଛି ଯେ ମୋବାଲ ନମ୍ବରିଂଗ ସ୍କୀମରେ କୌଣସି ପରିବର୍ତ୍ତନ କରାଯିବନାହିଁ। ଟ୍ରାଇ ଜଣାଇଛି ଯେ ସେ ଡାଏଲିଙ୍ଗ ପାଟର୍ଣ୍ଣରେ ଅଳ୍ପ ପରିବର୍ତ୍ତନ କରିବା ପାଇଁ ମନସ୍ତ କରିଛି। ଆସନ୍ତୁ ଜାଣିବା ଟ୍ରାଇର କହିବାନୁଯାୟୀ କଣ ପରିବର୍ତ୍ତନ କରାଯାଇପାରେ କଣ ନୁହେଁ।

– ଟ୍ରାଇ ମୋବାଇଲ ନମ୍ବର ପାଇଁ ୧୧ ଅଙ୍କ କରିବା ନେଇ କୌଣସି ସୂଚନା ଦେଇନାହିଁ। ଟ୍ରାଇ ଜଣାଇଛି ଯେ ୧୧ ଅଙ୍କ ବିଶିଷ୍ଟ ନମ୍ବରିଙ୍ଗ ସ୍କୀମକୁ ସେ ଖାରଜ କରିଛି।

– ଭାରତରେ ମୋବାଇଲ ଫୋନ ପାଇଁ ୧୦ ଅଙ୍କ ସଂଖ୍ୟା ଜାରୀ ରହିବ।

ହୋଇପାରେ ଏହି ପରିବର୍ତ୍ତନ

– ଟ୍ରାଇ ଫିକ୍ସଡ ଲାଇନରେ କଲ କରିବା ସମୟରେ ମୋବାଇଲ ନମ୍ବର ପୂର୍ବରୁ ‘୦’ ଲଗାଇବା କଥା ମଧ୍ୟ କହିଛି। ଫିକ୍ସଡ ଲାଇନ କନେକସନରେ ଇଣ୍ଟର ସର୍ଭିସ ଏରିଆ ମୋବାଇଲ କଲ୍ କରିବା ପୂର୍ବରୁ ‘୦’ ଲଗାଇବାକୁ ପଡିଥାଏ। କିନ୍ତୁ ମୋବାଇଲରୁ ଲ୍ୟାଣ୍ଡଲାଇନକୁ କଲ୍ କଲେ ବିନା ‘୦’ ଲଗାଇ ମଧ୍ୟ କଲ୍ କରିପାରିବେ।

– ଟ୍ରାଇ ଜଣାଇଛି ଯେ ଡାଏଲିଙ୍ଗ ପାଟର୍ଣ୍ଣରେ ଏହି ପରିବର୍ତ୍ତନ ଭବିଷ୍ୟତର ଆବଶ୍ୟକତାକୁ ପୂରା କରିପାରିବ ଯାହା ମୋବାଇଲ ସେବା ପାଇଁ ୨୫୪୪ମିଲିୟନ ଅଡିସନାଲ ନମ୍ବରିଙ୍ଗ ରିସୋର୍ସ ଉତ୍ପନ୍ନ କରିବ।

– ଟ୍ରାଇ ନିଜର ବୟାନରେ କହିଛି ଫିକ୍ସଡ-ଟୁ ଫିକ୍ସଡ, ମୋବାଇଲ-ଟୁ ଫିକ୍ସଡ ଏବଂ ମୋବାଇଲ-ଟୁ-ମୋବାଇଲ କଲସ୍ ପାଇଁ ଡାଏଲିଙ୍ଗ ପ୍ଲାନରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକ ପଡିବନାହିଁ।

-ପରାମର୍ଶ ସମୟରେ ଅଧିକାଂଶ ଦୂରସଞ୍ଚାର ଅପରେଟର ମୋବାଇଲ ନମ୍ବର ପାଇଁ ୧୧ ଅଙ୍କ ସଂଖ୍ୟାର ବିରୋଧ କରିଛି। ତାଙ୍କ ଅନୁଯାୟୀ ୧୧ ଅଙ୍କ ନମ୍ବରିଙ୍ଗ ସଫ୍ଟଓ୍ଵୟାର ଏବଂ ହାର୍ଡେଓ୍ଵୟାର ପାଇଁ ବଡ ସଂଖ୍ୟାରେ କନଫରଗେସନ ମେଡିଫିକେସନର ଦରକାର ପଡିବ। ଯାହାର ଅର୍ଥ ଏହା ଯେ ଟେଲିକମ୍ କମ୍ପାନୀ ପାଇଁ ଆଡିସନାଲ ସଂଖ୍ୟା ଗ୍ରାହକଙ୍କୁ ଦ୍ୱନ୍ଦ ଏବଂ ଅସୁବିଧାରେ ପକାଇପାରେ।

Pritiparna

Recent Posts

DoTର ବଡ଼ ପ୍ରସ୍ତୁତି, ବେଲୁନ୍ ଏବଂ ଡ୍ରୋନ୍ ମାଧ୍ୟମରେ ମିଳିବ 5G ନେଟୱର୍କ

DoT 5G ସେବା ପାଇଁ ଏବେ ଅଭିନବ ଉପାୟ ଅନୁସନ୍ଧାନ କରୁଛି । ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ୍ ଟାୱାର…

35 mins ago

ମୋଦିଙ୍କ ହ୍ୟାଟ୍ରିକ, କ୍ରମାଗତ ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମୋଦିଙ୍କ ହ୍ୟାଟ୍ରିକ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି ।  ନେହରୁଙ୍କ…

42 mins ago

ବିଜୟ ପରେ ପୱନ କଲ୍ୟାଣଙ୍କ ପତ୍ନୀ ତାଙ୍କୁ ଏପରି କଲେ ସ୍ୱାଗତ, ଅଭିନେତାଙ୍କ ମୁହଁରେ ଦେଖିବାକୁ ମିଳିଲା ଖୁସିର ଝଲକ୍‌

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ସାଉଥ୍‌ ସୁପରଷ୍ଟାର ପୱନ କଲ୍ୟାଣ ବିଜୟ ହାସଲ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ପୱନ କଲ୍ୟାଣଙ୍କ ପାର୍ଟି…

52 mins ago

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ଦେଶର ଅନେକ ରେକର୍ଡ ଭାଙ୍ଗିଛନ୍ତି ନବୀନ

ଭୁବନେଶ୍ୱର (କେନ୍ୟୁଜ): ୨୪ ବର୍ଷ ୩ ମାସର ଲମ୍ବା ଶାସନ କାଳ  । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ…

2 hours ago

ରାଜ୍ୟ ରାଜନୀତିରେ ଓଲଟପାଲଟ, ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବ ବିଜେପି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଫୁଟିଲା ପଦ୍ମ । ଏଥର ରାଜ୍ୟରେ ବିଜେପି ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ…

2 hours ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

3 hours ago