ନିଜର ସୁନ୍ଦର ମୁହୂର୍ତ୍ତକୁ ଆହୁରି କରନ୍ତୁ ସ୍ମରଣୀୟ, ଏମିତି କରନ୍ତୁ ଭିଡିଓ କଲ୍‌ ରେକର୍ଡିଂ

ଯଦି ଆପଣ ବି ନିଜ ପରିଜନ ଏବଂ ସାଙ୍ଗ ସାଥିଙ୍କ ସହିତ ଭିଡିଓ କଲିଂରେ କଥା ହେଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ । ବହୁତ ସମୟରେ ଆପଣ ଭିଡିଓ କଲିଂ ସମୟରେ କିଛି ଦୃଶ୍ୟକୁ କ୍ୟାପଚର ବା ରେକର୍ଡ କରିବାକୁ ଚାହଁନ୍ତି କିନ୍ତୁ କରିପାରନ୍ତିନାହିଁ। ତେବେ ଆପଣଙ୍କର ଏହି ସମସ୍ୟାକୁ ଧ୍ୟାନରେ ରଖି ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍‌ ଆପ୍‌ ହ୍ଵାଟସଅପ୍‌ ନିଜ ୟୁଜର୍ସଙ୍କ ପାଇଁ ଭିଡିଓ କଲରେ ସାମାନ୍ୟ ପରିବର୍ତ୍ତନ କରିଛି। ଏହି ନୂଆ ଫିଚର ଅନୁଯାୟୀ ଆପଣ ଗୋଟେ ଥରରେ ୮ ଜଣଙ୍କୁ ଭିଡିଓ କଲ୍‌ କରିପାରିବେ। ତେବେ ଏହି ସମୟରେ ଏମିତି ହୋଇଥାଏ ଯେ କିଛି ଜିନିଷକୁ ରେକର୍ଡ କରିବାକୁ ଇଚ୍ଛା ହୋଇଥାଏ କିନ୍ତୁ ରେକର୍ଡର ତରିକା ଜାଣିନଥିବାରୁ ଆମେ ତାହାକୁ ରେକର୍ଡ କରିପାରନ୍ତିନାହିଁ।

WhatsApp newsଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଣ୍ଡ୍ରଏଡ ଏବଂ IOS ପ୍ଲାଟଫର୍ମରେ ଏକ ଏମିତି ଫିଚର ରହିଛି ଯାହା ଜରିଆରେ ଆପଣ ବହୁତ ସହଜରେ ରେକର୍ଡ କରିପାରିବେ। ଏହି ଫିଚର ନାମ ହେଉଛି ସ୍କ୍ରୀନ ରେକର୍ଡିଂ।

କିନ୍ତୁ ଏହାପୂର୍ବରୁ ପ୍ରଥମେ ଜାଣି ରଖନ୍ତୁ ଯଦି ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ ଅଛି କିମ୍ବା ଆପଣ ଆଣ୍ଡ୍ରଏଡ୍‌ ୟୁଜର ତାହେଲେ ଆପଣ ଭିଡିଓ କଲ୍‌ ରେକର୍ଡ କେମିତି କରିପାରିବେ। ଯଦି ଆପଣଙ୍କ ଫୋନରେ ସ୍କ୍ରୀନ ରେକର୍ଡିଂ ଫିଚର ନାହିଁ ତାହେଲେ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ DU Recorder ଆପକୁ ଡାଉନଲୋଡ୍‌ କରିବାକୁ ହେବ। ଯେମିତି ହିଁ ଆପଣ ଏହି ମୋବାଇଲ୍‌ ଆପକୁ ଓପନ କରିବେ ଆପଣଙ୍କ ସାମ୍ନାରେ ଏକ ଜରୁରୀ ପରମିସନର ଅପସନ୍‌ ଆସିବ। ସେହି ଅପସନ ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ। ଯାହାପରେ ଆପଣ ସହଜରେ ଭିଡିଓ କଲ୍‌ ରେକର୍ଡ କରିପାରିବେ।

whats app ଏବେ ସବୁଠାରୁ ବଡ କଥା ହେଉଛି ଯଦି ଆପଣ IOS ୟୁଜର୍ସ ଅଟନ୍ତି ତାହେଲେ ଆପଣ ଭିଡିଓ କଲ୍‌ ରେକର୍ଡ କେମିତି କରିବେ। ଆଇଓଏସ ୟୁଜର୍ସ ଏମିତି କରନ୍ତୁ ଭିଡିଓ କଲ୍‌ ରେକର୍ଡ।

  • ସର୍ବପ୍ରଥମେ ଆପଣ ସ୍କ୍ରୀନରେ ସ୍ୱାଇପ୍‌ ଅପ୍‌ କରନ୍ତୁ। ଅର୍ଥାତ ସ୍କ୍ରୀନକୁ ତଳ ଆଡୁ ଓପର ଆଡକୁ ସ୍ୱାଇପ୍‌ କରନ୍ତୁ।
  • ଏହାପରେ ଆପଣଙ୍କ ସାମ୍ନାରେ କଣ୍ଟ୍ରୋଲ ପ୍ୟାନେଲ ଓପନ ହୋଇଯିବ।
  • ଏବେ ଆପଣଙ୍କୁ ସ୍କ୍ରୀନ ରେକର୍ଡିଂର ଏକ ଅପସନ୍‌ ମିଳିବ। ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।
  • ଏସବୁ କରିବା ପରେ ଆପଣଙ୍କ ହ୍ଵାଟସଅପ୍‌ ଭିଡିଓ କଲ୍‌ ରେକର୍ଡିଂ ହେବା ଷ୍ଟାର୍ଟ ହୋଇଯିବ।
  • ଏବେ ଆପଣ ନିଜ ହିସାବରେ ରେକର୍ଡିଂ କରିପାରିବେ। ତାହେଲେ ଏଞ୍ଜୟ କରନ୍ତୁ ହ୍ଵାଟସଅପ୍‌ ଗୃପ ଭିଡିଓ କଲ୍‌।
Leave A Reply

Your email address will not be published.