ହ୍ଵାଟ୍ସଆପର ଭଏସ କଲକୁ କରନ୍ତୁ ରେକର୍ଡ, ଜାଣନ୍ତୁ ପ୍ରୋସେସ୍‌

ଆଜିର ସମୟରେ ବୋଧହୁଏ କୌଣସି ଏମିତି ବ୍ୟକ୍ତି ନାହାଁନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ଏବଂ ସେ ହ୍ଵାଟ୍ସଆପ୍‌ ବ୍ୟବହାର କରୁନଥିବେ। ଅଧିକାଂଶ ଲୋକଙ୍କ ପାଇଁ ହ୍ଵାଟ୍ସଆପ୍‌ ନା କେବଳ ପର୍ସନାଲ ଲାଇଫ୍‌ ପାଇଁ ବରଂ ଅଫିସିଆଲୀ ପାଇଁ ମଧ୍ୟ ବ୍ୟବହାର କରାଯାଏ। ମେସେଜରେ ଚାଟିଙ୍ଗ କରିବା ହେଉ କିମ୍ବା ଭିଡିଓ କିମ୍ବା ଭଏସ କଲରେ ଗରସପ, ହ୍ଵାଟ୍ସଆପ୍‌ ଆମ ଲାଇଫଷ୍ଟାଇଲରେ ସାମିଲ ହୋଇଯାଇଛି। ଏମିତିରେ ନର୍ମାଲ କଲ୍‌ ବଦଳରେ ଆମେ ହ୍ଵାଟ୍ସଆପ୍‌ ଜରିଆରେ ଭଏସ କଲିଙ୍ଗ୍‌ କରିବାକୁ ଅଧିକ ପସନ୍ଦ କରୁଛନ୍ତି।

ତେବେ ବେଳେବେଳେ ପରିସ୍ଥିତି ଏମିତି ଆସିଯାଏ ଯେତେବେଳେ ଆମେ ହ୍ଵାଟ୍ସଆପ କଲକୁ ରେକର୍ଡ କରିବାକୁ ଚାହିଁଥାନ୍ତି। କିନ୍ତୁ ଆମକୁ ରେକର୍ଡିଙ୍ଗ କରିବା ପାଇଁ କୌଣସି ପ୍ରକାର ବିକଳ୍ପ ଦେଖାଯାଏନାହିଁ। ଆଜି ଆମେ ଆପଣଙ୍କ ପାଇଁ ହ୍ଵାଟ୍ସଆପ କଲିଙ୍ଗ୍‌ ଏବଂ ନର୍ମାଲ କଲକୁ ରେକର୍ଡ କରିବା ପାଇଁ ସହଜ ତରିକା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହା ବିଷୟରେ।

ଆପଣ ଜାଣିଛନ୍ତି ଯେ ହ୍ଵାଟ୍ସଆପରେ ଏମିତି କୌଣସି ଫିଚର ନାହିଁ, ଯେଉଁଥିରେ ହ୍ଵାଟ୍ସଆପ ଭଏସ କଲକୁ ରେକର୍ଡ କରାଯାଇପାରେ। କିନ୍ତୁ ହ୍ଵାଟ୍ସଆପ୍‌ ଭଏସ କଲକୁ ରେକର୍ଡ କରିବା ପାଇଁ ଆପଣ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରିପାରିବେ। ଆପ୍‌ ଷ୍ଟୋରରୁ ଆପଣଙ୍କୁ “Cube ACR”
ନାମକ ଆପ୍‌ ନଜର ଆସିବ। ତାକୁ ଆପଣ ଡାଉନଲୋଡ କରି ସହଜରେ ନର୍ମାଲ କଲ ଏବଂ ହ୍ଵାଟ୍ସଆପ୍‌ କଲକୁ ରେକର୍ଡ କରିପାରିବେ। ମାନୁଆଲ ଭାବରେ ଏହି ଆପ୍‌ ଜରିଆରେ ଆପଣ ରେକର୍ଡିଙ୍ଗ କରିପାରିବେ।

ଗୁଗଲ ଜରିଆରେ ମଧ୍ୟ କଲ ରେକଡିଂ କରାଯାଇପାରେ। ଏଥିପାଇଁ ଗୁଗଲ ପ୍ଲେ ଷ୍ଟୋରରୁ ଗୁଗଲ ଫୋନ୍‌ ଆପ୍‌ ଡାଉନଲୋଡ୍‌ କରନ୍ତୁ। ଆପକୁ ଓପନ କରିବା ପାଇଁ ଦେଖାଯାଉଥିବା ତିନି ଡଟ୍ସ ଉପରେ କ୍ଲିକ କରନ୍ତୁ। ଏହାର ସେଟିଙ୍ଗ ବିକଳ୍ପର ଚୟନ କରି କଲ୍‌ ରେକର୍ଡିଙ୍ଗ ଉପରେ କ୍ଲିକ କରିିନିଅନ୍ତୁ। ଏବେ ନିଜ ଆବଶ୍ୟକ ମୁତାବକ ଏହାକୁ ସେଟ୍‌ କରିଦିଅନ୍ତୁ। ଏହିପରି ଭାବେ ସହଜରେ କଲ୍ସ ରେକର୍ଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.