ନିଜ ଆଲଗୋରିଦମକୁ ସାର୍ବଜନୀନ କଲା କୁ ଆପ୍, ଜାଣନ୍ତୁ କିପରି କାର୍ଯ୍ୟ କରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ

ଆପଣ ଜାଣିଛନ୍ତି ଆଜିକାଲି ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କାରଣ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ନିଜର ଅନେକ ଟ୍ୟାଲେଣ୍ଟ ମଧ୍ୟ ଦେଖାଇ ପାରିଛନ୍ତି ଅନେକ ଅର୍ଟିଷ୍ଟ। କିନ୍ତୁ ଯଦି କାହାକୁ ପଚରାଯାଏ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ କିପରି କାମ କରନ୍ତି, ଅର୍ଥାତ୍ କେଉଁ ଉପଭୋକ୍ତାଙ୍କର ଟାଇମଲାଇନରେ କେଉଁ ପ୍ରକାରର ବିଷୟବସ୍ତୁ ଦେଖାଇବାକୁ ହୁଏ ଓ କେଉଁ ବିଜ୍ଞାପନ କେଉଁ ଉପଭୋକ୍ତାଙ୍କୁ ଦେଖାଇବାକୁ ହୁଏ ତାହା ସ୍ଥିର କରେ ? ଏହା ହୁଏତ କାହାକୁ ଜଣା ନଥିବ।

ତେବେ ଏହା ପାଇଁ ଐତିହାସିକ ପଦକ୍ଷେପ ନେଇ, ଘରୋଇ ଆପ୍ ‘କୁ’ ଏହାର ମୂଳ ଆଲଗୋରିଦମକୁ ସାର୍ବଜନୀନ କରିଛି । ଏହାର ଆଲଗୋରିଦମ ଏବଂ ଏହା କିପରି କାର୍ଯ୍ୟ କରେ ତାହା ପରିଚିତ କରି, ଏହି ସ୍ୱଦେଶୀ ଆପ୍ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହୋଇଯାଇଛି। ଏହି ପଦକ୍ଷେପ ଉପଭୋକ୍ତାମାନଙ୍କ ସ୍ୱାର୍ଥ ଉପରେ ଧ୍ୟାନ ରଖା ଯାଇ କରାଯାଇଛି ଏବଂ ପ୍ଲାଟଫର୍ମର ସ୍ୱଚ୍ଛତା ଏବଂ ନ୍ୟାୟ ପାଇଁ କୁ ଆପ୍ ର ପ୍ରତିବଦ୍ଧତାକୁ ଦୋହରାଇଛି।

ଏହା ଉପଭୋକ୍ତାମାନଙ୍କୁ ଅଧିକାର ଦେଇଛି ଯେ ସେମାନେ କାହିଁକି ଓ କିପରି କୌଣସି ସାମଗ୍ରୀ ଏବଂ ସାଇଟ ଦେଖନ୍ତି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ତାହା ଜାଣିବାକୁ । ମାର୍ଚ୍ଚ ୨୦୨୨ ଠାରୁ ଏହି ଆଲଗୋରିଦମଗୁଡିକ ଉପରେ କାର୍ଯ୍ୟ ଚାଲିଥିଲା। ଏହି ଆଲଗୋରିଦମଗୁଡିକ ଗାଣିତିକ ନିୟମର ଏକ ସେଟ୍ ଯାହା ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଚରଣ ଏବଂ ପସନ୍ଦ ଉପରେ ଆଧାର କରି ସେମାନଙ୍କର ଅଭିଜ୍ଞତାକୁ କଷ୍ଟମାଇଜ୍ ଏବଂ ଅପ୍ଟିମାଇଜ୍ କରିବାରେ ସାହାଯ୍ୟ କରେ। ଏହି ଆଲଗୋରିଦମଗୁଡ଼ିକର ବେସିକ ୱାର୍କ ବା ମୂଳ ଲକ୍ଷ ହେଉଛି ଉପଭୋକ୍ତାମାନଙ୍କ ପାଇଁ ପ୍ରାସଙ୍ଗିକତାକୁ ପ୍ରୋତ୍ସାହିତ କରିବା।

‘କୁ’  ଆପ୍ ଏହାର ଚାରୋଟି ମୁଖ୍ୟ ଆଲଗୋରିଦମର ମୁଖ୍ୟ ଭେରିଏବଲ୍ସ ବିଷୟରେ ଆଲୋଚନା କରିଛି। ଯେପରିକି ଆପ୍ ଫିଡ୍, ଟ୍ରେଣ୍ଡିଂ ହ୍ୟାସଟ୍ୟାଗ୍ (#), ଲୋକଙ୍କ ସୁପାରିଶ, ଏବଂ ବିଜ୍ଞପ୍ତି। ଏହି ଚାରୋଟି ଆଲଗୋରିଦମ ଉପଭୋକ୍ତାମାନେ ଦେଖୁଥିବା ଏବଂ ବ୍ୟବହାର କରୁଥିବା ବିଷୟବସ୍ତୁର ପ୍ରକାର ସ୍ଥିର କରନ୍ତି। ତେବେ ‘ କୁ ‘ ଆପ୍ ର ସହ-ପ୍ରତିଷ୍ଠାତା ମୟଙ୍କ ବିଡାଭାଟ୍କା କହିଛନ୍ତି, “ଆମେ ଆମର ମୂଳ ୟୁଜର ଏବଂ କ୍ରିଏଟରଙ୍କ ଉପରେ ଅଧିକ ଧ୍ୟାନ ଦେଉଛୁ।

ଉପଭୋକ୍ତାମାନଙ୍କୁ ସଠିକ୍ କ୍ରିଏଟର୍ ଖୋଜିବାରେ ସାହାଯ୍ୟ କରିବା ଏବଂ କ୍ରିଏଟରଙ୍କୁ ସଠିକ୍ ଉପଭୋକ୍ତାମାନଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବା ଜରୁରୀ ଅଟେ। ଆମର ଆଲଗୋରିଦମକୁ ସାର୍ବଜନୀନ କରି ଆମେ ଉପଭୋକ୍ତାମାନଙ୍କୁ ସୋସିଆଲ ମିଡିଆ ଫ୍ରଡରୁ ମଧ୍ୟ ରକ୍ଷା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.