ଲାପଟପ୍‌ କ୍ଲିନିଂ ଟିପ୍ସ : ଜାଣନ୍ତୁ, କେମିତି କରିବେ ଲାପଟପ୍‌ ସଫା, ଅଳ୍ପ ସମୟରେ ହୋଇଯିବ ନୂଆ ଭଳି ଚକାଚକ୍‌

ଯଦି ଆପଣ ଲାପଟପ୍‌ ବ୍ୟବହାର ପରେ ଏହାକୁ ସଫା କରୁନାହାଁନ୍ତି,ତେବେ ଏହା ଖରାପ ହୋଇପାରେ । ଆଜି ଆପଣଙ୍କୁ କିଛି ସଫା କରିବା ପ୍ରଣାଳୀ ସମ୍ପର୍କରେ କହିବୁ, ଯାହାକୁ ବ୍ୟବହାର କରି ଆପଣ ଲାପ୍‌ଟପ୍‌କୁ ସଫା କରିପାରିବେ । ଯଦି ଆପଣ ଲାପଟପ୍‌ କୁ ବ୍ୟବହାର ପରେ ସଫା ନକରନ୍ତି, ତେବେ ଏହା ଖରାପ ହୋଇପାରେ । ଆଜି ଆମେ ଆପଣଙ୍କୁ ଲାପଟପ ସଫା କରିବାର କିଛି ଟିପ୍ସ କହିବୁ । ଯାହାଦ୍ୱାରା ଆପଣ ମିନିଟରେ ଲାପଟପ୍‌କୁ ଚକାଚକ୍‌ କରିପାରିବେ ।

୧. ଆପଣ ଲାପଟପ୍‌ର ଡିସପ୍ଲେକୁ ସଫା କରିବା ପାଇଁ ସଫ୍ଟ ଫୋମ୍‌ ର ବ୍ୟବହାର କରିପାରିବେ । ଏହି ସପ୍ଟ ଫୋମ ସହଜରେ ମାର୍କେଟରେ ମିଳିପାରିବ । ଏହାର ମୂଲ୍ୟ ମଧ୍ୟ ବହୁତ କମ୍‌ ।

୨. ଏହାଛଡା ଡିସପ୍ଲେକୁ ସଫା କରିବା ପାଇଁ ମାଇକ୍ରୋ ଫାଇବର କ୍ଲଥ ମଧ୍ୟ ବ୍ୟବହାର କରିପାରିବେ । ଏହା ଲାପଟପକୁ ଅତି ସହଜରେ ସଫା କରିପାରିବ । ଏହା ଲାପ୍‌ଟପକୁ ଡ୍ୟାମେଜ ମଧ୍ୟ କରିବ ନାହିଁ ।

୩. ଏହାଛଡ଼ା ମିନି ଭାକ୍ୟୁମ ମଧ୍ୟ ବଜାରରେ ଉପଲବ୍ଧ ରହିଛି । ଆପଣ ଭାକ୍ୟୁମ କ୍ଲିନର ମଧ୍ୟ ବ୍ୟବହାର କରିପାରିବେ । ଏହା ମାତ୍ର ୫୦୦ ଟଙ୍କା ବା ଏଥିରୁ କମ ଟଙ୍କାରେ ବଜାରରେ ଉପଲବ୍ଧ ରହିଛି । ଏହା କିବଡ୍‌ ମଝିରେ ଜମା ହୋଇଥିବା ଧୂଳିକୁ ମଧ୍ୟ ସଫା କରିଦେଇଥାଏ ।

୪. ଆପଣ ଚାହିଁଲେ ମାର୍କେଟରେ ଉପଲବ୍ଧ କିଛି ସପ୍ଟ ବ୍ରଶ୍‌ ମଧ୍ୟ କିଣିପାରିବେ । ଏହା କୋଣରେ ଜମି ରହିଥିବା ଧୂଳିକୁ ସଫା କରିଦେଇଥାଏ ।

୫. ଆପଣ ଲାପଟପର ଡିସପ୍ଲେ ଓ ପ୍ୟାନେଲ ଏରିଆକୁ ସଫା କରିବା ପାଇଁ ଆଲକୋହଲ ଆଧାରିତ ସ୍ପ୍ରେ କୁ ମଧ୍ୟ କିଣି ପାରିବେ । ଏହା ନା କେବଳ କୀଟାଣୁକୁ ଶେଷ କରିଥାଏ ବରଂ ଲାପଟପକୁ ଚକାଚକ୍‌ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.