ଲଞ୍ଚ୍‌ ହେଲା OnePlus Watch Harry Potter ଲିମିଟେଡ଼ ଏଡିସନ, ଦାମ୍ ରହିଛି ୧୭ ହଜାରରୁ ବି କମ୍

OnePlus Watch Harry Potter ଲିମିଟେଡ଼ ଏଡିସନ ଭାରତରେ ଲଞ୍ଚ ହୋଇଛି । OnePlus ୱାଚ୍ ରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହୋଇଛି । ଏହା ସହିତ, ସ୍ମାର୍ଟ ୱାଚ୍ ରେ ୧୧୦ ଟି ଗେମ ମୋଡ୍ ର ସପୋର୍ଟ ରହିଛି । ଏଥିସହିତ OnePlus Watch ର ଲିମିଟେଡ ଏଡିସନରେ ମାନସିକ ଚିନ୍ତାରୁ ଆରମ୍ଭ କରି ବ୍ଲଡ଼ ଅକ୍ସିଜେନ ସ୍ତରକୁ ମାପିବା ପାଇଁ ସୁବିଧା ଦିଆଯାଇଛି । ଆସନ୍ତୁ ଜାଣିବା OnePlus Watch Harry Potter ଲିମିଟେଡ୍ ର ମୂଲ୍ୟ ଏବଂ ସ୍ପେସିଫିକେସନ ବିଷୟରେ ।

ମୂଲ୍ୟ :

OnePlus Watch Harry Potter ଲିମିଟେଡ୍ ଏଡିସନର ମୂଲ୍ୟ ୧୬, ୯୯୯ ଟଙ୍କା ରହିଛି । ଏହି ସ୍ମାର୍ଟ ୱାଚ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍, ରେଡ୍ କେବୁଲ୍ କ୍ଲବ୍ ଏବଂ ଅଫଲାଇନ୍ ଷ୍ଟୋରରୁ ଅକ୍ଟୋବର ୨୧ ଠାରୁ ଆପଣ କ୍ରୟ କରିପାରିବେ । ଏହି ଅଫର ବିଷୟରେ କହିବାକୁ ଗଲେ ଅନ୍ୟ ଏକ ସୁବିଧା ମଧ୍ୟ ରହିଛି । ଗ୍ରାହକମାନେ ସ୍ମାର୍ଟ ୱାଚ୍ କିଣିବା ପରେ ICICI ବ୍ୟାଙ୍କରୁ ୧୦୦୦ ଟଙ୍କା ରିହାତି ପାଇବେ। ଏହା ସହିତ, ଘଣ୍ଟାକୁ ବିନାମୂଲ୍ୟରେ EMI ରେ ମଧ୍ୟ କିଣିପାରିବେ।

ସ୍ପେସିଫିକେସନ

OnePlus Watch Harry Potter ଲିମିଟେଡ୍ ଏଡିସନରେ ୧.୩୯ -ଇଞ୍ଚର ଡିସପ୍ଲେ ରହିଛି। ଏହି ଘଣ୍ଟା ସ୍ମାର୍ଟଫୋନ ଠାରୁ ଆରମ୍ଭ କରି OnePlus ଟିଭି ସହିତ ସଂଯୋଗ ହୋଇପାରିବ । ଏହି ସ୍ମାର୍ଟ ୱାଚ୍ ରେ Gryffindor, Hufflepuff, Slytherin ଏବଂ Ravenclaw ୱାଚ୍ ଚେହେରା ଦିଆଯାଇଛି । OnePlus Watch ରେ କଲ୍-ମେସେଜ୍ ନୋଟିଫିକେସନ, କ୍ୟାମେରା ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ୍ ଇତ୍ୟାଦି ଦିଆଯାଇଛି।ଏହି ସ୍ମାର୍ଟ ୱାଚ୍ ରେ ଗୁରୁତ୍ୱପୂର୍ଣ୍ଣ ସେନ୍ସର ଉପଲବ୍ଧ ରହିଛି, ଯାହା ମାଧ୍ୟମରେ ଆପଣ ଚାପ, ହୃଦସ୍ପନ୍ଦନ ଏବଂ ରକ୍ତ ଅମ୍ଳଜାନ ସ୍ତର ଉପରେ ନଜର ରଖିପାରିବେ। ଏହା ବ୍ୟତୀତ ସ୍ମାର୍ଟ ୱାଚ୍ ରେ ୧୧୦ ସପୋର୍ଟ ମଧ୍ୟ ରହିଛ ।

ଫିଚର୍ସ :

OnePlus Watch IP68 ଏବଂ 5ATM ରେଟିଂ । ଏହାର ଅର୍ଥ ହେଉଛି ଏହି ସ୍ମାର୍ଟ ୱାଚ୍ ଜଳ ପ୍ରତିରୋଧକ ଅଟେ। ଏଥିରେ ଏକ ଶକ୍ତିଶାଳୀ ବ୍ୟାଟେରୀ ରହିଛି , ସବୁଠାରୁ ବିଶେଷ କଥା ହେଉଛି ୱାଚ୍ କୁ ଠାରେ ଚାର୍ଜ କଲେ ୧୪ ଦିନ ପର୍ଯ୍ୟନ୍ତ ବ୍ୟାକଅପ୍ ଦେଇଥାଏ | ଏହି ସମୟରେ, ଏହି ସ୍ମାର୍ଟ ୱାଚ୍ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.