ଲଞ୍ଚ ହେଲା ଦୁନିଆର ପ୍ରଥମ 18GB ରାମ୍ ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ZTE ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ZTE Axon 30 Ultra ର Aerospace ଏଡିସନ ଲଞ୍ଚ କରିଛି । ଏହା ହେଉଛି ଦୁନିଆର ପ୍ରଥମ ଡିଭାଇସ୍, ଯେଉଁଥିରେ 18 GB ରାମ୍ ଏବଂ 1TB ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଅନ୍ୟାନ୍ୟ ଫିଚର ବିଷୟରେ କହିବାକୁ ଗଲେ ସ୍ମାର୍ଟଫୋନରେ ତିନୋଟି 64MP କ୍ୟାମେରା ଏବଂ ଟେଲିଫୋଟୋ ଲେନ୍ସ ଅଛି । କେବଳ ଏତିକି ନୁହେଁ, ସ୍ମାର୍ଟଫୋନରେ ଭର୍ଚୁଆଲ୍ RAM ର ସପୋର୍ଟ ମଧ୍ୟ ଉପଲବ୍ଧ ହେବ ।

ZTE Axon 30 UltraAerospace ଏଡିସନରେ 6.67-ଇଞ୍ଚ୍ FHD ପ୍ଲସ AMOLED ଡ଼ିସପ୍ଲେ ଅଛି, ଯାହା HDR 10+ କୁ ସପୋର୍ଟ କରେ । ଏହାର ରିଫ୍ରେଶରେଟ ହାର ହେଉଛି 144Hz । ଏହି ଫୋନରେ କ୍ୱାଲକମ୍ ର ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସର୍, 18GB ରାମ୍ ଏବଂ 1 Tb ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଏହି ଡିଭାଇସ୍ ଅତ୍ୟାଧୁନିକ ଅପରେଟିଂ ସିଷ୍ଟମରେ କାମ କରେ ।

କ୍ୟାମେରା :

ZTE Axon 30 UltraAerospace ଏଡିସନରେ ତିନୋଟି 64MP ଲେନ୍ସ ସହିତ ଏକ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ପ୍ୟାକ୍ କରେ । ଯେତେବେଳେ କି ଏହାର 8MP ପେରିସ୍କୋପ୍ ଟେଲିଫୋଟୋ ଲେନ୍ସ ଅଛି । ଏହା ବ୍ୟତୀତ ୟୁଜର୍ସ ମାନେ ସ୍ମାର୍ଟଫୋନ୍ ଭିଡିଓ କଲିଂ ଏବଂ ସେଲଫି ପାଇଁ 16MP କ୍ୟାମେରା ପାଇବେ ।

ବ୍ୟାଟେରୀ ଏବଂ କନେକ୍ସଟିବିଟି :

କମ୍ପାନୀ ZTE Axon 30 UltraAerospace ଏଡିସନରେ 4600mAh ବ୍ୟାଟେରୀ ଦେଇଛି, ଯାହା 65W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହା ସହିତ ଡିଭାଇସରେ ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଏବଂ USB ଟାଇପ୍-ସି ପୋର୍ଟ ଭଳି ଫିଚର ରହିଛି ।

ZTE Axon 30 UltraAerospace ଏଡିସନର ମୂଲ୍ୟ :

କମ୍ପାନୀ ଏହାର ମୂଲ୍ୟ ୬,୯୯୮ ଚିନି ୟୁଆନ୍ (ପ୍ରାୟ ୮୧,୯୯୮ ଟଙ୍କା) ରେ ରଖିଛି, କିନ୍ତୁ ଏହି ଉପକରଣ ବିକ୍ରୟ ପାଇଁ ଉପଲବ୍ଧ ନାହିଁ । ଆମେ ଆପଣଙ୍କୁ କହିରଖୁଛୁ ଯେ କମ୍ପାନୀ କିଛି ସମୟ ପୂର୍ବରୁ ଏହି ଡିଭାଇସର ଭାନିଲା ଭର୍ସନ ଲଞ୍ଚ କରିଥିଲା, ଯାହାର ମୂଲ୍ୟ ୪,୬୯୮ ଚିନି ୟୁଆନ୍ ଅର୍ଥାତ୍ ୫୫,୦୫୩ ଟଙ୍କା ଥିଲା। ଏହି ମୂଲ୍ୟରେ 8GB RAM ଏବଂ 256GB ଷ୍ଟୋରେଜ୍ ଭାରିଆଣ୍ଟ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.