Categories: ଟେକ୍

ଭାରତରେ ଲଞ୍ଚ ହେଲା ସ୍ମାର୍ଟ ଡିସପ୍ଲେ ଗୁଗଲ ନେଷ୍ଟ ହବ୍, ଜାଣନ୍ତୁ ଏହାର ଦର ଏବଂ ଫିଚର୍ସ

ଭାରତରେ ଲଞ୍ଚ ହେଲା ଗୁଗଲ ନେଷ୍ଟ ହବ୍‌। ଏହାର ଦାମ୍‌ ୯୯୯୯ ରହିଛି। ପିକ୍ସେଲ ୩ଏ ସହ ଗୁଗଲ ଏହାର ବଜାର ପ୍ରବେଶ କରାଇଥିବା ବେଳେ ଭାରତରେ ନେଷ୍ଟ ହବ୍‌ ଆଜି ଲଞ୍ଚ ହୋଇଛି। ଗୁଗଲ ନେଷ୍ଟ ହବ୍‌ ହେଉଛି ଏକ ସ୍ମାର୍ଟ ଡିସ୍‌ପ୍ଲେ। ଏହାର ଡିସ୍‌ପ୍ଲେ ଟଚ୍‌ ସ୍କ୍ରିନ୍‌ ହୋଇଥିବା ବେଳେ ଏଥିରେ ଅତ୍ୟାଧୁନିକ ସ୍ପିକରର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଇଣ୍ଟରନେଟ୍‌ ସହ ସଂଯୋଗ ହେବା ପରେ ଏହା କାର୍ଯ୍ୟକ୍ଷମ ହୋଇଥାଏ। ଏଥିରେ ଗୁଗଲର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବେସଡ୍‌ ଆସିଷ୍ଟାଣ୍ଟ ମଧ୍ୟ ରହିଛି। ପୂର୍ବକୁ ଏହାକୁ ଗୁଗଲ୍‌ ହବ୍‌ କୁହାଯାଉଥିଲା।

ଅନ୍‌ଲାଇନ୍‌ରୁ କିମ୍ବା ରିଲିଆନ୍ସ ଡିଜିଟାଲ ଷ୍ଟୋରରେ ଆପଣ ଏହାକୁ ସହଜରେ କିଣିପାରିବେ। ଧଳା ଏବଂ କଳା ରଙ୍ଗର ନେଷ୍ଟ ହବ୍‌ ବର୍ତ୍ତମାନ କମ୍ପାନୀ ଲଞ୍ଚ କରିଥିବା ବେଳେ ପରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନୂତନ ଭାବେ ଲଞ୍ଚ ହୋଇଥିବା ଏହି ଡିଭାଇସ୍‌ ସହିତ ଜିଓମି ଏମ୍‌ଆଇ ସିକ୍ୟୁରିଟି କ୍ୟାମେରା ଫ୍ରି ମିଳୁଛି। ଯାହାର ବଜାର ମୂଲ୍ୟ ୧,୭୯୯ ଟଙ୍କା।

ଗୁଗଲ ନେଷ୍ଟ ହବ୍‌ର ଫିଚର୍ସ

ଏହା ସହ ପଢନ୍ତୁ ହ୍ଵାଟ୍ସଆପ ପୂର୍ବରୁ ଗୁଗଲ ପେ ଆଣିଲା ଏହି ଫିଚର ଜାଣନ୍ତୁ କଣ ?

ଏହି ସ୍ମାର୍ଟ ସ୍ପିକରରେ ୟୁଟ୍ୟୁବ୍‌, ଗୁଗଲ ସର୍ଚ୍ଚ, ଗୁଗଲ୍‌ ଫଟୋ ଏବଂ ଗୁଗଲ ଆସିଷ୍ଟାଣ୍ଟ ଆଦି ବ୍ୟବହାର କରାଯାଇପାରିବ। ସ୍ମାର୍ଟ ସ୍ପିକର ଯେଭଳି ଭଏସ୍‌ କମାଣ୍ଡରେ କାମ କରେ ଏହି ସ୍ମାର୍ଟ ଡିସପ୍ଲେ ମଧ୍ୟ ସେହିଭଳି କମାଣ୍ଡରେ କାମ କରିଥାଏ। ଅକ୍ଷର ଟାଇପ୍‌ ନ କରି ଯାହା ଚାହୁଁଛନ୍ତି ତାହା କେବଳ କହିଦେଲେ ଗୁଗଲ ନେଷ୍ଟ ହବ୍‌ ସର୍ଚ୍ଚ କରିଥାଏ। ଏଥିରେ ଆପଣ ଗୀତ ଶୁଣିବା ସହ ଆଲାର୍ମ ଦେଇପାରିବେ ଏବଂ ଲାଇଟ୍‌ ମଧ୍ୟ ଅନ୍‌ ଅଫ୍‌ କରିପାରିବେ। ଗୁଗଲ ନେଷ୍ଟ ହବ୍‌ରେ ୭ ଇଞ୍ଚର ସ୍କ୍ରିନ୍‌ ଥିବା ବେଳେ ଏଥିରେ ବ୍ଲୁଟୁଥ୍‌ ଭି୫.୦ ମଧ୍ୟ ସପୋର୍ଟ କରିଥାଏ। ଏହି ଡିଭାଇସ୍‌ରେ ମ୍ୟୁଜିକ୍‌ ଆପ୍‌ ଇନ୍‌ଷ୍ଟଲ କରିବା ସୁବିଧା ରହିଛି। ଏଥିସହ ନେଷ୍ଟ ହବ୍‌ରେ ଡିଜିଟାଲ ୱେଲବେଲିଂ ଫିଚର ମଧ୍ୟ ରହିଛି। ଯାହା ଗ୍ରାହକଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

6 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

7 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

11 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

33 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

41 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

48 mins ago