Lava ଲଞ୍ଚ କରିଲା ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ, କମ ଦାମରେ ମିଳିବ ଦମଦାର ଫିଚର୍ସ

Lava ଭାରତରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ Yuva 5G ଲଞ୍ଚ କରିଛି । ସ୍ମାର୍ଟଫୋନ୍ ବ୍ରାଣ୍ଡର ଏହି ଫୋନ୍ Yuva ସିରିଜରେ ଲଞ୍ଚ କରାଯାଇଛି । କମ୍ପାନୀ ଏହି ଫୋନରେ ଅତ୍ୟାଧୁନିକ ପ୍ରୋସେସର୍ ସହିତ ବଡ ବ୍ୟାଟେରୀ, ଡ଼ିସପ୍ଲେ ଭଳି ଫିଚର୍ସ ପ୍ରଦାନ କରିଛି । ନାମରୁ ସ୍ପଷ୍ଟ ଯେ, ବ୍ରାଣ୍ଡର ଏହି ଫୋନ୍ ଯୁବପିଢ଼ି ପାଇଁ ଅଣାଯାଇଛି । ଏହି ଫୋନର ଦାମ ମଧ୍ୟ କମ୍ ରଖାଯାଇଛି, ଯାହାଫଳରେ ଏହାକୁ କିଣିବାରେ ଯୁବପିଢ଼ିଙ୍କର କୌଣସି ଅସୁବିଧା ହେବ ନାହିଁ । Lava Yuva 5Gର ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା Realme, Infinix, Redmiର ବଜେଟ୍ 5G ସ୍ମାର୍ଟଫୋନ୍ ସହିତ ହେବ ।

Lava Yuva 5G ଫିଚର୍ସ:
ଲାଭା ଠାରୁ ଏହି ବଜେଟ୍ 5G ସ୍ମାର୍ଟଫୋନ୍ ୬.୫୨ ଇଞ୍ଚ LCD ଡିସପ୍ଲେ ପ୍ୟାନେଲ୍ ସହିତ ଆସିଥାଏ । ଫୋନର ଡିସପ୍ଲେରେ HD + ରେଜୋଲ୍ୟୁସନ ଅଛି ଏବଂ ଏହା ୯୦Hz ରିଫ୍ରେସ ରେଟକୁ ସପୋର୍ଟ କରେ । ଲାଭା ଏହି ଫୋନରେ ୨.୫D କର୍ଭଡ୍ ଗ୍ଲାସ ବ୍ୟବହାର କରିଛି । ଫୋନ୍ Unisoc T750 ପ୍ରୋସେସରରେ କାମ କରେ, ଯାହା 5G ନେଟୱାର୍କକୁ ସପୋର୍ଟ କରେ । ଏହି ବଜେଟ୍ ଫୋନରେ ୪GB RAM ଅଛି, ଯାହାକୁ ୮GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।

ଲାଭାର ଏହି ବଜେଟ୍ ଫୋନ୍ ୬୪GB / ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ କୁ ସପୋର୍ଟ କରେ, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ ହୋଇପାରିବ । Lava Yuva 5G ର ୫୦୦୦mAh ବ୍ୟାଟେରୀ ଅଛି, ଯାହା ସହିତ ୧୮W USB Type C ଚାର୍ଜିଂ ଫିଚର୍ ଉପଲବ୍ଧ । ଲାଭାର ଏହି ଫୋନ୍ ଷ୍ଟକ୍ Android 13 ରେ କାମ କରେ । ଏଥିରେ ୩.୫mm ଅଡିଓ ଜ୍ୟାକ୍, ବ୍ଲୁଟୁଥ୍ ୫.୦, ଡୁଆଲ୍ ସିମ୍ କାର୍ଡ ସପୋର୍ଟ, ଫେସ୍ ଅନଲକ୍ ଭଳି ଫିଚର୍ସ ଅଛି ।

Lava Yuva 5G ଦାମ:
ଲାଭାର ଏହି ବଜେଟ୍ 5G ସ୍ମାର୍ଟଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – ୪GB RAM + ୬୪GB ଏବଂ ୪GB RAM + ୧୨୮GB । ଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଛି ୯,୪୯୯ ଟଙ୍କା ଏବଂ ଏହାର ଟପ୍ ଭାରିଆଣ୍ଟ ୯,୯୯୯ ଟଙ୍କା । ଆପଣ ଏହି ଫୋନକୁ ମିଷ୍ଟିକ୍ ଗ୍ରୀନ୍ ଏବଂ ମିଷ୍ଟିକ୍ ବ୍ଲୁ କଲରରେ କିଣି ପାରିବେ । ଏହାର ଫାଷ୍ଟ ସେଲ୍ ଜୁନ୍ ୫ରେ ଆରମ୍ଭ ହେବ ।

You might also like