ଗଣତନ୍ତ୍ର ଦିବସ ପୂର୍ବରୁ Lava ଲଞ୍ଚ୍‌ କଲା ‘ତ୍ରିରଙ୍ଗା ଫୋନ୍‌’, ଦୁଇରୁ ଅଧିକ ଦିନ ଚାଲିବ ବ୍ୟାଟେରୀ

ଇଣ୍ଡିଆନ୍‌ ଟେକ୍‌ କମ୍ପାନୀ ‘Lava’ ଗଣତନ୍ତ୍ର ଦିବସ ପୂର୍ବରୁ ‘A5 Proudly Indian Edition’ ଫିଚର ଫୋନ୍‌ ଲଞ୍ଚ୍‌ କରିଛି। ୟୁଜରଙ୍କୁ ଏହି ଫୋନ୍‌ରେ ୨୦ରୁ ଅଧିକ ଭାଷା ସହିତ ଦମ୍‌ଦାର ବ୍ୟାଟେରୀର ସପୋର୍ଟ ମିଳିବ। କମ୍ପାନୀ ଏହି ଲାଟେଷ୍ଟ୍‍ ଫୋନ୍‌କୁ ଗ୍ରାହକମାନଙ୍କ ପାଇଁ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ଉପଲବ୍ଧ କରାଇଛି। ସେପଟେ ଗ୍ରାହକ ଏହି ଫୋନ୍‌କୁ ୧୬ ଜାନୁୟାରୀ ପରେ ଅନ୍‌ଲାଇନ୍‌ ଷ୍ଟୋର୍‌ରୁ କିଣିପାରିବେ। ତେବେ ଆସନ୍ତୁ ଜାଣିବା, Lava A5 ଫିଚର ଫୋନ୍‌ର ଦାମ୍‌ ଓ ଫିଚର୍ସ ବିଷୟରେ।

lava1

ଦାମ୍‌ ଓ ଫିଚର୍ସ

କମ୍ପାନୀ ଏହି ଫୋନ୍‌ର ଦାମ୍‌ ୧,୪୪୯ ଟଙ୍କା ରଖିଛି। ସେହିପରି ୟୁଜରମାନଙ୍କୁ ଏଥିରେ ୨.୪ ଇଞ୍ଚ୍‌ର ଡିସ୍‌ପ୍ଲେ ମିଳିବ। କମ୍ପାନୀ ଏହି ଡିଭାଇସ୍‌ରେ ୧,୦୦୦mAhର ବ୍ୟାଟେରୀ ସପୋର୍ଟ ଦେଇଛି, ଯାହାକି ସିଙ୍ଗଲ୍‌ ଚାର୍ଜରେ ପୂରା ୩ ଦିନ ପଯ୍ୟର୍ନ୍ତ ଚାଲିପାରିବ। ଏହାଛଡ଼ା ୟୁଜରମାନଙ୍କୁ ଜୁମ୍‌ ଫିଚର ଏବଂ ଫ୍ଲାସ୍‌ ଲାଇଟ୍‌ ସହ VGA କ୍ୟାମେରାର ସୁବିଧା ବି ମିଳିବ।

ଖାସିୟତ୍‌/ସ୍ୱତନ୍ତ୍ରତା

Lava A5 Proudly Indian Edition ଫୋନ୍‌ର ବ୍ୟାକ୍‌ ପ୍ୟାନେଲ୍‌ରେ ତ୍ରିରଙ୍ଗା ପ୍ୟାଟର୍ନ ଦିଆଯାଇଛି, ଯାହା ପଲିକାର୍ବୋନେଟ୍‌ରେ ତିଆରି ହୋଇଛି। ଏହାଛଡ଼ା ୟୁଜରଙ୍କୁ ଅଲ୍‌ଟ୍ରା ଟୋନ୍‌ ଟେକ୍‌ନିକ୍‌(କଲ୍‌ ସମୟରେ କ୍ଲିଅର୍‌ ସାଉଣ୍ଡ) ମିଳିବ।

la11

ଫୋନ୍‌ର ଅନ୍ୟ ଫିଚର୍ସ

କମ୍ପାନୀ ଏହି ଫୋନ୍‌ରେ କ୍ୟାମେରା ଓ ବ୍ୟାଟେରୀ ବ୍ୟତୀତ ଏଫ୍‌ଏମ୍‌ ରେଡିଓ, 3.5mm audio jack, MP3 ସପୋର୍ଟ ଏବଂ ବ୍ଲୁଟୁଥ୍‌ ଦେଇଛି। ସେପଟେ ଫୋନ୍‌ର ଆକ୍ସେସରିଜ୍‌ ଉପରେ ଅନ୍ୟ ୟୁଜରମାନଙ୍କୁ ୬ ମାସର ରିପ୍ଲେସ୍‌ମେଣ୍ଟ ଗ୍ୟାରେଣ୍ଟି ମିଳିବ। ଏତିକି ନୁହେଁ, ଏଥିରେ ଇଂଲିଶ, ହିନ୍ଦୀ, ତାମିଲ, କନ୍ନଡ, ତେଲୁଗୁ, ଗୁଜରାଟି ଏବଂ ପଞ୍ଜାବୀ ଭାଷାର ସପୋର୍ଟ ଦିଆଯାଇଛି।

Lava A5 Proudly Indian Edition ଫୋନ୍‌ର ଷ୍ଟାଣ୍ଡାର୍ଡ ଭର୍ସନ୍‌ ୧,୩୯୯ ଟଙ୍କାର ପ୍ରାଇଜ୍‌ ଟ୍ୟାଗ୍‌ ସହିତ ମାର୍କେଟରେ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.