ଲଞ୍ଚ ହେଲା ଲାଭାର ଶସ୍ତା ଫିଚର ଫୋନ Lava Flip, ଦୁଇ ହଜାର ଟଙ୍କାରୁ କମ ଦରରେ ପାଇପାରିବେ ସାନଦାର ହ୍ୟାଣ୍ଡସେଟ

ଭାରତୀୟ କମ୍ପାନୀ ଲାବା ଏକ ନୂଆ ଫିଚର ଫୋନ Lava Flip ଲଂଚ କରିଛି । ଯାହାକୁ ଦେଖି ଆପଣଙ୍କୁ ୧୨ ରୁ ୧୫ ବର୍ଷ ତଳର ଫ୍ଲିପ ଫୋନ ଡ଼ିଜାଇନ ବାବଦରେ ମନେ ପଡିଯିବ ନିଶ୍ଚିନ୍ତ । ଏହାର ଦାମ କମ୍ପାନୀ ପକ୍ଷରୁ ୧ ହଜାର ୬୪୦ ଟଙ୍କା ରଖାଯାଇଥିବା ଜଣାଯାଇଛି । ଲାବାର ଏହି ଦୁଇ ଫୋନକୁ Red ଓ Blue ଦୁଇଟି କଲରରେ ବଜାରରେ ଲଞ୍ଚ କରାଯାଇଛି । ଫ୍ଲିପକାର୍ଟ ଓ ଆମାଜନ ସାଇଟ ସମେତ ବିଭିନ୍ନ ରିଟେଲ ଷ୍ଟୋର ମାନଙ୍କରେ ଏହାର ବିକ୍ରି ଆରମ୍ଭ ହୋଇଯିବ । କମ୍ପନି ତରଫରୁ ଲଞ୍ଚ ହୋଇଥିବା ଏହି ଫୋନର ଲୁକ ବି ଖୁବ ସାନଦାର ରହିଛି । ଯାହାର ବଡ଼ି ସହ କିପେଡ଼ର ରଙ୍ଗ ସମାନ ରହିଛି । ଏଥିରେ ଏକ ଦମଦାର କ୍ୟାମେରା ସେଟଅପ ବି ରହିଛି । ଆଉ ୟୁଜର୍ସ ମାନଙ୍କ ସୁବିଧା ପାଇଁ ଏହି ଫୋନରେ ବିଭିନ୍ନ ଫିଚର୍ସ ମାନ ମଧ୍ୟ ଉପଲବ୍ଧ ଅଛି । ଯାହାକୁ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନେ ମଧ୍ୟ ବ୍ୟବହାର କରିପାରିବେ ।

ଏହି ଫୋନରେ ୨.୪ ଇଞ୍ଚର ଏକ ଡିଷ୍ପ୍ଲେ ଥିବା ସହ ବଡ଼ି ପୋଲିକାର୍ବୋନେଟରେ ତିଆରି ହୋଇଛି । ଏହା ସହ ଏଥିରେ ଡୁଆଲ ସିମ ସପୋର୍ଟ ରହିବା ସହିତ ୧୨୦୦ mAh ର ବ୍ୟାଟେରୀ ସୁବିଧା ରହିଛି । ସିଙ୍ଗଲ ଚାର୍ଜରେ ଏହା ତିନି ଦିନ ଯାଏଁ ଚାଲି ପାରିବ । ଏହାର ମେମୋରୀ ୩୨ ଜିବି ଏକ୍ସପେଣ୍ଡେବଲ ପର୍ଯ୍ୟନ୍ତ ରହିବ । ଲାବାର ଏହି ଫ୍ଲିପ ଫୋନରେ ବଳିଙ୍କ କଲ ନୋଟିଫିକେସନ ଏଲଇଡ଼ି ବି ରହିଛି । ଏକ ଜରୁରୀ ସୂଚନା ମୁତାବକ ଏଥିରେ ହିନ୍ଦୀ, ଇଂଲିଶ, ପଂଜାବୀ, ଗୁଜୁରାଟୀ, ବଙ୍ଗାଳି, ତାମିଲ, ତେଲୁଗୁ ସମେତ ୨୨ ଟି ଭାଷାର ସପୋର୍ଟ ରହିଛି । ଯାହା ସାହାଯ୍ୟରେ ମେସେଜ ନେଣଦେଣ ସମେତ ଟାଇପ ମଧ୍ୟ କରାଯାଇପାରିବ ।

Leave A Reply

Your email address will not be published.