ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଖୁସି ଖବର, ୮ ହଜାରରୁ କମ୍ ପ୍ରାଇସରେ ପାଇବେ ଏହି ସ୍ମାର୍ଟଫୋନ୍

ଯଦି ଆପଣଙ୍କର ବଜେଟ୍ ୮,୦୦୦ରୁ କମ୍ ଏବଂ ଆପଣ ଏକ ଫିଚର ରିଚ୍ ନୂଆ ସ୍ମାର୍ଟଫୋନ୍ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ସ୍ମାର୍ଟଫୋନ ମେକର କମ୍ପାନୀ Lava ନିଜର ଫ୍ୟାନ୍ସଙ୍କ ପାଇଁ ଲୋ ବଜେଟ୍ ସେଗମେଣ୍ଟରେ ଏକ ପାୱାରଫୁଲ୍ ସ୍ମାର୍ଟଫୋନ ଉପସ୍ଥାପନ କରିଛି । Lava ର ନୂଆ ସ୍ମାର୍ଟଫୋନ୍ ହେଉଛି Lava O3 Pro । ଏହି ଫୋନ ଆପଣଙ୍କୁ ଶସ୍ତା ମୂଲ୍ୟରେ ବହୁତ ଭଲ ଫିଚର୍ସ ଅଫର କରେ ।

ଇକମର୍ସ ୱେବସାଇଟ୍ ଆଜନରେ Lava O3 Pro ଲିଷ୍ଟ ହୋଇଛି । ଲିଷ୍ଟ ସହିତ କମ୍ପାନୀ ଏହାକୁ ସେଲ୍ ପାଇଁ ମଧ୍ୟ ଉପଲବ୍ଧ କରାଇଛି । ଖାସ୍ କଥା ହେଉଛି ଏହି ଶସ୍ତା ସ୍ମାର୍ଟଫୋନରେ ମଧ୍ୟ କମ୍ପାନୀ ୟୁଜର୍ସଙ୍ପକୁ ଟଙ୍କା ସେଭିଙ୍ଗ କରିବା ପାଇଁ ଏକ ବଡ ଅଫର ଦେଉଛି । ଡିସକାଉଣ୍ଟ ଅଫର ସହିତ ଆପଣ ଏହାକୁ ବର୍ତ୍ତମାନ କିଣି ପାରିବେ ।
ଆପଣଙ୍କୁ କହିବୁ ଯେ Lava ମାର୍କେଟରେ ସିଙ୍ଗଲ ଭ୍ୟାରିଆଣ୍ଟ ସହିତ Lava O3 Pro କୁ ଉପସ୍ଥାପନ କରିଛି । ଏଥିରେ ଆପଣ ୪GB RAM ଏବଂ ୧୨୮GB ଷ୍ଟୋରେଜ୍ ପାଇବେ । କମ୍ପାନୀ ଏହାକୁ ମାତ୍ର ୬୯୯୯ ଟଙ୍କା ପ୍ରାଇସରେ ପରିଚିତ କରିଛି । ଏଥିରେ ଆପଣ ତିନୋଟି କଲର ଅପ୍ସନ ପାଇବେ ସେଗୁଡିକ ହେଲା- Glossy Black, Glossy White ଏବଂ Glossy Purple ସାମିଲ୍ ଅଛି । ଏହି ଶସ୍ତା ଫୋନରେ ମଧ୍ୟ ଆପଣ ଏକ୍ସଟ୍ରା ସେଭିଙ୍ଗ କରିପାରିବେ । କମ୍ପାନୀ ବ୍ୟାଙ୍କ କାର୍ଡରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ମଧ୍ୟ ଦେଉଛି ।

Lava O3 Pro ର ସ୍ପେସିଫିକେସନ୍ :

୧. Lava O3 Pro ରେ ଆପଣଙ୍କୁ ୬.୫୬ ଇଞ୍ଚର HD Plus ଡିସପ୍ଲେ ଦିଆଯାଇଛି । ଡିସପ୍ଲେରେ ୯୦ Hz ର ରିଫ୍ରେସ୍ ରେଟ୍ ରହିଛି ।

୨. ଏଥିରେ ଆପଣ ୪GB ଫିଜିକାଲ RAM ସହିତ ୪GB ଭର୍ଚ୍ଚୁଆଲ୍ RAM ଏବଂ ୧୨୮GB ଷ୍ଟୋରେଜ୍ ଅପ୍ସନ୍ ପାଇପାରିବେ ।

୩. ସ୍ମାର୍ଟଫୋନରେ ଆପଣଙ୍କୁ Unisoc T606 octa-core ପ୍ରୋସେସର୍ ଦିଆଯାଇଛି ।

୪. ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14 ରେ ଚାଲିଥାଏ ।

୫. ଶସ୍ତା ହେବା କାରଣରୁ ଏହା ଆପଣଙ୍କୁ ଭଲ କ୍ୟାମେରା ସେଟଅପ୍ ଦେଇଛି । ଏଥିରେ ଆପଣ ବ୍ୟାକ୍ ପ୍ୟାନେଲରେ ୫୦ ମେଗାପିକ୍ସେଲର କ୍ୟାମେରା ପାଇବେ ।

୬. ସେଲଫି ଏବଂ ଭିଡିଓ କଲିଂ ପାଇଁ ଆପଣଙ୍କୁ ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

୭. ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏଥିରେ ୫୦୦୦ mAh ର ବ୍ୟାଟେରୀ ରହିଛି ଯାହା ୧୦ W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।