ଟେକ୍

ସ୍ୱାଧୀନତା ଦିବସ ଅବସରରେ ଲଞ୍ଚ ହେଲା Lavaର ସ୍ପେଶାଲ ଏଡିସନ, ତୁରନ୍ତ ଅଫରର ସୁଯୋଗ ଉଠାନ୍ତୁ

ଘରୋଇ ମୋବାଇଲ ନିର୍ମାତା କମ୍ପାନୀ ଲାଭା ନିଜ ସ୍ମାର୍ଟଫୋନ Lava Z61 Pro, Lava A5, Lava A9 କୁ ProudlyIndian ଏଡିସନରେ ଲଂଚ କରିଛି । ଆଗକୁ ଥିବା ୭୪ ତମ ସ୍ୱତନ୍ତ୍ରତା ଦିବସ ଅବସରରେ କମ୍ପାନୀ ଏହି ସ୍ପେଶାଲ ଫୋନ ଟିକୁ ଲଂଚ କରିଛି । ProudlyIndian ସ୍ପେଶାଲ ଏଡିସନ ଅନୁସାରେ ଏହି ଫୋନକୁ ତିରଙ୍ଗା ରଙ୍ଗ ଦିଆ ଯାଇଛି । ଆଉ ଏହି ଫୋନର ବ୍ୟାକ ପ୍ୟାନେଲରେ ଲୋଗୋ ମଧ୍ୟ ଦିଆଯାଇଛି । ଏହି ତିନି ଫୋନର ଅନଲାଇନ ବିକ୍ରି ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । Lava Z61 proକୁ ଗତ ମାସରେ ହିଁ ଲଂଚ କରିଥିଲା । ଏହାର ଦ୍ୱାରା କମ୍ପାନୀ ତରଫରୁ ୫,୭୭୭ଟଙ୍କା ରଖାଯାଇଥିଲା । ଏହି ଫୋନଟି ୨ ଜିବି ରାମ ଓ ୧୬ ଜିବି ଷ୍ଟୋରେଜର ସୁବିଧା ସହ ଉପଲବ୍ଧ ହେବ । ପୂର୍ବରୁ ଏହି ଫୋନ ଅମ୍ବର ରେଡ, ମିଦନାଈଟ ବ୍ଲୁ ଓ ସ୍ୟାମ୍ପେନ ଗୋଲ୍ଡ ରଙ୍ଗ ବ୍ୟାରିୟାଣ୍ଟରେ ଉପଲବ୍ଧ ହେଉଥିଲା । ଆଉ Lava A5 ର ଦର ୧୩୩୩ ଟଙ୍କା ଓ ଦର ୧୫୭୪ ଟଙ୍କା ରଖାଯାଇଛି ।

କଣ ରହିଛି ସ୍ପେସିଫିକେସନ:

ଫିଚର୍ସ ଦୃଷ୍ଟିରୁ ଦେଖିଲେ ଏହି ସ୍ପେଶାଲ ଫୋନରେ ଦୁଇ ସିମର ସପୋର୍ଟ ଦିଆଯାଇଛି । ଯେବେକି  Lava Z61ରେ ୫.୪୫ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ମିଳିପାରିବ । ଡିଷ୍ପ୍ଲେର ଆସ୍ପେକଟ ରେସିଓ ୧୮:୯ ରଖାଯାଇଛି । ଏହାବାଦ ଏହି ଫୋନରେ ୧.୬GHzର ଅକଟାକୋର ପ୍ରୋସେସର ରହିଛି । ଫୋନରେ ୨ ଜିବି ରାମ ସହ ୧୬ ଜିବି ଷ୍ଟୋରେଜ ମିଳିପାରିବ । କିନ୍ତୁ ମେମୋରୀ କାର୍ଡ ସାହାଯ୍ୟରେ ଏହାକୁ ୧୨୮ ଜିବି ପର୍ଯ୍ୟନ୍ତ ବଢା ଯାଇପାରିବ ।

କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏହି ଫୋନରେ ୮ ମେଗାପିକସଲର ରିୟର କ୍ୟାମେରା ରହିଛି ଯାହା ସହ ଫ୍ଲାସ ଲାଇଟର ସପୋର୍ଟ ମଧ୍ୟ ମିଳିପାରିବ । ଏହାସହ ଫ୍ରଣ୍ଟରେ ସେଲ୍ଫି ପାଇଁ ୫ ମେଗାପିକସଲ କ୍ୟାମେରା ଦିଆଯାଇଛି । କ୍ୟାମେରା ସହ ବୋକେହ, ବଷ୍ଟ ମୋଡ଼, ପାନେରମା, ବ୍ୟୁଟି ମୋଡ, ଏଚ୍ଡିଆର ସମେତ ନାଇଟ ମୋଡ ପରି ଫିଚର୍ସ ମାନ ବି ମିଳିପାରିବ ।

 

Lava Z61ରେ  ୩୧୦୦mAh  ବ୍ୟାଟେରୀ ସୁବିଧା ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁ ଟୁଥ ୪.୨, ୱାଇଫାଇ, ଜିପିଏସ, ୟୁଏସବି, ଓଟିଯି ସମେତ ମାଇକ୍ରୋ -ୟୁଏସବିର ବି ସପୋର୍ଟ ରହିବ । ସିକ୍ୟୁରିଟି ଦୃଷ୍ଟିରୁ ଫୋନଟିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆ ଯାଇଥିବା ବେଳେ ଫେସ ଅନଲକ ସୁବିଧା ଉପଲବ୍ଧ ଅଛି । କମ୍ପାନୀ ତରଫରୁ ଏହାର ମୂଲ୍ୟ ୧୩୯୯ ଟଙ୍କା ରଖାଯାଇଥିବା ଜଣାଯାଇଛି । ଫିଚର୍ସ ପାଇଁ ୟୁଜର୍ସଙ୍କୁ ଫୋନରେ ୨.୪ ଇଂଚର ଡିଷ୍ପ୍ଲେ ସୁବିଧା ମିଳି ଯାଇପାରିବ । କମ୍ପାନୀ ଏଥିରେ ୧୦୦୦ ଏମଏଏଚର ବ୍ୟାଟେରୀ ସୁବିଧା ମଧ୍ୟ ଦେଇଛି । Lava A9ରେ ଡୁଆଲ ସିମ ସପୋର୍ଟ ସହ ୨.୮ ଇଂଚର କ୍ୟୁଭିଯିଏ ଡିଷ୍ପ୍ଲେ ରହିବ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago