ଜିଆଣ୍ଟ କମ୍ପାନୀ Lenovo ଦ୍ୱାରା ବଜାରରେ ଦୁଇଟି ନୂଆ ଟାବଲେଟ୍ ଉପସ୍ଥାପନ କରାଯାଇଛି । ଯଦି ଆପଣ ଏକ ବଡ଼ ଡିସପ୍ଲେ ଥିବା ଟାବଲେଟ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏବେ ଆପଣଙ୍କ ପାଖରେ ଅଧିକ ଅପ୍ସନ ଅଛି । Lenovo ଦ୍ୱାରା ଲଞ୍ଚ କରାଯାଇଥିବା Idea Tab ଏବଂ Tab K11 Gen 2 ଟାବଲେଟ୍ Android ପ୍ଲାଟଫର୍ମରେ କାମ କରେ । ଯଦି ଆପଣ ଏଣ୍ଟରଟେନମେଣ୍ଟ ଏବଂ ଗେମିଂ ଉଦ୍ଦେଶ୍ୟରେ ଏକ ଟାବଲେଟ୍ ଖୋଜୁଛନ୍ତି, ତେବେ ଏହା ସର୍ବୋତ୍ତମ ଅପ୍ସନ ହୋଇପାରେ। ଆପଣ Lenovo ଟାବଲେଟରେ ଏକ ଭଲ ସାଉଣ୍ଡ ଏକ୍ସପେରିୟନ୍ସ ମଧ୍ୟ ପାଇପାରିବେ ।
Idea Tab ଏବଂ Tab K11 Gen 2ର ଫିଚର୍ସଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ସମାନ, କିନ୍ତୁ ସେମାନଙ୍କର କ୍ୟାମେରା ସେଟଅପ୍ରେ ପାର୍ଥକ୍ୟ ରହିବ । ଦୁଇଟି ଟାବଲେଟରେ ଆପଣଙ୍କୁ Android 15 ଏବଂ MediaTek Dimensity 6300 ଚିପସେଟର ସପୋର୍ଟ ମିଳିବ। ଷ୍ଟୋରେଜ୍ ବିଷୟରେ କହିବାକୁ ଗଲେ, ଦୁଇଟି ଟାବଲେଟରେ ୨୫୬GB ଷ୍ଟୋରେଜ୍ ଅଛି । ତେବେ ଆସନ୍ତୁ ଆମେ ଆପଣଙ୍କୁ ଏହି ଟାବଲେଟର ସମ୍ପୂର୍ଣ୍ଣ ଡିଟେଲ୍ସ ଜଣାଇବୁ ।
କମ୍ପାନୀ Lenovo Idea Tab ଏବଂ Tab K11 Gen 2 କୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଏହା ଷ୍ଟୁଡେଣ୍ଟ ଏବଂ ପ୍ରଫେସ୍ନାଲଙ୍କ ପାଇଁ ପରଫେକ୍ଟ ଟାବଲେଟ୍ ଭାବରେ ପ୍ରମାଣିତ ହୋଇପାରିବ । ଆମେ ପୂର୍ବରୁ କହିଛୁ ଯେ କ୍ୟାମେରା ଡିପାଟମେଣ୍ଟ ବ୍ୟତୀତ ଉଭୟ ଟାବଲେଟରେ ପ୍ରାୟ ସବୁକିଛି ସମାନ ରହିବ । Lenovo Idea ଟ୍ୟାବ୍, Tab K11 Gen 2 ରେ, କମ୍ପାନୀ ୪GB ଏବଂ ୮GB RAM ର ଅପ୍ସନ ଦେଇଛି । ଏହା ସହିତ, ଏଥିରେ ୧୨୮GB ଏବଂ ୨୫୬GB ଷ୍ଟୋରେଜ୍ ଅଛି । ଲେନୋଭୋ ଟାବଲେଟରେ ଷ୍ଟୋରେଜକୁ ଏକ୍ସପାଣ୍ଡ କରିବାର ଅପ୍ସନ ମଧ୍ୟ ଦେଇଛି । ଏଥି ସହ ଆପଣ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରିପାରିବେ ।
ଲେନୋଭୋ ଉଭୟ ଟାବଲେଟରେ ୧୧ ଇଞ୍ଚର IPS LCD ଡିସପ୍ଲେ ପ୍ରଦାନ କରିଛି, ଯାହା ୨.୫K ରିଜୋଲ୍ୟୁସନ ସହିତ ଆସିଥାଏ । ସେମାନଙ୍କର ଡିସପ୍ଲେରେ ଆପଣ ୯୦Hz ରିଫ୍ରେସ୍ ରେଟ୍ ଏବଂ ୫୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ସପୋର୍ଟ ପାଇବେ । କମ୍ପାନୀ Lenovo Idea ଟ୍ୟାବ୍, Tab K11 Gen 2 ରେ କ୍ୱାଡ୍ ସ୍ପିକର୍ ସେଟଅପ୍ ପ୍ରଦାନ କରିଛି, ଯାହା ଆପଣଙ୍କୁ ସିନେମା ଦେଖିବା କିମ୍ବା ସଙ୍ଗୀତ ଶୁଣିବା ସମୟରେ ଏକ ଭଲ ଏକ୍ସେପେରିୟନ୍ସ ପ୍ରଦାନ କରିବ । ଏଥିରେ ଆପଣ ଡଲବି ଆଟମସର ଫିଚର୍ସ ମଧ୍ୟ ପାଇବେ। ଏଣ୍ଟରଟେନମେଣ୍ଟରେ କୌଣସି ବାଧା ନ ଆସିବା ପାଇଁ, ଟାବଲେଟରେ ଏକ ବଡ଼ ୭୦୪୦mAh ବ୍ୟାଟେରୀ ମଧ୍ୟ ଦିଆଯାଇଛି । ଏଥି ସହ ଆପଣ ଏହାକୁ ୨୦W ଫାଷ୍ଟ ଚାର୍ଜିଂ ସହିତ ଚାର୍ଜ କରିପାରିବେ ।
Lenovo Idea ଟ୍ୟାବରେ, କମ୍ପାନୀ ବ୍ୟାକ୍ ସାଇଡରେ ଏକ ୮ ମେଗାପିକ୍ସେଲ କ୍ୟାମେରା ସେଟଅପ୍ ଦେଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଏହାର ଫ୍ରଣ୍ଟରେ ଏକ ୫ ମେଗାପିକ୍ସେଲ କ୍ୟାମେରା ସେନ୍ସର ଅଛି । ଅନ୍ୟପକ୍ଷରେ, ଯଦି ଆମେ Tab K11 Gen 2 ର କ୍ୟାମେରା ସେଟଅପ୍ ବିଷୟରେ କଥା ହେବା, ତେବେ ଏହାର ବ୍ୟାକରେ ଏକ ୧୩ ମେଗାପିକ୍ସେଲ କ୍ୟାମେରା ଅଛି । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮ ମେଗାପିକ୍ସେଲ କ୍ୟାମେରା ଅଛି । ଏଥି ସହ ଆପଣଙ୍କୁ କହି ରଖୁଛୁ ଯେ କମ୍ପାନୀ ଏପର୍ଯ୍ୟନ୍ତ ଉଭୟ ଟାବଲେଟର ମୂଲ୍ୟ ପ୍ରକାଶ କରିନାହିଁ ।
Also read : ଲଞ୍ଚ ହେବାକୁ ଯାଉଛି Vivo T4 Ultra, ଦମଦାର ଡିଜାଇନ୍ ସହିତ କରିବ ଏଣ୍ଟ୍ରି