ଲଞ୍ଚ ହୋଇଛି Lenovo Yoga Slim 7i Aura Edition, Smart Mode ଫିଚର୍ସରୁ ଲ୍ୟାସ୍ ହୋଇଛି ଏହି ଲାପଟପ୍

ଯଦି ଆପଣ ନିଜ ପାଇଁ ଏକ ନୂଆ ଲାପଟପ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କମ୍ପାନୀ Lenovo ନିଜର ନୂଆ ଲାପଟପ୍ ମାକେର୍ଟରେ ଲଞ୍ଚ କରିଛି । Lenovo ର ନୂଆ ଲାପଟପ୍ ହେଉଛି Lenovo Yoga Slim 7i Aura Edition । ଏହାର ପରଫରମର୍ସକୁ ଦେଖି କମ୍ପାନୀ ଏଥିରେ Lunar Lake ନାମକ ଏକ ନୂଆ ପ୍ରୋସେସର ବ୍ୟବହାର କରିଛି । Lenovo ଏହାକୁ ଦମଦାର୍ ଫିଚର୍ସ ସହିତ ଉପସ୍ଥାପନ କରିଛି । ଏଥିରେ ଆପଣଙ୍କୁ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ ।

Lenovo Yoga Slim 7i Aura Edition କୁ କମ୍ପାନୀ ନୂଆ ଇଣ୍ଟେଲ କୋର ଅଲ୍ଟ୍ରା ସିରିଜ୍୨ ପ୍ରୋସେସର ସହିତ ଲ୍ୟାସ୍ କରିଛି । ଆପଣଙ୍କୁ କହିବୁ ଯେ ଏକ ଡେଡିକେଟେଡ୍ ନ୍ୟୁରାଲ ପ୍ରୋସେସିଙ୍ଗ ୟୁନିଟ୍ ରହିଛି ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ଫିଚର୍ସକୁ ସପୋର୍ଟ କରିଥା, । ଏହା ଏକ ସାର୍ଟିଫାଏଡ୍ ମାଇକ୍ରୋସଫ୍ଟ Co-Pilot ପ୍ଲସ୍ PC ହୋଇଛି ।

ଯଦି ଆପଣ ପ୍ରଫେସ୍ନାଲ୍ ୱାର୍କ ପାଇଁ ଏକ ପ୍ରିମିୟମ ଲାପଟପ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ Lenovo Yoga Slim 7i ଏକ ବେଷ୍ଟ ଅପ୍ସନ ହୋଇପାରେ । ଏଥିରେ ଆପଣଙ୍କୁ ଭରୀ ଭରୀ ଫିଚର୍ସ ଦିଆଯିବ । କମ୍ପାନୀ ଏହି ଭାରତୀୟ ବଜାରରେ ୧,୪୯,୯୯୦ ଟଙ୍କା ପ୍ରାଇସରେ ଲଞ୍ଚ କରିଛି । ଏଥିରେ ଆପଣ single lunar gray color option ପାଇବେ । ଯଦି ଆପଣ ଏହାକୁ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣ Lenovo ର ଅଫିସିଆଲ୍ ୱେବସାଇଟ୍, Lenovo ର exclusive stores, ଇ-କମର୍ସ ୱେବସାଇଟ୍ ରେ ଭିଜିଟ୍ କରିପାରିବେ ।

Lenovo Yoga Slim 7i ର ଲଞ୍ଚ ଅଫର ସହିତ କମ୍ପାନୀ ଗ୍ରାହକଙ୍କୁ ଭଲ ଡିଲ୍ ଅଫର ଦେଉଛି । ଲାପଟପକୁ କିଣିବା ଉପରେ ଆପଣଙ୍କୁ ୩ ମାସ ପାଇଁ Adobe Creative Cloud ର ଫ୍ରି ମେମ୍ବରସିପ୍ ମିଳିବ ।

ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ Custom to Order ମଧ୍ୟ ଲାଗୁ କରିଛି । ଅର୍ଥାତ୍ ନିଜର ଆବଶ୍ୟକତା ଅନୁଯାୟୀ ଅର୍ଡର ସମରେ ଆପଣ ଲାପଟପ୍ କଷ୍ଟମାଇଜ୍ କରିପାରିବେ । ଯଦି ଆପଣ ଏହି ସର୍ଭିର ଫାଇଦା ଉଠାଇ ପାଇଁ ଚାହୁଁଛନ୍ତି ତେବେ ଆପଣ ଅଫିସିଆଲ ୱେବସାଇଟରେ ଭିଜିଟ୍ କରିପାରିବେ ।

Lenovo Yoga Slim 7i Aura Edition ରେ ଆପଣଙ୍କୁ ୨.୮K ରିଜୋଲ୍ୟୁସନର ଡିସପ୍ଳେ ମିଳିବ ଯାହାକି ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିବ । ଡିସପ୍ଲେରେ ୫୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ଦିଆଯାଇଛି । ଏହି ଲାପଟପରେ ଆପଣଙ୍କୁ ୩୨GB RAM ଏବଂ 1TB ର ଷ୍ଟୋରେଜ୍ ମିଳିଥାଏ । ଏହାକୁ ପାୱାର ଦେବା ପାଇଁ ୪- Cell ୭୦Whr ବ୍ୟାଟେରୀର ସପୋର୍ଟ ଦିଆଯାଇଛି । କନେକ୍ଟିଭିଟି ପାଇଁ ଏହି ଲାପଟପ୍ Wi-Fi ୭, Bluetooth ୫.୪ ଏବଂ Thunderbolt 4 ports ଉପଳବ୍ଧ କରାଯାଇଛି ।

Lenovo Yoga Slim 7i Aura Edition ର ସବୁଠୁ ବଡ଼ ଖାସ୍ କଥା ହେଉଛି ଏହା ସ୍ମାର୍ଟ ମୋର୍ଡ ଫିଚର୍ସ ସହିତ ଆସିଥାଏ । ଏଥିରେ ୟୁଜର୍ସଙ୍କୁ Attention Mode ର ଫିଚର ମିଳିଥାଏ ଯାହା ଅନାବଶ୍ୟକ ୱେବସାଇଟକୁ ଅଟୋମେଟିକାଲି ବ୍ଲକ କରିବା ପାଇଁ କାମ କରିଥାଏ । ଏଥିରେ କମ୍ପାନୀ ଆଇ ୱେଲନେସର ଫିଚର୍ସ ମଧ୍ୟ ଦେଇଛି । ଏଥିରେ ଆପଣଙ୍କୁ ଭିଡିଓ କଲ୍ ସମୟରେ ବ୍ୟାକଗ୍ରାଉଣ୍ଡ ବ୍ଲର କରିବାର ମଧ୍ୟ ଅପ୍ସନ ଦେଇଛି ।