ଟେକ୍

Lexar ଲେକ୍ସାର ଲଞ୍ଚ କଲା ଦମଦାର ଫିଙ୍ଗରପ୍ରିଣ୍ଟ ପେନଡ୍ରାଇଭ୍‌, ଅଧିକ ସୁରକ୍ଷିତ ରହିବ ଆପଣଙ୍କ ପର୍ସନାଲ ଡାଟା

ନିକଟରେ Lexar ଭାରତୀୟ ବଜାରରେ ଜମ୍ପଡ୍ରାଇଭ F35 USB 3.0 ପେନଡ୍ରାଇଭ ଲଞ୍ଚ କରିଛି । ଏହା ୩୦୦୦MB /ସେକେଣ୍ଡ ପର୍ଯ୍ୟନ୍ତ ଲଗାତାର ରିଡ ପରଫର୍ମାନ୍ସ ସହିତ ଏକ ଫିଙ୍ଗରପ୍ରିଣ୍ଟ ଏନେବଲ୍‌ ପେନଡ୍ରାଇଭ । ମାର୍କେଟରେ ଯେଉଁଠାରେ ଫିଙ୍ଗରପ୍ରିଣ୍ଟ ଏନେବଲ୍ଡ ପେନଡ୍ରାଇଭ ସୀମିତ ରହିଛି, ୨୫୬ ଏଇଏସ ଏନକ୍ରିପ୍ସନ ସହିତ Lexar F35 USB ଏକ ଭଲ ଭାନିକ୍ ଫ୍ଲାସ୍ ମେମୋରୀ ବ୍ରାଣ୍ଡର ଏକମାତ୍ର ନିର୍ଭରଯୋଗ୍ୟ ଅପ୍ସନ ଭାବେ ପ୍ରସ୍ତୁତ ହୋଇଛି, ଯାହା ଦ୍ୱାରା ବର୍ତ୍ତମାନ ଆପଣଙ୍କର ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।

ଲେକ୍ସାରର ୧୩୫ ଜମ୍ପଡ୍ରାଇଭ ଏକ ଷ୍ଟୋରେଜ ଡିଭାଇସ, ଯାହା ଆପଣଙ୍କ ଫାଇଲଗୁଡ଼ିକ ସୁରକ୍ଷିତ ରଖିଥାଏ । ଯେଉଁମାନେ ଉଚ୍ଚ ସ୍ତରର ଡାଟା ସୁରକ୍ଷା ଆବଶ୍ୟକ କରନ୍ତି, ସେମାନଙ୍କ ପାଇଁ ଏହା ଡିଜାଇନ କରାଯାଇଛି । ଡ୍ରାଇଭ ସମ୍ବେଦନଶୀଳ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଫିଙ୍ଗରପ୍ରିଣ୍ଟ ପ୍ରୁଫର ବ୍ୟବହାର କରିଥାଏ ।

ଉନ୍ନତ ବାୟୋମେଟ୍ରିକ୍ ଟେକନିକ୍‌ ସିଷ୍ଟମ୍ ପାସୱାର୍ଡ କିମ୍ବା ପିନ୍ ସେଟିଂର ପାରମ୍ପରିକ ଉପାୟ ଉପରେ ନିର୍ଭର କରିବାର ଆବଶ୍ୟକତାକୁ ଦୂର କରିଥାଏ, ଅର୍ଥାତ୍ କୋଡ୍ ମନେରଖିବା ଠାରୁ ଜଣେ ବ୍ୟକ୍ତି ମୁକ୍ତ ହୋଇଥାଏ । ଅଲ୍ଟ୍ରା ଫାଷ୍ଟ ରେକୋଗ୍ନିସନ ପାଇଁ ଆପଣଙ୍କୁ ଏକ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଆପଣଙ୍କ ଡ୍ରାଇଭକୁ ପ୍ରବେଶ କରିବାରେ ସାହାଯ୍ୟ କରେ । ଡ୍ରାଇଭରେ କେବଳ ଆଙ୍ଗୁଠି ରଖି ଆପଣ ନିଜ କାମ କରିପାରିବେ । ସେଟଅପ୍ ପ୍ରକ୍ରିୟା F35 କୌଣସି ସଫ୍ଟୱେର୍ ଡ୍ରାଇଭର ଆବଶ୍ୟକ କରେ ନାହିଁ । ଏହାର ଅର୍ଥ ଆପଣ କେବଳ ଡ୍ରାଇଭକୁ ପ୍ଲଗ୍ ଇନ୍ କରିପାରିବେ ଏବଂ ଏକ ପାସୱାର୍ଡ ସେଟ୍ କରିବା ଏବଂ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ଦ୍ୱାରା ପ୍ରମାଣ କରିବା ପାଇଁ ପୂର୍ବରୁ ଇନଷ୍ଟଲ ହୋଇଥିବା ଆପ୍ଲିକେସନଗୁଡ଼ିକୁ ବ୍ୟବହାର କରିପାରିବେ ।

ଲେକ୍ସାର ଜମ୍ପ ଡ୍ରାଇଭ F35ର ଅନ୍ୟ ମୁଖ୍ୟ ବିଶେଷତା :
୧.USB 3.0 ସପୋର୍ଟ ଥାଏ ।
୨. ଟ୍ରାନ୍ସଫର ଗତି ୩୦୦MB / ସେକେଣ୍ଡ ପର୍ଯ୍ୟନ୍ତ ଥାଏ ।
୩. ସର୍ବାଧିକ ୧୦ ଟି ଫିଙ୍ଗର ପ୍ରିଣ୍ଟ IDକୁ ଅନୁମତି ରହିଛି ।
୪. ଅଲ୍ଟ୍ରା ଫାଷ୍ଟ ଆଇଡେଣ୍ଟି ୧ ସେକେଣ୍ଡରୁ କମ୍ ।
୫. ସହଜ ସେଟଅପ୍, କୌଣସି ସଫ୍ଟୱେର୍ ଡ୍ରାଇଭର ଆବଶ୍ୟକ ନଥାଏ ।
୬. ୨୫୬-ବିଟ୍ AES ଏନକ୍ରିପସନ୍ ।
୭. ତିନି ବର୍ଷ ସୀମିତ ୱାରେଣ୍ଟି ।

Subhalaxmi Das

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

21 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

24 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

28 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

41 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

57 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago